ଟ୍ରାଫିକ୍ ନିୟମର ପାଳନ କଲେ କମ୍ପାନୀ ବଢ଼ାଇବ ନିଜ କର୍ମଚାରୀଙ୍କ ଦରମା, ଜାଣନ୍ତୁ କଣ ରହିଛି ଯୋଜନା

ନୂଆ ମୋଟର ଯାନ ଆଇନର ଚର୍ଚ୍ଚା ଏବେ ଚାରିଆଡେ। ଗାଡି ଚାଳକ ମାନେ ଏହି ନିୟମକୁ ମାନି ବହୁତ ସଚେତନ ହୋଇଗଲେଣି। ସେହିଭଳି ଅନେକ ଲୋକ ଏହି ନିୟମକୁ ମାନିବାକୁ ବିରତ କରୁଛନ୍ତି ତ ଆଉ କେହି ଏହି ନିୟମକୁ ସମର୍ଥନ କରୁଛନ୍ତି।
ଟ୍ରାଫିକର ଏହି ନିୟମକୁ ସମର୍ଥନ କରି ଗୁଜୁରାଟର ଅନେକ କମ୍ପାନୀ ନିଜର କର୍ମଚାରୀଙ୍କ ପାଇଁ ଟ୍ରାଫିକ ନିୟମର ପାଳନ କରିବା ପାଇଁ ଅନେକ ନୂଆ-ନୂଆ ସ୍କୀମ ବାହାର କରିଛନ୍ତି। ଏଥିରେ କାର ପୁଲିଂ ଠାରୁ ନେଇ ନିୟମର ପାଳନ କରୁଥିବା ବ୍ୟକ୍ତିଙ୍କୁୁ ଅଧିକ ଦରମା ଦେବା ପର୍ଯ୍ୟନ୍ତ ସାମିଲ ରହିଛି।
ଅନେକ କମ୍ପାନୀ ଏହା ଦେଖୁଛନ୍ତି ଯେ ତାଙ୍କ କମ୍ପାନୀର କର୍ମଚାରୀ ଟ୍ରାଫିକ୍ ନିୟମ ବିଷୟରେ କେତେ ଜାଣିଛନ୍ତି ଏବଂ ତାହାକୁ କେତେ ପାଳନ କରୁଛନ୍ତି। ନିୟମର ପାଳନ କରୁଥିବା କର୍ମଚାରୀଙ୍କର ଦରମା ବଢ଼ାଇବା ପାଇଁ କମ୍ପାନୀ ନିଷ୍ପତ୍ତି ନେଉଛି। ଏହାସହିତ କର୍ମଚାରୀ ମାନେ କାର ପୁଲିଂକୁ ଆପଣେଇବା ଏବଂ ଏହି ଅଭ୍ୟାସକୁ ବୃଦ୍ଧି କରିବାରେ ମଧ୍ୟ ଦରମା ବୃଦ୍ଧି ହେବାର ବିଚାର କରାଯାଇଛି।