ଭାରତୀୟ ବାୟୁସେନାର ଲଢୁଆ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ : ପାଇଲଟ ନିଖୋଜ

ନୂଆଦିଲ୍ଳୀ : ଦୁର୍ଘଟଣାର ଶିକାର ହୋଇଛି ଭାରତୀୟ ବାୟୁସେନାର ଲଢୁଆ ଯୁଦ୍ଧ ବିମାନ ମିଗ୍-୨୧ । ଏଥିରେ ପାଇଲଟ ନିଖୋଜ ଅଛନ୍ତି । ଦୁର୍ଘଟଣା ପରେ ଜଳି ଯାଇଛି ବିମାନ । ଘଟଣାସ୍ଥଳରୁ ବିମାନର ଭଗ୍ନାବେଶେଷ ଉଦ୍ଧାର କରାଯାଇଛି । ହିମାଚଳପ୍ରଦେଶ କାଙ୍ଗ୍ରା ଜିଲ୍ଲାର ପଟ୍ଟାଜତିୟାନ୍ ନିକଟରେ ଏହି ଦୁର୍ଘଟଣା ଘଟିଛି । ମିଗ୍ ବିମାନଟି ପଞ୍ଜାବର ପଠାନକୋଟରୁ ହିମାଚଳପ୍ରଦେଶ ଆସୁଥିଲା। ତେବେ କେମିତି ଓ କେଉଁ ପରିସ୍ଥିତିରେ ବିମାନଟି ଦୁର୍ଘଟଣାର ଶିକାର ହେଲା, ତାହା ଅସ୍ପଷ୍ଟ ରହିଛି । ତେବେ ବାୟୁସେନାର ବିମାନ ଦୁର୍ଘଟଣା ଗସ୍ତ ହେବା ଏହା ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ମଧ୍ୟ ଅନେକ ଥର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି ।
ଏବେ ନଜର ପକାନ୍ତୁ କେବେ କେବେ ବଡ଼ ଦୁର୍ଘଟଣାର ଶିକାର ହୋଇଥିଲା ବାୟୁସେନାର ବିମାନ
– ଅରୁଣାଚଳ ପ୍ରଦେଶରେ ୨୩ ମେ’ରେ ସୁଖୋଇ – ୩୦ ଏମକେଆଇ ବିମାନ ନିଖୋଜ ହୋଇଥିଲା । ପରେ ଏହା ଭଗ୍ନାଂସ ମିଳିଥିଲା ।
– ୧୫ ମାର୍ଚ୍ଚ ୨୦୧୭ରେ ଲଢୁଆ ବିମାନ ସୁଖୋଇ ରାଜସ୍ଥାନରେ ଦୁର୍ଘଟଣାଗସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ୩ଜଣ ଆହତ ହୋଇଥିଲେ ।
– ୨୦ ଡିସେମ୍ବର ୨୦୧୪ରେ ଚଣ୍ଡିଗଡଠାରେ ଅବତରଣ ବେଳେ କ୍ରାଶ୍ କରିଥିଲା ବାୟୁସେନାର ବିମାନ । ଯାହା ଫଳରେ ବିମାନରେ ନିଆଁ ଲାଗିଯାଇଥିଲା ।
– ମେ ୨୦୧୪ରେ ବାୟୁସେନାର ଲଢୁଆ ବିମାନ MiG-21 ଜମ୍ମୁ – କଶ୍ମୀରର ଅନନ୍ତନାଗଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣାରେ ପାଇଲଟ ମୃତ୍ୟୁବରଣ କରିଥିଲେ ।
– ୨୮ ମାର୍ଚ୍ଚ ୨୦୧୪ରେ C-130J ସୁପର ହର୍କୁଲସ୍ ସ୍ପେଶାଲ୍ ଅପରେସନ୍ ଟ୍ରାନ୍ସପୋର୍ଟ ଟ୍ରେନିଙ୍ଗ୍ ସମୟରେ ଦୁର୍ଘଟଣାଗସ୍ତ ହେେଇଥିଲା । ଏଥିରେ ୫ଜଣଙ୍କର ମୃତ୍ୟୁ ହୋଇଥିଲା ।
