ଦେଶ ବିଦେଶ

ୱେବସିରିଜ ଦେଖି ଆସିଲା ଶଇତାନ ବୁଦ୍ଧି, ନିଜ ବ୍ୟାଙ୍କରୁ ୩୪ କୋଟି ନେଇ ଫେରାର ହେଲେ ମ୍ୟାନେଜର

ଆଜିକାଲିର ଯୁବପିଢି ବିଭିନ୍ନ ପ୍ରକାର ସିରିଜ ଏବଂ କ୍ରାଇମ ଦେଖି ବିଭିନ୍ନ ପ୍ରକାର ଅପରାଧ ଘଟାଉଛନ୍ତି। ବ୍ୟାଙ୍କ ଚୋରି, ଲୁଟ୍‌ କରି ଢେର ପଇସା କମାଉଛନ୍ତି। ତେବେ ଯେଉଁ ୱେବସିରିଜ କେବଳ ମନୋରଂଜନ ପାଇଁ ପ୍ରସ୍ତୁତ କରାଯାଇଛି, ତାହାକୁ ଦେଖି ଅନେକ ଲୋକଙ୍କ ମୁଣ୍ଡରେ ଶଇତାନ ବୁଦ୍ଧି ଆସୁଛି। ଆଉ ସେମାନେ ଲୁଟ୍‌ କିମ୍ବା କୌଣସି ଅପରାଧ କରିବାକୁ ପଛାଉନାହାନ୍ତି। ମୁମ୍ବାଇରେ ଆଇସିଆଇସିଆଇ ବ୍ୟାଙ୍କରେ ଚାକିରି କରିଥିବା ଜଣେ ମ୍ୟାନେଜର ୩୪ କୋଟି ଟଙ୍କା ନେଇ ଫେରାର ହୋଇଯାଇଛନ୍ତି। ତାହା ପୁଣି ୱେବସିରିଜ ଦେଖି। ପୋଲିସ ଅପରାଧୀକୁ ଗିରଫ କରିଛି। ତେବେ ଏହି ଘଟଣା ମୁମ୍ବାଇରେ ଘଟିଛି।

ପୋଲିସ ଗିରଫ କରିଥିବା ବ୍ୟକ୍ତିଙ୍କ ନାମ ଅଲତାଫ ଶେଖ। ସେ ମୁମ୍ବାଇର ଡୋମ୍ବିବଲିରେ ଥିବା ଏମଆଇସିସି ଅଞ୍ଚଳରେ ଥିବା ଆଇସିଆଇସିଆଇ ବ୍ୟଙ୍କରେ ମ୍ୟାନେଜର ଭାବେ କାର୍ଯ୍ୟରତ ଥିଲେ। ବର୍ଷେ ପୂର୍ବରୁ ଯୁବକ ଜଣକ ମନି ହାଇଷ୍ଟ ୱେବସିରିଜ  ଦେଖିଥୁଲେ। ଜଲଦି କିପରି ଧନୀ ହେବେ, ତାହା ପାଇଁ ବ୍ୟାଙ୍କ ଲୁଟ୍‌ କରିବାକୁ ଯୋଜନା କରିଥିଲେ। ବ୍ୟାଙ୍କରେ ମ୍ୟାନେଜର ଭାବେ କାର୍ଯ୍ୟରତ ଥିଲେ, ତେଣୁ ବ୍ୟାଙ୍କ ବିଷୟରେ ସବୁକିଛି ଜାଣିନଥିଲେ। ଆଉ େଓ୍ଵବସିରିଜ ଦେଖି ଶଇତାନୀ ବୁଦ୍ଧି ଆପଣାଇ ପ୍ଲାନ କରିଥିଲେ। ଆଉ ନିଜ ସାଙ୍ଗ ସହିତ ମିଶି ବ୍ୟାଙ୍କ ଚୋରି କରିଥିଲେ।

