ନିଜ ବାହାଘରରେ ଧୁମ୍‌ ନାଚିଛନ୍ତି ଆଇଏଏସ୍‌ ଟିନା ଡାବି, IAS ଭଉଣୀ ରିୟା ସେୟାର କଲେ ଭିଡିଓ

ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଆଇଏଏସ୍‌ ଟିନା ଡାବି ଓ ପ୍ରଦୀପ ଗଓ୍ଵାଣ୍ଡେ। ଇତି ମଧ୍ୟରେ ଟିନାଙ୍କର ଆଇଏଏସ୍‌ ଭଉଣୀ ରିୟା ଡାବି ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଭିଡିଓରେ ଟିନାଙ୍କ ବିବାହ, ମେହେନ୍ଦି, ସଙ୍ଗୀତ ସେରମନିର ଝଲକ ଦେଖିବାକୁ ମିଳିଥିଲା। ଏହି ଭିଡିଓରେ ଟିନା ଭଉଣୀ ଓ ସାଙ୍ଗଙ୍କ ସହ ଡ୍ୟାନ୍ସ କରୁଥିବାର ନଜର ଆସିଥିଲେ।

ପୂର୍ବରୁ ବି ରିୟା ଡାବି ଭଉଣୀ ଟିନା ଓ ଭିଣୋଇ ପ୍ରଦୀପଙ୍କ ନିର୍ବନ୍ଧ ଠୁ ବିବାହ ପର୍ଯ୍ୟନ୍ତ ସବୁ ଫଟୋ ସେୟାର କରିଥିଲେ। କିନ୍ତୁ ଏବେ ସେ ଯେଉଁ ଭିଡିଓ ସେୟାର କରିଛନ୍ତି, ତାହା ସବୁ ଠାରୁ ନିଆରା। ଏହି ନୂଆ ଭିଡିଓରେ ସଙ୍ଗୀତ ଫଙ୍କସନ୍‌ ବେଳେ ଟିନା ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି। ଟିନାଙ୍କ ସହ ଭଉଣୀ ରିୟା ଓ ତାଙ୍କ ସାଙ୍ଗ ବି ସାଥ୍‌ ଦେଉଛନ୍ତି।

 

View this post on Instagram

 

A post shared by Ria Dabi (@ria.dabi)

ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ରିୟା ପୋଷ୍ଟ କରିଥିବା ଭିଡିଓରେ ଟିନା ଧଳା ରଙ୍ଗର ଶାଢ଼ି ସହ ଲାଇଟ୍‌ ଗୋଲ୍ଡ ଜୁଏଲାରୀରେ ନଜର ଆସିଛନ୍ତି। ତାଙ୍କ ସହ ପ୍ରଦୀପ ଗଓ୍ଵାଣ୍ଡେ ମଧ୍ୟ ଧଳା କୁର୍ତ୍ତା ପିନ୍ଧିଥିବା ଦେଖାଯାଇଛି। ଭିଡିଓରେ ଟିନା ଡାବି ମେହେନ୍ଦି ଲଗାଇବା ସହ ସଙ୍ଗୀତ ସେରିମନିରେ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି। ରିୟାଙ୍କର ଏହି ଭିଡିଓରେ ପାଖାପାଖି ଲକ୍ଷେ ଲାଇକ୍‌ ମିଳିସାରିଲାଣି।

ଟିନା ଓ ପ୍ରଦୀପ ବେଶ୍‌ ସାଧାରଣ ଭାବେ ବିବାହ କରିଛନ୍ତି। ସେମାନଙ୍କ ବିବାହରେ କୌଣସି ଆଡ଼ମ୍ବର ହୋଇନଥିଲା। ବିବାହ ବେଳର ଅନେକ ଫଟୋ ବି ଏବେ ସାମ୍ନାକୁ ଆସିଛି। ଏକ ଫଟୋରେ ଉଭୟେ ଡ. ଭୀମରାଓ ଆମ୍ବେଦକରଙ୍କ ଫଟୋ ସାମ୍ନାରେ ବିବାହ କର୍ମ କରୁଥିବା ଦେଖାଯାଇଥିଲା। ବିବାହ ପରେ ଏହି ଯୋଡ଼ି ରାଜସ୍ଥାନ ଜୟପୁର ଆଲିଶାନ୍‌ ହୋଟେଲରେ ରିସେପସନ୍‌ ପାର୍ଟି ଦେଇଛନ୍ତି।

 

View this post on Instagram

 

A post shared by Ria Dabi (@ria.dabi)

ସୂଚନାଯୋଗ୍ୟ ଯେ ୨୨ ଏପ୍ରିଲ ଦିନ ଜୟପୁରର ଏକ ୫ ଷ୍ଟାର ହୋଟେଲରେ ଟିନା ଓ ପ୍ରଦୀପ ବିବାହ କରିଥିଲେ। ୨୦୧୫ ମସିହାର ୟୁପିଏସ୍‌ସି ଟପ୍ପର ଆଇଏଏସ୍‌ ଟିନା ଡାବିଙ୍କର ଏହା ଦ୍ୱିତୀୟ ବିବାହ। ସେ ନିଜ ଠାର ୧୩ ବର୍ଷ ବଡ଼ ଆଇଏଏସ୍‌ ପ୍ରଦୀପ ଗଓ୍ଵାଣ୍ଡେଙ୍କୁ ବିବାହ କରିଛନ୍ତି। ଏହା ପୂର୍ବରୁ ଟିନା ଆଇଏଏସ୍‌ ଅତହର ଅମିର ଖାନ୍‌ଙ୍କୁ ବିବାହ କରିଥିଲେ। କିନ୍ତୁ ପରେ ଉଭୟେ ପରସ୍ପରର ସହମତିରେ ଛାଡ଼ପତ୍ର ନେଇଥିଲେ।

Also Read: ହୋଇପାରେ ଲକ୍‌ଡାଉନ୍‌! ଦ୍ରୁତ ବେଗରେ ମାଡ଼ି ଚାଲିଛି କରୋନା, ସପ୍ତାହେ ଭିତରେ ଦୁଇ ଗୁଣ ହେଲାଣି ସଂକ୍ରମଣ

Leave A Reply

Your email address will not be published.