ମେଧାବୀ ଛାତ୍ରଛାତ୍ରୀଙ୍କୁ ମାସିକ ୫୦,୦୦୦ ଟଙ୍କାର ସ୍କଲାରସିପ୍‌ ଦେଉଛି ICAI, ତୁରନ୍ତ କରନ୍ତୁ ଆବେଦନ

ପିଏଚ୍‌ଡି ଡିଗ୍ରୀ କରୁଥିବା ଛାତ୍ର ଛାତ୍ରୀଙ୍କ ପାଇଁ ଖୁସି ଖବର। ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଚାଟାର୍ଡ ଆକାଉଣ୍ଟସ୍‌ ଅଫ୍‌ ଇଣ୍ଡିଆ (ICAI) ପକ୍ଷରୁ ଡକ୍ଟୋରାଲ୍‌ ସ୍କଲାରସିପ୍‌ ସ୍କିମ୍‌ ୨୦୨୨ରେ ପିଏଚ୍‌ଡି ଡିଗ୍ରୀ କରୁଥିବା ଛାତ୍ରଛାତ୍ରୀଙ୍କୁ ମୋଟା ଅଙ୍କର ସ୍କଲାରସିପ୍‌ ପ୍ରଦାନ କରାଯାଉଛି। ଏହି ସ୍କଲାରସିପ୍‌ ପାଇବାକୁ ଛାତ୍ରଛାତ୍ରୀ ଆଇସିଏଆଇର ସଦସ୍ୟତା ନେଇଥିବା ଆବଶ୍ୟକ। ଏଥିସହ ପ୍ରାର୍ଥୀଙ୍କ ବୟସ ୪୦ ବର୍ଷରୁ କମ୍‌ ହୋଇଥିବା ଦରକାର ବୋଲି ICAI ପକ୍ଷରୁ ସୂଚନା ଦିଆଯାଇଛି। ସ୍କଲାରସିପ୍‌ ପାଇଁ ଆବେଦନ କରୁଥିବା ଛାତ୍ରଛାତ୍ରୀ କୌଣସି କଲେଜ, ବିଶ୍ୱବିଦ୍ୟାଳୟ କିମ୍ବା ସଂସ୍ଥାରେ ପଢ଼ୁଥିବା ଆବଶ୍ୟକ। ଏହି ସ୍କଲାରସିପ୍‌ ପାଇଁ ଆବେଦନ କରିବାକୁ ଇଚ୍ଛୁକ ଛାତ୍ରଛାତ୍ରୀ ଚଳିତବର୍ଷ ଜୁଲାଇ ୩୧ ତାରିଖ ପୂର୍ବରୁ ଆବେଦନ କରିପାରିବେ।

ଯୋଗ୍ୟତା:

  • ଛାତ୍ରଛାତ୍ରୀଙ୍କ ବୟସ ୪୦ ବର୍ଷରୁ କମ୍‌ ହୋଇଥିବା ଆବଶ୍ୟକ।
  • ସେ ICAI ର ଜଣେ ସଦସ୍ୟ ହୋଇଥିବା ଜରୁରୀ।
  • ଆବେଦନ କରିଥିବା ପ୍ରାର୍ଥୀ କୌଣସି କଲେଜ/ବିଶ୍ୱବିଦ୍ୟାଳୟ/ ଇନ୍‌ଷ୍ଟିଚ୍ୟୁଟ୍‌ରେ ରେଗୁଲାରରେ ପିଏଚ୍‌ଡି ଡିଗ୍ରୀ କରୁଥିବା ଆବଶ୍ୟକ।
  • ୧୦ମ ଓ ଦ୍ୱାଦଶରେ ଅନ୍ୟୁନ ୭୫ % ନମ୍ବର ରଖିଥିବା ଆବଶ୍ୟକ।
  • ଏହି ସ୍କଲାରସିପ୍‌ ପାଇଁ ଆବେଦନ କରିବା ସମୟରେ ସେ ଅନ୍ୟ କୌଣସି ସ୍କଲାରସିପ୍‌ ପାଉନଥିବା ଆବଶ୍ୟକ। ନଚେତ୍‌ ଏହି ସ୍କଲାରସିପ୍‌ ପାଇବାକୁ ସେ ଅଯୋଗ୍ୟ ଘୋଷିତ ହେବେ।

