ଟ୍ରେନି ଆଇଏଏସ ପୂଜା ଖେଡକରଙ୍କ ମା’ ଗିରଫ, ଚାଷୀଙ୍କୁ ପିସ୍ତଲ ଦେଖାଇ ଧମକ ଦେଉଥିବାକୁ ଅଭିଯୋଗ

ମହାରାଷ୍ଟ୍ର କ୍ୟାଡରର ବିବାଦିତ ଟ୍ରେନି ଆଇଏଏସ ପୂଜା ଖେଡକରଙ୍କ ମା’ ଗିରଫ । ପୂଜାଙ୍କ ମାଆ ମନୋରମା ଖେଡକରଙ୍କୁ ପୁଣେ ପୋଲିସ ଗିରଫ କରିଛି । ରାୟଗଡ଼ ଜିଲ୍ଲାର ମହାଡରେ ତାଙ୍କୁ ଗିରଫ କରାଯାଇଛି । ଏଠାରେ ସେ ଏକ ହୋଟେଲରେ ଥିଲେ । ସେଠାରୁ ତାଙ୍କୁ ଗିରଫ କରିଥିବା ଟିମ୍ ପୁଣେ ନେଇ ତାଙ୍କୁ ଆସୁଛି ।
ଟ୍ରେନି ଆଇଏଏସ ଅଧିକାରୀ ପୂଜା ଖେଡକରଙ୍କ ମା ମନୋରମାଙ୍କ ବିପକ୍ଷରେ ଅଭିଯୋଗ ଆସିଥିଲା କି, ଏକ ପିସ୍ତଲ ଧରି ଚାଷୀଙ୍କୁ ଧମକାଇଥିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା । ପୋଲିସ ଆର୍ମ୍ସ ଆକ୍ଟ ଅଧିନରେ ଏନେଇ ମାମଲା ଦାୟର କରିଥିଲା । ଏହାର ଭିଡିଓ ଭାଇରଲ ହେବା ପରେ ପୋଲିସ ତାଙ୍କ ସନ୍ଧାନ କରିବା ସହିତ ସର୍ଚ୍ଚ ଅପରେସନ କରୁଥିଲା । ମାମଲା ଦାୟର ହେବା ପରଠାରୁ ମନୋରମା ଫେରାର ରହିଥିଲେ ।
ତାଙ୍କ ଫୋନ ସୁଇଚ ଅଫ୍ ରହିଥିଲା । ଏହା ସହିତ ଯାଞ୍ଚରେ ସେ କୌଣସି ପ୍ରକାରର ସହଯୋଗ କରୁନଥିଲେ । ପୋଲିସ ବାନେର ସ୍ଥିତ ତାଙ୍କ ବଙ୍ଗଳାରେ ପହଞ୍ଚି ଭିଡିଓ ରେକର୍ଡ କରିଥିଲା, ଯେଉଁଠାରେ ଅଧିକାରୀଙ୍କୁ କେହି ବି ମିଳିନଥିଲେ । ମନୋରମା ଏବଂ ଦିଲ୍ଲୀପ ଯାଞ୍ଚରେ ସହଯୋଗ କରୁନଥିଲେ । ପୂଜାଙ୍କ ପରିବାରକୁ ଖୋଜିବା ପାଇଁ ପୋଲିସ ସର୍ଚ୍ଚ ଅପରେସନ ଜାରି ରଖିଥିଲା ।
ସୂଚନାଯୋଗ୍ୟ, ବିବାଦିତ ଟ୍ରେନି ଆଇଏଏସ ଅଧିକାରୀ ପୂଜା ଖେଡକରଙ୍କ ମା ମନୋରମା ଖେଡକରଙ୍କ ଭିଡିଓ ଭାଇରଲ ହୋଇଥିଲା । ଯେଉଁଥିରେ ଏକ ଜମି ବିବାକୁ ନେଇ ହାତରେ ବନ୍ଧୁକ ଧରି କିଛି ଚାଷୀଙ୍କୁ ଧମକାଉଥିଲେ । ଏହି ଭିଡିଓ ସାମ୍ନାକୁ ଆସିବା ପରେ ପୋଲିସ ମନୋରମା ଏବଂ ତାଙ୍କ ସ୍ୱାମୀଙ୍କ ସହିତ ୭ ଜଣଙ୍କ ନାମରେ ମାମଲା ଦାୟର କରିଥିଲା ।