ଆଇଏଏସ୍ ଟପ୍ପର ଟିନା ଡାବିଙ୍କଠାରୁ ଛାଡପତ୍ର ହେବା ପରେ କ’ଣ କରୁଛନ୍ତି ଅତହର ଖାନ୍ ? ବିବାହ ପରେ ହେଇଥିଲେ ଟ୍ରୋଲ୍ 

UPSC ବ୍ୟାଚ୍ ୨୦୧୫ ରେ ଟପ୍ପର ହୋଇଥିବା IAS ଟିନା ଡାବି ତାଙ୍କର ଦ୍ୱିତୀୟ ବିବାହ ବିଷୟରେ ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି। ଏମିତିକି ତାଙ୍କର ଭାବି ସ୍ଵାମୀଙ୍କ ସହ ସେ ଫଟୋ ମଧ୍ୟ ସେୟାର କରିଛନ୍ତି। ପ୍ରଥମ ସ୍ୱାମୀ ଅତହର ଖାନଙ୍କଠାରୁ ଛାଡପତ୍ର ହେବାର ସାତ ମାସ ପରେ ଟିନା ଡାବି ବର୍ତ୍ତମାନ ଆଇଏଏସ୍ ପ୍ରଦୀପ ଗାୱାଣ୍ଡେଙ୍କୁ ବିବାହ କରିବାକୁ ଯାଉଛନ୍ତି।

ପ୍ରଦିପ ରାଜସ୍ଥାନର ପ୍ରତ୍ନତତ୍ତ୍ୱ ବିଭାଗର ନିର୍ଦ୍ଦେଶକ। ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ଥିବା ଥିବା ଟିନା ଡାବି ଇନଷ୍ଟାଗ୍ରାମରେ ଆଇଏଏସ୍ ପ୍ରଦୀପ ଗାୱାଣ୍ଡେଙ୍କ ସହ ଅନେକ ଫଟୋ ସେୟାର କରିଛନ୍ତି। ତେବେ ଅନେକଙ୍କ ଲୋକ ଭାବୁଥିବେ ଯେ ଟିନାଙ୍କ ପ୍ରଥମ ସ୍ୱାମୀ ଅତହର ଖାନ କ’ଣ କରୁଛନ୍ତି?

 

 

View this post on Instagram

 

A post shared by Athar Aamir Khan (@atharaamirkhan)

ଉଭୟ ଆଇଏଏସ୍ ଟ୍ରେନିଂ ନେବାକୁ ଆସିଥିବା ବେଳେ ଅତହର ଏବଂ ଟିନା ଡାବି ପ୍ରଥମ ଥର ମୁସୁରିରେ ସାକ୍ଷାତ ହୋଇଥିଲେ। ଏକ ସାକ୍ଷାତକାରରେ ଟିନା କହିଥିଲେ ଯେ ସେ ପ୍ରଥମ ଦେଖାରେ ଅତହରଙ୍କ ପ୍ରେମରେ ପଡିଥିଲେ। ତାଲିମ ଶେଷ ହେବା ପରେ ଉଭୟେ ୨୦୧୮ ରେ ବିବାହ କରିଥିଲେ। ତେବେ ଏହି ବିବାହ ଅଧିକ ଦିନ ତିଷ୍ଠି ରହିଲା ନାହିଁ। ୨୦୨୦ ରେ ଉଭୟ ରାଜସ୍ଥାନ କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଥିଲେ। ୨୦୨୧ ମସିହା ଅଗଷ୍ଟ ୧୦ ତାରିଖରେ ଦୁହିଁଙ୍କ ମଧ୍ୟରେ ଛାଡପତ୍ର ଫାଇନାଲ ହୋଇଥିଲା । ଦୁଇଜଣ ଆଇନଗତ ଭାବରେ ଅଲଗା ହୋଇଥିଲେ।

ତେବେ ବିବାହ ପରେ ସେ ଦୁହେଁ ରାଜସ୍ଥାନରେ ରହୁଥିଲେ, କିନ୍ତୁ ଛାଡପତ୍ର ପରେ ଅତହର କାଶ୍ମୀରକୁ ଚାଲିଯାଇଥିଲେ। ବର୍ତ୍ତମାନ, ଅତହର ଶ୍ରୀନଗର ମ୍ୟୁନିସିପାଲିଟି କର୍ପୋରେସନର କମିଶନର ଅଛନ୍ତି। ଏହା ବ୍ୟତୀତ ସେ ଶ୍ରୀନଗର ସ୍ମାର୍ଟ ସିଟି ଲିମିଟେଡର ସିଇଓ ମଧ୍ୟ ଅଛନ୍ତି। ସୋସିଆଲ ମିଡିଆରେ ଅତହରଙ୍କ ଅଧିକ ପ୍ରଶଂସକ ମଧ୍ୟ ଅଛନ୍ତି।
ଇନଷ୍ଟାଗ୍ରାମରେ ଅତହରଙ୍କ ୫.୬୨ ଲକ୍ଷ ଫୋଲୋର୍ସ, ଟ୍ୱିଟରରେ ୧.୦୪ ଲକ୍ଷ ଫୋଲୋର୍ସ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.