ସ୍କଲାରସିପ୍‌ ପାଇଁ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ମାସିକ ଭତ୍ତା ବାବଦକୁ ୫୦,୦୦୦ ଟଙ୍କା ମିଳିବ। ଏଥିସହ ବାର୍ଷିକ ସହାୟତା ରାଶି ଭାବେ ଅତିରିକ୍ତ ୫୦,୦୦୦ ଟଙ୍କା ମିଳିବ।

ପୁରସ୍କାର:

ମାସିକ ଭତ୍ତା-୫୦,୦୦୦ ଟଙ୍କା (୩୬ ମାସ ପର୍ଯ୍ୟନ୍ତ)
ବାର୍ଷିକ କଣ୍ଟିଜେନ୍ସି ଗ୍ରାଣ୍ଟ- ୫୦,୦୦୦ ଟଙ୍କା

ଏହି ସ୍କଲାରସିପ୍‌ ପାଇଁ ଆବେଦନ କରିବାର ସମୟ ସୀମା:

ଇଚ୍ଛୁକ ଛାତ୍ରଛାତ୍ରୀ କେବଳ ଅନ୍‌ଲାଇନ୍‌ରେ ହିଁ ଏଥିପାଇଁ ଆବେଦନ କରିପାରିବେ। ଏଥିପାଇଁ ଛାତ୍ରୀ ଛାତ୍ରୀଙ୍କୁ ନିଜର ସମସ୍ତ ସୂଚନା ଇମେଲ୍‌ ମାଧ୍ୟମରେ www.b4s.in/katv/CAS6 କୁ ପଠାଇବାକୁ ପଡ଼ିବ। ୩୧ ଜୁଲାଇ ପୂର୍ବରୁ ସେମାନେ ମେଲ୍‌ ମାଧ୍ୟମରେ ନିଜ ଜରୁରୀ ଡକ୍ୟୁମେଣ୍ଟ ପଠାଇପାରିବେ।

ଜରୁରୀ କାଗଜପତ୍ର:

  • ଆବେଦନ ଫର୍ମ
  • ବର୍ତ୍ତମାନ କରୁଥିବା ରିସର୍ଚ୍ଚର ସମସ୍ତ ବିବରଣୀ(୩୦୦୦ ଶବ୍ଦରେ)

ଏମିତି କରନ୍ତୁ ଆବେଦନ:

  • ICAI ର ସ୍କଲାରସିପ୍‌ ପାଇବାକୁ ଇଚ୍ଛୁକ ଛାତ୍ର ଛାତ୍ରୀ ପ୍ରଥମେ ଅଫିସିଆଲ ୱେବ୍‌ସାଇଟ୍‌ (https://resource.cdn.icai.org/64171research51507form.docx) ରୁ ଫର୍ମ ଡାଉନ୍‌ଲୋଡ୍‌ କରନ୍ତୁ।
  • ଏହି ଫର୍ମକୁ ସମ୍ପୂର୍ଣ୍ଣ ପୂରଣ କରନ୍ତୁ।
  • ଏବେ ନିଜ ରିସର୍ଚ୍ଚ ପ୍ରପୋଜାଲକୁ ୩୦୦୦ ଶବ୍ଦରେ ଲେଖି ଏଥିରେ (https://resource.cdn.icai.org/64171research51507form.docx) ରଖନ୍ତୁ। ଏହି ଡକ୍ୟୁମେଣ୍ଟକୁ ନିମ୍ନଲିଖିତ ଠିକଣାରେ ପଠାନ୍ତୁ।

Research Committee
The Institute of Chartered Accountants of India
ICAI Bhawan
8th Floor, Administrative Building,
A-29, Sector 62, NOIDA-201309, UP.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.