– ୨୨ ଜାନୁଆରୀ ୨୦୧୪ରେ ଲଢୁଆ ଜେଟ୍ ଜାଗୁଆର୍ ରାଜସ୍ଥାନର ବିକାନର୍ ଜିଲ୍ଲାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ତେବେ ପାଇଲଟ୍ ଏବଂ ସହ ପାଇଲଟ୍ ସୁରକ୍ଷିତ ଥିଲେ ।
– ୧୩ ଡିସେମ୍ବର ୨୦୧୧ରେ ପୁଣେଠାରେ ସୁଖୋଇ-୩୦ ଉଡାଣ ଭରିବାର କିଛି ସମୟ ମଧ୍ୟରେ ଦୁର୍ଘଟଣାଗସ୍ତ ହୋଇଥିଲା ।
– ୮ ନଭେମ୍ବର ୨୦୧୩ରେ MiG-29 ଗୁଜୁରାଟର ଜାମନଗରଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।
– ଜାନୁଆରୀ ୨୦୧୨ରେ ଜୋରହାଟଠାରେ ଅବତରଣ ବେଳେ AN-32 ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।
– ଜୁନ୍ ୨୦୦୯ରେ ଅରୁଣାଚଳପ୍ରଦେଶରେ AN-32 ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯେଉଁଥିରେ ୧୩ଜଣଙ୍କର ମୃତ୍ୟୁ ହୋଇଥିଲା ।
– ରାଜସ୍ଥାନର ଜୈସଲମେରଠାରେ ୨୦ଏପ୍ରିଲ୍ ୨୦୦୯ରେ ଲଢୁଆ ବିମାନ ସୁଖୋଇ ଦୁର୍ଘଟଣାଗସ୍ତ ହୋଇଥିଲା ।
– ୭ ମାର୍ଚ୍ଚ ୧୯୯୯ରେ ଇନ୍ଦିରାଗାନ୍ଧୀ ଇଂଟରନ୍ୟାସନାଲ୍ ଏୟାରପୋର୍ଟ ନିକଟରେ AN-32 ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ବାୟୁସେନାର ୧୮ କର୍ମଚାରୀଙ୍କ ସମେତ ୨୧ଜଣଙ୍କର ମୃତ୍ୟୁ ହୋଇଥିଲା । ତେବେ ଏହା ପ୍ରଥମ ଘଟଣା ଥିଲା ଯେଉଁଥିରେ ବାୟୁସେନା ନିଜର ଏତେ ସଂଖ୍ୟକ ଅଧିକାରୀ ଏବଂ କର୍ମଚାରୀଙ୍କୁ ହରାଇଥିଲା ।
– ପଂଜାବର ଖନ୍ନାରେ ୧ ମାର୍ଚ୍ଚ ୧୯୯୨ରେ ଉଡାଣ ଭରିବାର କିଛି ସମୟ ପରେ ଦୁଇଟି AN-32 ନିଜ ନିଜ ମଧ୍ୟରେ ମାଡ଼ ହୋଇଥିଲେ ।
– ୨୬ ମାର୍ଚ୍ଚ ୧୯୯୨ରେ ଆସାମର ଜୋରହାଟ୍ ନିକଟସ୍ଥ ପାହାଡରେ ନିଖୋଜ ହୋଇଯାଇଥିଲା AN-32 ।
– ୧୯୮୯ରେ ଦିଲ୍ଲୀରୁ ଓଡ଼ିଶାର ଚାରବାଟିଆ ଯାଉଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲା AN-32 ।
– ୨୫ ମାର୍ଚ୍ଚ ୧୯୮୬ରେ ଜାମନଗରରୁ ମସ୍କଟ ଯାଉଥିବା ସମୟରେ ଆରବ ସାଗରରେ ନିଖୋଜ ହୋଇଯାଇଥିଲା ଲଢୁଆ ବିମାନ AN-32 । ଯାହାର ଆଜି ପର୍ଯ୍ୟନ୍ତ କୌଣସି ଖବର ମିଳିନାହିଁ ।