ଅଲତାଫ ଶେଖ ପ୍ରଥମେ ବ୍ୟାଙ୍କର ସୁରକ୍ଷା ବ୍ୟବସ୍ଥାକୁ ନେଇ କ’ଣ ଦୁର୍ବଳତା ରହିଛି, ତାହା ବିଷୟରେ ରିସର୍ଚ୍ଚ କରିଥିଲେ। ଏଥିପାଇଁ ଆବଶ୍ୟକ ଜିନିଷ ଏକାଠି କରି ୯ ଜୁଲାଇରେ ବ୍ୟାଙ୍କର ଆଲାର୍ମକୁ ଖରାପ କରିଥିଲେ। ସମସ୍ତ ସିସିଟିଭର ହାର୍ଡ ଡିସ୍କ କାଢି ଲକରରୁ ୩୪ କୋଟି ଲୁଟି ନେଇଥିଲେ।

ଟଙ୍କା ଲୁଟିନେବା ପରେ ସେ ବ୍ୟାଙ୍କର ସିନିଅର ଅଫିସର ସିସିଟିଭି ଡିଭିଆର ଗାଏବ ହେବା ସୂଚନା ଦେଇଥିଲେ। ଏହାପରେ ଟଙ୍କା ଲୁକ୍‌ ହେବା ପରେ ଯାଞ୍ଚ ପାଇଁ ଗୋଟେ ଟିମ୍‌କୁ ବ୍ୟାଙ୍କୁ ଡକାଯାଇଥିଲା। ତେବେ ବ୍ୟାଙ୍କରୁ ଚୋରି କରିଥିବା ୩୪ କୋଟି ଟଙ୍କାକୁ ନିଜର ୩ ଜଣ ସାଙ୍ଗ କୁରେଶୀ, ଅହମଦ ଖାନ ଏବଂ ଅନୁଜ ଗେରୀଙ୍କ ମଧ୍ୟରେ ବାଣ୍ଟିଥିଲା। ଏହା ପରେ ପୋଲିସ ଥାନାରେ ଚୋରି ପାଇଁ ଅଭିଯୋଗ କରିଥିଲେ।

ପୋଲିସ ଏହି ବିଷୟରେ ଯାଞ୍ଚ କରି ଅଭିଯୁକ୍ତଙ୍କ ତିନି ଜଣ ସାଙ୍ଗକୁ ଗିରଫ କରି ୫ କୋଟି ଟଙ୍କା ଜବତ କରିଥିଲା। ବ୍ୟାଙ୍କ ମ୍ୟାନେଜର ଅଲତାଫ ଶେଖଙ୍କୁ ପୁନେରୁ ଗିରଫ କରିଛି ପୋଲିସ। ପୋଲିସ ଏପର୍ଯ୍ୟନ୍ତ ୯ କୋଟି ଟଙ୍କା ଜବତ କରିଛି। ଆଉ ବାକି ଟଙ୍କା କୁଆଡେ ଗଲା ତା ପାଇଁ ତଦନ୍ତ ଚଳାଇଛି।

Also Read : ନାସିକ ବସ୍‌ ଅଗ୍ନିକାଣ୍ଡରେ ମୃତକଙ୍କ ପରିବାରକୁ ୫ ଲକ୍ଷ କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଆହତଙ୍କୁ କରାଯିବ ମାଗଣା ଚିକିତ୍ସା

Swagatika

Recent Posts

୨ ନକଲି ନକ୍ସଲ ଗିରଫ, ଜୟପୁର ଏସଡିପିଓଙ୍କ ସୂଚନା

କୋରାପୁଟ : ଦୁଇ ନକଲି ନକ୍ସଲ ଗିରଫ । ଜୟପୁର ସଦର ଥାନା ଓ ବୈପାରିଗୁଡା ପୋଲିସର ମିଳିତ ଉଦ୍ୟମରେ…

8 mins ago

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

25 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

38 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

47 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

50 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

1 hour ago