ଝାରଖଣ୍ଡ ଖଣି ସଚିବ IAS ଅଧିକାରୀ ପୂଜା ସିଂଘଲଙ୍କୁ ଗିରଫ କଲା ଇଡ଼ି

ଝାରଖଣ୍ଡ ଖଣି ସଚିବ IAS ପୂଜା ସିଂଘଲଙ୍କୁ ଗିରଫ କଲା ଇଡ଼ି । ମନି ଲଣ୍ଡରିଂ ମାମଲାରେ  ୨୦୦୦  ବ୍ୟାଚ ଆଇଏଏସ ଅପିସରଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି । କହିରଖିବା ଉଚିତ ହେବକି ପୂଜାଙ୍କ ନାଁରେ ମନରେଗା ଟଙ୍କା ହେରଫେର ନେଇ ମଧ୍ୟ ଅଭିଯୋଗ ଆସିଥିଲା । କହିରଖିବା ଉଚିତ ହେବକି ପୂଜା ହେଉଛନ୍ତି ଝାରଖଣ୍ଡ କ୍ୟାଡ଼ରର ୨୦୦୦ ବ୍ୟାଚର ଆଇଏଏସ ଅଫିସର ।

କହିରଖିବା ଉଚିତ ହେବକି ପୂଜାଙ୍କ ନାଁରେ ଏକାଧିକ ମାମଲା ଦରଜ ହୋଇଛି । ଏହା ପୂର୍ବରୁ ଆଇଏଏସ ପୂଜା ସିଂହଲଙ୍କୁ କୌଣସି ବି ପରିସ୍ଥିତିରେ ରାଞ୍ଚି ନ ଛାଡିବାକୁ ନିର୍ଦ୍ଦେଶନାମା ଜାରି ହୋଇଥିଲା । ସୂଚନାରୁ ଜଣାଯାଇଛିକି ମଙ୍ଗଳବାର ପୂଜାଙ୍କୁ ଦୀର୍ଘ ୯ ଘଣ୍ଟା ପର୍ଯ୍ୟନ୍ତ ପଚରାଉଚୁରା କରିଥିଲା ଇଡି । ସୂଚନାରୁ ଜଣାଯାଇଛିଯେ ପୂଜାଙ୍କ ଦୁଇ ସହଯୋଗୀଙ୍କ ଠାରୁ ନଗଦ ୧୯ କୋଟି ଟଙ୍କା ଜବତ କରିଥିଲା ଇଡି । ଏହା ପୂର୍ବରୁ ପୂଜାଙ୍କ ବ୍ୟକ୍ତିଗତ ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କ ଘରୁ ବିପୁଳ ପରିମାଣର ଟଙ୍କା ଜବତ କରାଯାଇଥିଲା । ପରବର୍ତ୍ତୀ ସମୟରେ ତାଙ୍କୁ ବି ଗିରଫ କରାଯାଇଥିଲା । ମନରେଗା ଯୋଜନାରେ ୧୮ କୋଟି ଟଙ୍କାର ଦୁର୍ନୀତି ଘଟଣାର ଯାଞ୍ଚ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.