ପୁଣି ଟ୍ରେନିଂ ନେବେ IAS ପୂଜା, ତୁରନ୍ତ ଯୋଗ ଦେବାକୁ ନିର୍ଦ୍ଦେଶ

ପୁଣି ବଢିଲା ଆଇଏଏସ ପୂଜା ଖେଡକରଙ୍କ ଅଡୁଆ । ଆଇଏଏସ ଅଫିସର ପୂଜା ଖେଡକରଙ୍କ ବିରୋଧରେ ମହାରାଷ୍ଟ୍ର ସରକାର କଡା କର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ସରକାରଙ୍କ ନିର୍ଦ୍ଦେଶ ପରେ ଟ୍ରେନିଂ ରଦ୍ଦ କରି ପୂଜା ଖେଡକରଙ୍କୁ ପୁଣିଥରେ ଡକାଯାଇଛି । ବର୍ତ୍ତମାନ ପୂଜାଙ୍କୁ ମସୁରୀ ଟ୍ରେନିଂ ଏକାଡେମୀରେ ୨୩ ଜୁଲାଇ ପର୍ଯ୍ୟନ୍ତ ଜଏନ କରିବାକୁ କୁହାଯାଇଛି ।
ଏହା ମହାରାଷ୍ଟ୍ର ସରକାରଙ୍କ ଦ୍ୱାରା ଲାଲ ବାହାଦୂର ଶାସ୍ତ୍ରୀୟ ପ୍ରଶାସନିକ ଏକାଡେମୀ ଦ୍ୱାରା ଦିଆଯାଇଥିବା ନିର୍ଦ୍ଦେଶଗୁଡିକ ଅନୁସାରେ କରାଯାଇଛି ।
ସୂଚନାଯୋଗ୍ୟ, ପୂର୍ବରୁ ପୂଜାକୁ ଟ୍ରେନିଂକୁ ସ୍ଥଗିତ ରଖାଯାଇଥିଲା । ଜୁଲାଇ ୨୩ ସୁଦ୍ଧା ଟ୍ରେନିଂ ଏକାଡେମୀ ଆସିବାକୁ କୁହାଯାଇଥିଲା । ପ୍ରଶାସନିକ ସେବା ପରୀକ୍ଷାରେ ସାର୍ଟିଫିକେଟ ଜାଲିଆତିକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ତାଙ୍କ ପ୍ରଶିକ୍ଷଣକୁ ସ୍ଥଗିତ କରି ଦିଆଯାଇଥିଲା । ପ୍ରୋବେସନାରୀ ଆଇଏଏସ ଅଧିକାରୀ ପୂଜା ଖେଡକର ନିଜ କାରରେ ରେଡ ଲାଇଟ ଲଗାଇବା ଏବଂ ଅଲଗା କ୍ୟାବିନରେ ଜିଦ୍ ଧରିବାକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଶାରୀରିକ ବିକଳାଙ୍ଗତା ଏବଂ ଓବିସି ପ୍ରମାଣ ପତ୍ରର ପ୍ରସଙ୍ଗ ଉପରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଏବଂ ମସୁରୀରେ ଲାଲ ବାହାଦୂର ଶାସ୍ତ୍ରୀୟ ପ୍ରଶାସନିକ ଏକାଡେମୀ ପୂଜା ଖେଡକରଙ୍କ ଯାଞ୍ଚ ଆରମ୍ଭ କରିଥିଲେ । ପୂଜା ଖେଡକର ବ୍ୟବହାର କରୁଥିବା ଅଡ଼ି କାର୍ ବିରୁଦ୍ଧରେ ୨୧ଟି ଟ୍ରାଫିକ ନିୟମ ଉଲ୍ଲଙ୍ଘନ ଅଭିଯୋଗ ରହିଛି । ପୂଜା କାର୍ଯ୍ୟରେ ଯୋଗଦାନ କରିବା ପୂର୍ବରୁ ନିଦ ପଦବୀର ଦୂରୁପୋଯୋଗ ଏବଂ ଟ୍ରେନି ଅବଧିରେ ଥିବାବେଳେ ଭିଆଇପି ଷ୍ଟାଟସ୍ ମାଗି ଚର୍ଚ୍ଚାରେ ଥିବା ପୂଜାଙ୍କୁ ୱାଶିମକୁ ବଦଳି କରାଯାଇଛି ।
ତାଙ୍କ ପରେ ତାଙ୍କ ବାପା ଓ ମାଆଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଥିଲା । ପୂଜାଙ୍କ ମାଆ ମନୋରମା ଜଣେ ଚାଷୀଙ୍କୁ ପିସ୍ତଲ ଦେଖାଇ ଧମକଚମକ ଦେଉଥିଲେ ବୋଲି ଚାଷୀ ଅଭିଯୋଗ କରିଛନ୍ତି । ପୂଜାଙ୍କ ମା, ବାପା ଏବଂ ବର୍ଡିଗାର୍ଡଙ୍କ ନାମରେ ପୁନେର ପାଉଦ ପୋଲିସ ଷ୍ଟେସନରେ ମାମଲା ରୁଜୁ ହୋଇଛି । ତାଙ୍କ ବିରୋଧରେ ଆର୍ମସ୍ ଆକ୍ଟରେ ଏକାଧିକ ଦଫା ଲାଗିଛି । ପୋଲିସ ସେକ୍ସନ ୩୨୩, ୫୦୪, ୫୦୬, ୧୪୩, ୧୪୪, ୧୪୭, ୧୮, ୧୮୯ ଏବଂ ଆର୍ମସ ଆକ୍ଟରେ ଧାରା ୩(୨୫) ଅଧିନରେ ମାମଲା ରୁଜୁ ହୋଇଛି ।