ଦେଶ ବିଦେଶ

ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ; ତୁରନ୍ତ ପାଆନ୍ତୁ ଚିତା ଦେଖିବାର ଅବସର…! ମନ୍‌ କୀ ବାତ୍‌ କାର୍ଯ୍ୟକ୍ରମରେ ଅପିଲ୍‌

ସୁଦୂର ନାମିବ୍ୟାରୁ ମଧ୍ୟ ପ୍ରଦେଶର କୁନୋ ଜାତୀୟ ଉଦ୍ୟାନକୁ ଆସିଥିବା ଚିତାମାନଙ୍କୁ ଦେଖିବା ପାଇଁ ଭାରତର ଲୋକମାନେ ବେଶ୍‌ ଆଗ୍ରହୀ ଅଛନ୍ତି। ଏହି ଦୃଷ୍ଟିରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ୍‌ କୀ ବାତ୍‌’ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କହିଛନ୍ତି ଯେ ଅନେକ ଲୋକ ପ୍ରଶ୍ନ କରିଛନ୍ତି କି, ସେମାନଙ୍କୁ ନାମିବ୍ୟା ଚିତା ଦେଖିବାକୁ କେବେ ଅବସର ମିଳିବ? ମୋଦି କହିଛନ୍ତି, ଚିତାମାନଙ୍କ ପାଇଁ ଏକ ଟାସ୍କ ଫୋର୍ସ ଗଠନ କରାଯାଇଛି, ଯଦ୍ଦ୍ଵାରା ଏଠାକାର ମାହୋଲରେ ଚିତାମାନେ ଖାପଖୁଆଇ ପାରୁଛନ୍ତି କି ନାହିଁ, ତାହା ଦେଖାଯାଇ ପାରିବ। ଏହାପରେ ହିଁ ସାଧାରଣ ଲୋକେ ଚିତା ଦେଖିବାର ଅବସର ପାଇ ପାରିବେ।

କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ମୁଁ ଆପଣ ସମସ୍ତଙ୍କୁ କିଛି କାମ ଦେଉଛି। MYGOVର ଏକ ପ୍ଲାଟଫର୍ମରେ ଏକ ପ୍ରତିଯୋଗିତାର ଆୟୋଜନ କରାଯିବ, ଯେଉଁଥିରେ ଲୋକମାନଙ୍କୁ ମୁଁ କିଛି ଜିନିଷ ସେୟାର କରିବାକୁ ଅନୁରୋଧ କରୁଛି। ପିଏମ୍‌ ଲୋକମାନଙ୍କୁ ପଚାରିଛନ୍ତି କି, ଚିତାମାନଙ୍କୁ ନେଇ ଆମେ ଯେଉଁ ଅଭିଯାନ ଚଳାଇବାକୁ ଯାଉଛୁ, ସେହି ଅଭିଯାନର ନାମ କ’ଣ ହେବା ଦରକାର? ମୋଦି ଆହୁରି କହିଥିଲେ କି, ଯଦି ଏହି ନାମକରଣ ପାରମ୍ପରିକ ହୁଏ, ତା’ ହେଲେ ବହୁତ ଭଲ ରହିବ। କାରଣ, ନିଜ ସମାଜ, ସଂସ୍କୃତି ଓ ପରମ୍ପରା ସହ ଜଡ଼ିତ କୌଣସି ବି ଜିନିଷ ଆମକୁ ସହଜରେ ଆକର୍ଷିତ କରିଥାଏ।

ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ଚିତାମାନଙ୍କ ନାମକରଣ ବିଷୟରେ ବି ପ୍ରଶ୍ନ କରିଥିଲେ। ‘ମନ୍‌ କୀ ବାତ୍‌’ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ କହିଥିଲେ, କ’ଣ ଆମେ ଏହି ସମସ୍ତ ଚିତାଙ୍କ ନାମକରଣ ବିଷୟରେ ଭାବି ପାରିବା କି, ଯେପରି ପ୍ରତ୍ୟେକଙ୍କୁ କୌଣସି ଏକ ନାମରେ ଡକାଯାଇ ପାରିବ? ମୋଦି କହିଥିଲେ, ‘ମୁଁ ଆପଣ ସମସ୍ତଙ୍କୁ ଅପିଲ୍‌ କରୁଛି କି, ଆପଣ ଏହି ପ୍ରତିଯୋଗିତାରେ ନିଶ୍ଚୟ ଭାଗ ନିଅନ୍ତୁ। ହୋଇପାରେ, ପୁରସ୍କାର ସ୍ୱରୂପ ଚିତା ଦେଖିବାର ପ୍ରଥମ ଅବସର ଆପଣଙ୍କୁ ହିଁ ମିଳି ଯାଇପାରେ’।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ମୋତେ ଅନେକ ଲୋକଙ୍କଠାରୁ ପତ୍ର ମିଳିଛି। ସାରା ଦେଶରୁ ଏହି ପତ୍ର ସବୁ ଆସିଛି। ଏଥିରେ ଲୋକମାନେ ଭାରତରେ ଚିତାମାନଙ୍କ ଆଗମନକୁ ନେଇ ଖୁସି ଜାହିର କରିଛନ୍ତି। ଏହା ଭାରତର ପ୍ରକୃତି ପ୍ରେମକୁ ଦର୍ଶାଉଛି।

ସୂଚନାଥାଉ କି, ୧୭ ସେପ୍ଟେମ୍ବରରେ ନାମିବ୍ୟାରୁ କୁନୋ ଜାତୀୟ ଉଦ୍ୟାନକୁ ଏହି ଚିତାମାନଙ୍କୁ ଅଣାଯାଇଥିଲା। ପିଏମ୍‌ ମୋଦି ନିଜେ ଏନ୍‌କ୍ଲୋଜର ଗେଟ୍‌ ଖୋଲି ସେମାନଙ୍କୁ ଭିତରକୁ ଛାଡ଼ିଥିଲେ। ପ୍ରଥମ ଦିନ ଏକ ନୂଆ ପରିବେଶ ଦେଖି ଚିତାମାନେ ସାମାନ୍ୟ ନର୍ଭସ୍‌ ହୋଇଥିଲେ ହେଁ ପରେ ସେମାନଙ୍କ ବ୍ୟବହାର ସକାରାତ୍ମକ ରହିଥିଲା।

ଚିତାଙ୍କ ପାଇଁ ଯେଉଁ ସ୍ୱତନ୍ତ୍ର ଏନ୍‌କ୍ଲୋଜର ତିଆରି କରାଯାଇଛି, ସେଥିରେ ସେମାନେ ବିଚକ୍ଷଣ କରୁଛନ୍ତି ଏବଂ ନର୍ମାଲ ଅଛନ୍ତି। ସମସ୍ତ ୮ ଚିତା ଆରାମରେ ଶୋଉଛନ୍ତି ଏବଂ ସେଠାରେ ବୁଲାବୁଲି କରୁଛନ୍ତି। ଚିତାମାନଙ୍କୁ ସ୍ୱତନ୍ତ୍ର ଏନ୍‌କ୍ଲୋଜର ଭିତରେ ହିଁ ଖାଇବା ପାଇଁ ମାଂସ ଦିଆଯାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ଉଦ୍ୟାନ କର୍ତ୍ତୃପକ୍ଷ ଚିତାମାନଙ୍କ ଆଚରଣରେ ପୂରାପୂରି ସନ୍ତୁଷ୍ଟ ଅଛନ୍ତି।

Roshni

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

22 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

25 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

31 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

40 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

40 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

58 mins ago