IIT ଦିଲ୍ଲୀ ବିକଶିତ କଲା ଖାସ୍ ଟେକ୍ନିକ୍, ବର୍ଷା ବୁନ୍ଦାରୁ ଏମିତି ଉତ୍ପାଦନ ହେବ ବିଦ୍ୟୁତ୍
ବିଭିନ୍ନ ସଂସ୍ଥା ସହଯୋଗରେ ଆଇଆଇଟି ଦିଲ୍ଲୀ ୩ ବର୍ଷର କଡ଼ା ପରିଶ୍ରମ ପରେ ଏକ ନୂଆ ଟେକ୍ନିକ୍ ବିକଶିତ କରିଛି। ଏହା ମାଧ୍ୟମରେ ବର୍ଷା ବୁନ୍ଦାରେ ମହଜୁଦ ଥିବା କାଇନେଟିକ୍ ଏନର୍ଜି ଏବଂ ଇଲେକ୍ଟ୍ରୋନିକ୍ ଚାର୍ଜ ଜରିଆରେ ବିଦ୍ୟୁତ୍ ଉତ୍ପାଦନ କରାଯାଇ ପାରିବ। ଭାରତରେ ବର୍ଷା ଜଳରୁ ବିଦ୍ୟୁତ୍ ଉତ୍ପାଦନକୁ ନେଇ ଅନେକ ବର୍ଷରୁ ପ୍ରୟୋଗ ହୋଇ ଆସୁଛି। ଏବେ ଏହି ନୂଆ ଟେକ୍ନିକ୍ ବିଭିନ୍ନ କ୍ଷେତ୍ରରେ ପ୍ରଭାବଶାଳୀ ସାବ୍ୟସ୍ତ ହୋଇପାରିବ।
ଏଥିପାଇଁ ଡେମୋ ଡିଭାଇସ୍କୁ ବିକଶିତ କରି ନିଆଯାଇଛି। ଖୁବ୍ଶୀଘ୍ର ଏହାର ପେଟେଣ୍ଟ ପ୍ରକ୍ରିୟା ଆରମ୍ଭ ହେବ। ଆଗାମୀ ସମୟରେ ଛୋଟ ମେଶିନଗୁଡ଼ିକ ଏହି ନାନୋ ଇଲେକ୍ଟ୍ରିସିଟି ଡିଭାଇସ୍ରୁ ଚାର୍ଜ ହୋଇପାରିବ। ଯେବେ ଭାରତରେ ମୁଶଳଧାରା ବର୍ଷା ହେବ, ସେବେ ବିଦ୍ୟୁତ୍ ଉତ୍ପାଦନ ବି ସମ୍ଭବ ହୋଇପାରିବ।

‘Triboelectric Effect’ ଜରିଆରେ ବର୍ଷା ଜଳରୁ ହେବ ବିଦ୍ୟୁତ୍ ଉତ୍ପାଦନ
ଏହା ଲିକ୍ୱିଡ୍ ସଲିଡ୍ ଇଣ୍ଟରଫେସ୍ରୁ ବନାଯାଇଥିବା ଏକ ଉପକରଣ, ଯେଉଁଥିରେ ନାନୋ ସେଲ୍ ଚାର୍ଜ ହେବ। ଏଥିରେ Nanocomposite polymersରୁ ତିଆରି ଉପକରଣ ମିଲିଓ୍ଵାଟ୍ ପାଓ୍ଵର ରୂପରେ ମିଳିବ। କହି ରଖୁଛୁ, ଏହି ରିସର୍ଚ୍ଚକୁ ପୂରା କରିବାରେ ୩ ବର୍ଷ ସମୟ ଲାଗିଛି। ଏଥିରେ ଆଇଆଇଟି ଦିଲ୍ଲୀ ସହିତ Ministry of Electronics and Information, Technology Department of Science and Technologyର ସହଯୋଗ ବି ମିଳିଛି। ଭବିଷ୍ୟତରେ ବର୍ଷା ବୁନ୍ଦା ଭଳି ସମୁଦ୍ର ଲହରିରୁ ମଧ୍ୟ ବିଦ୍ୟୁତ୍ ଉତ୍ପାଦନ ନେଇ ଯୋଜନା ରହିଛି।