ଗଙ୍ଗା ଏକ୍ସପ୍ରେସ ୱେର ଏୟାର ଷ୍ଟ୍ରିପରେ ଏୟାରଫୋର୍ସର ଟ୍ରାଏଲ, ରାତି ପରୀକ୍ଷଣ ପାଇଁ ଡ୍ରିଲ କରିବ ବାୟୁସେନା ବିମାନ

ଭାରତର ବଡ଼ ସାମରିକ ପ୍ରସ୍ତୁତି ଜାରି ରହିଛି । କୌଣସି ପ୍ରକାର ବଡ଼ ପଦକ୍ଷେପ ପାଇଁ ଚାଲିଛି ସମରସଜା । ପାକିସ୍ତାନକୁ ଘେରିବାକୁ ଜଳ, ସ୍ଥଳ ଓ ଆକାଶରେ ଚାଲିଛି ପ୍ରସ୍ତୁତି । ଏହି କ୍ରମରେ ଆଜି ଗଙ୍ଗା ଏକ୍ସପ୍ରେସ ୱେରେ, ଏୟାର ଫୋର୍ସର ବଡ଼ ଟ୍ରାଏଲ ରହିଛି ।

ଉତ୍ତରପ୍ରଦେଶ ଶାହାଜାନପୁରରରେ ନିର୍ମାଣାଧୀନ ଗଙ୍ଗା ଏକ୍ସପ୍ରେସୱେରେ ଥିବା ଏୟାର ଷ୍ଟ୍ରିପରେ ଲୋ-ଫ୍ଲାଏ ପାଷ୍ଟ, ଲାଣ୍ଡିଂ ଏବଂ ଟେକ ଅଫର ପରୀକ୍ଷଣ କରିବ ଭାରତୀୟ ବାୟୁସେନା । ୩.୫ କିଲୋମିଟର ଲମ୍ବା ଏୟାର ଷ୍ଟ୍ରିପରେ ଉଭୟ ଦିନ ଓ ରାତିରେ ଏହି ପରୀକ୍ଷଣ ହେବ। ରାତି ସମୟରେ ଭିଜିବିଲିଟି କେତେ ରହୁଛି ତାହା ପରୀକ୍ଷଣ ପାଇଁ ଡ୍ରିଲ କରିବ ବାୟୁସେନା ବିମାନ ।

ଗଙ୍ଗା ଏକ୍ସପ୍ରେସ ୱେର ଏୟାର ଷ୍ଟ୍ରିପ ଭାରତର ପ୍ରଥମ ଏକ୍ସପ୍ରେସ ୱେ ଏୟାର ଷ୍ଟ୍ରିପ୍ ଯେଉଁଠି ଉଭୟ ଦିନ ଓ ରାତିରେ ବିମାନ ଟେକ ଅଫ ଓ ଲାଣ୍ଡିଂ କରିପାରିବ। ଏହି ଡ୍ରିଲରେ ସାମିଲ ହେବେ, ରାଫେଲ, ସୁକୋଇ-୩୦, ମିରାଜ-୨୦୦, MIG-29, C-130J ସୁପର ହରକୁଲସ, AN-32 ଏବଂ MI-17 ହେଲିକପ୍ଟର । ଗଙ୍ଗା ଏକ୍ସପ୍ରେସ ଉତ୍ତରପ୍ରଦେଶର ଚତୁର୍ଥ ଏକ୍ସପ୍ରେସ ୱେ, ଯେଉଁଠି ଏୟାର ଷ୍ଟ୍ରିପ୍ ରହିଛି । ଜରୁରୀ ପରିସ୍ଥିତିରେ ଏହି ଏୟାର ଷ୍ଟ୍ରିପଗୁଡିକ ବିକଳ୍ପ ଭାବେ କାର୍ଯ୍ୟ କରିବ । ଯେଉଁଠୁ ଟେକ୍ ଅଫ ଓ ଲାଣ୍ଡିଂ କରି ପାରିବ ଭାରତୀୟ ବାୟୁସେନା ବିମାନ।

ପୂର୍ବୁର ବାୟୁସେନା, ଏକ୍ସପ୍ରେସ ୱେରେ ଦିନ ସମୟରେ ଲାଣ୍ଡିଂ ଏବଂ ଟେକ ଅଫର ପରୀକ୍ଷଣ କରି ସାରିଛି । ଆଜି ପ୍ରଥମ ଥର ପାଇଁ ରାତିରେ ପରୀକ୍ଷଣ ହେବ।

ରାଫେଲ ଯୁଦ୍ଧ ବିମାନରେ ଲାଗିବ ଶକ୍ତିଶାଳୀ ବ୍ରହ୍ମୋସ୍ ମିଜାଇଲ୍ । ଆତଙ୍କୀଙ୍କୁ ଖୋଜି ଖୋଜି ନିପାତ କରିବା ବ୍ରହ୍ମୋସ୍ ମିଜାଇଲ । ପହଲଗାମ୍ ଆକ୍ରମଣ ପରେ ପାକିସ୍ତାନ ସହ ତିକ୍ତତା ଚରମରେ ପହଞ୍ଚିଛି । ଆଉ ଏତିକିବେଳେ ରାଫେଲର ଆକ୍ରମଣ କ୍ଷମତା ବଢ଼ାଇଛି ଭାରତୀୟ ନୌସେନା । ବ୍ରହ୍ମୋସ୍ ସୁପର ସୋନିକ୍ ମିଜାଇଲର ଛୋଟ ଭର୍ସନ ଏବେ ରାଫେଲରେ ମୁତୟନ ରହିବ । ଶତ୍ରୁଙ୍କୁ ମାତ ଦେବାକୁ ରାଫେଲର କ୍ଷମତା ବଢ଼ାଯାଇଛି ।

Also Read : ଦିଲ୍ଲୀରେ ପ୍ରବଳ ବର୍ଷା: କାନ୍ଥ ଭୁଶୁଡି ପଡିବାରୁ ୪ ଜଣଙ୍କ ମୃତ୍ୟୁ, ୧୦୦ ବିମାନ ଚଳାଚଳରେ ବିଳମ୍ବ