ଆଇଆଇଟି ଦିଲ୍ଲୀର କମାଲ , ତିଆରି କଲେ ପ୍ରଦୂଷଣ ଶୋଷୁଥିବା କପଡ଼ା

ନୂଆଦିଲ୍ଲୀ : ପ୍ରଦୂଷଣର କୌଣସି ସୀମା ନଥାଏ । ଘର ହେଉ ବା ବାହାର ସବୁ ସ୍ତରରେ ପ୍ରଦୂଷଣର ଦୁଷ୍ପ୍ରଭାବ ଦେଖିବାକୁ ମିଳିଥାଏ । ପ୍ରତିବର୍ଷ ପ୍ରଦୂଷଣ କାରଣରୁ ଆଜମା ଓ ଶ୍ୱାସ ଜନିତ ରୋଗରେ ବହୁ ଲୋକ ମୃତ୍ୟୁବରଣ କରିଥାନ୍ତି । ପ୍ରଦୂଷଣ ସମସ୍ୟାକୁ ଦୃଷ୍ଟିରେ ରଖି ଦିଲ୍ଲୀ ଆଇଆଇଟି ଏକ ଖାସ୍ ପ୍ରକାରର ପଲ୍ୟୁସନ ପ୍ରୁଫ୍ କପଡ଼ା ତିଆରି କରିଛନ୍ତି । ଯାହା ବାୟୁରେ ଥିବା ପ୍ରଦୂଷିତ ତତ୍ତ୍ୱକୁ ଶୋଷଣ କରି ନେଇଥାଏ । ଏହି କପଡ଼ାକୁ ଝରକା ଓ ଦ୍ୱାରରେ ସ୍କ୍ରିନ ଭାବେ ମଧ୍ୟ ବ୍ୟବହାର କରିହେବ ।

ଆଇଆଇଟି ଏହି କପଡ଼ାର ପେଟେଣ୍ଟ ପାଇଁ ଅବେଦନ କରିଛି । ଟେକ୍ସଷ୍ଟାଇଲ ଓ ଫାଇବର ଇଂଜିନିୟରିଂ ବିଭାଗର ପ୍ରଫେସର ଅଶ୍ୱିନ ଅଗ୍ରଓ୍ଵାଲ କୁହନ୍ତି ଯେ ପାର୍ଟିକୁଲେଟ ମ୍ୟାଟର, ନାଇଟ୍ରସ ଅକ୍ସାଇଡ୍, କାର୍ବନ ଅକ୍ସାଇଡ ଓ ଅନ୍ୟ ବିଷାକ୍ତ ବାସ୍ପଶୀଳ କାର୍ବନିକ କମ୍ପାଉଣ୍ଡର ବଢ଼ୁଥିବା ସ୍ତର ଯେ ।ଗୁ ବାୟୁ ପ୍ରଦୂଷଣ ମାରାତ୍ମକ ହୋଇଯାଏ । ଏହା ସବୁ ବିଷାକ୍ତ ପଦାର୍ଥକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଶରୀର ଗ୍ରହଣ କରିବା ଦ୍ୱାରା ବହୁ ପ୍ରତିକୂଳ ପ୍ରଭାବ ପଡ଼ିଥାଏ । ଏହାକୁ ଦୃଷ୍ଟିରେ ରଖି ଗବେଷକମାନେ ଏପରି କପଡ଼ା ତିଆରି କରିଛନ୍ତି ।
ଏହି କପଡ଼ାକୁ ସୂତା କପଡ଼ା ତୁଳନାରେ ଅଧିକ ଉନ୍ନତମାନର କରାଯାଇଛି । ଯାହାକି ସୂତା କପଡ଼ା ଠାରୁ ୬୦୦ ଗୁଣ ଅଧିକ ଟକ୍ସିକ ଅବଶୋଷିତ କରିବ । ଏହି କପଡ଼ା ତିଆରି କରିବାକୁ ଜିଙ୍କ୍ ନାଇଟ୍ରେଟ୍ ହେକ୍ସାହାଇଡ୍ରେଟ୍, ମିଥାଇଲମିଡାଜୋଲ, କୋବାଲ୍ଟ ନାଇଟ୍ରେଟ୍, ସୋଡିୟମ ହାଇଡ୍ରୋ ଅକ୍ସାଇଡ୍, ମିଥାଇଲ ସହିତ ଅନ୍ୟ ରସାୟନିକ ପଦାର୍ଥ ପ୍ରୟୋଗ କରାଯାଇଛି । ଆଇଆଇଟି ଦୁଇଟି କପଡ଼ା ତିଆରି କରିଛି । ଯାହାକୁ ରସାୟନିକ ଆଧାରରେ ଜେଡ୍ଆଇଏଫ୍-୬୭ ଏବଂ ଜେଡଆଇଏଫ୍ –୮ ନାମ ଦିଆଯାଇଛି । ଗୋଟିଏ କପଡ଼ାର ରଙ୍ଗ ଧଳା ଓ ଅନ୍ୟଟି ବାଇଗଣୀ ।