IIT ଜମ୍ମୁରେ ଆରମ୍ଭ ହେଉଛି ଇଣ୍ଟର୍ଣ୍ଣସିପ୍‌ ପ୍ରୋଗ୍ରାମ୍‌, ଇଚ୍ଛୁକ ପ୍ରାର୍ଥୀ ତୁରନ୍ତ କରି ନିଅନ୍ତୁ ଆବେଦନ

ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ନେଇ ଆସିଛି ଜମ୍ମୁ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି। ଆଇଆଇଟି, ଜମ୍ମୁ ପକ୍ଷରୁ ଆଇଆଇଟି ଜମ୍ମୁ ଇଣ୍ଟରସିପ୍‌ ପ୍ରୋଗ୍ରାମ (ଆକ୍ସିଲେରେଟେଡ୍‌ ବିଜ୍ଞାନ) ଘୋଷଣା କରାଯାଇଛି। ଏହି VRITIKA ଇଭେଣ୍ଟ- ସୋଲାର ଥର୍ମାଲ ଏନର୍ଜି କନ୍‌ଭର୍ଜନ୍‌ (Solar Thermal Energy Conversion) ଆକ୍ସିଲେରେଟେଡ୍‌ ବିଜ୍ଞାନ,(SERB) ଦ୍ୱାରା ଅନୁମୋଦିତ। IIT ପକ୍ଷରୁ ଆଇସିଏଆଇ ଡକ୍ଟୋରଲ ଇଣ୍ଟର୍ଣ୍ଣସିପ୍‌ ସ୍କିମ୍‌ ୨୦୨୨ ପ୍ରଦାନ କରାଯାଉଛି।

ଏହି ଇଣ୍ଟର୍ଣ୍ଣସିପ୍‌ ପାଇଁ ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ମେକାନିକାଲ କିମ୍ବା ଏନର୍ଜି କିମ୍ବା ସମାନ ବିଷୟରେ ବି.ଇ/ବି.ଟେକ୍‌ କିମ୍ବା ଏମ୍‌.ଇ/ଏମ୍‌.ଟେକ୍‌/ଏମ୍‌.ଏସ୍‌/ ଏମ୍‌.ଏସ୍‌ (ଆର୍‌) ଡିଗ୍ରୀ ହୋଇଥିବା ଆବଶ୍ୟକ। ଆବେଦନ କରିଥିବା ପ୍ରାର୍ଥୀ ସମସ୍ତ ବିଷୟରେ ଅନୂନ୍ୟ ୭.୦ ସିଜିପିଏ କିମ୍ବା ୭୦ ପ୍ରତିଶତ ନମ୍ବର ରଖିଥିବା ଜରୁରୀ।

ଯୋଗ୍ୟତା:

  • ମେକାନିକାଲ କିମ୍ବା ଏନର୍ଜି ଷ୍ଟ୍ରିମ୍‌ରେ ସ୍ନାତକ କିମ୍ବା ସ୍ନାତକୋତ୍ତର ଡିଗ୍ରୀ
  • ବି.ଇ/ବି.ଟେକ୍‌ କିମ୍ବା ଏମ୍‌.ଇ/ଏମ୍‌.ଟେକ୍‌/ଏମ୍‌.ଏସ୍‌/ ଏମ୍‌.ଏସ୍‌ (ଆର୍‌) ଡିଗ୍ରୀ
  • ସମସ୍ତ ବିଷୟରେ ୭୦ ପ୍ରତିଶତ ମାର୍କ ରଖିଥିବା ଆବଶ୍ୟକ

ଏଥିପାଇଁ ଆବେଦନ କରିବାର ଶେଷ ତାରିଖ ୧୦ ମେ ୨୦୨୨ ରହିଛି। ଆବେଦନ କରିଥିବା ପ୍ରାର୍ଥୀଙ୍କ ମଧ୍ୟରୁ ଏହି ଇଣ୍ଟର୍ଣ୍ଣସିପ୍‌ ପାଇଁ ମାତ୍ର ୫ ଜଣଙ୍କୁ ହିଁ ଚୟନ କରାଯିବ ବୋଲି ଆଇଆଇଟି ପକ୍ଷରୁ ସୂଚନା ଦିଆଯାଇଛି। ଚୟନିତ ପ୍ରାର୍ଥୀ ୧ ଜୁନ୍‌ ୨୦୨୨ରୁ ୨୬ ଜୁଲାଇ ୨୦୨୨ ଯାଏଁ ଇଣ୍ଟରସିପ୍‌ କରିପାରିବେ।

ଏମିତି କରନ୍ତୁ ଆବେଦନ:

ଇଚ୍ଛୁକ ପ୍ରାର୍ଥୀଙ୍କୁ ଫର୍ମକୁ ସମ୍ପୂର୍ଣ୍ଣ ଭାବେ ଭରିବାକୁ ପଡ଼ିବ। ଫର୍ମ ସହ ସାର୍ଟିଫିକେଟ୍‌ର ସ୍କାନ୍‌ କପି ଓ ଅନ୍ୟ ଆବଶ୍ୟକୀୟ ଡକ୍ୟୁମେଣ୍ଟକୁ ଅନ୍‌ଲାଇନ୍‌ ପୋର୍ଟାଲ (apply.iitjammu.ac.in/#/home) ରେ ଅପ୍‌ଲୋଡ୍‌ କରିବାକୁ ହେବ। ମେ ୧୦, ୨୦୨୨ ମଙ୍ଗଳବାର ପୂର୍ବରୁ ଅନ୍‌ଲାଇନ୍‌ରେ ଫର୍ମ ପୂରଣ କରିବା ଅନିବାର୍ଯ୍ୟ। ଶିକ୍ଷାଗତ ଯୋଗ୍ୟତା ଆଧାରରେ ଇଣ୍ଟର୍ଣ୍ଣସିପ୍‌ ପାଇଁ ପ୍ରାର୍ଥୀ ଚୟନ କରାଯିବ। ଚୟନିତ ପ୍ରାର୍ଥୀଙ୍କ ନାଁ ଆଇଆଇଟି ଜମ୍ମୁ ୱେବ୍‌ସାଇଟ୍‌ (www.iitjammu.ac.in)ରେ ୧୫ ମେ ୨୦୨୨ରେ ପ୍ରକାଶ ପାଇବ।

ଜରୁରୀ ସୂଚନା:

  • ଆଇଆଇଟି, ଜମ୍ମୁକୁ ପଠାଇଥିବା ସମସ୍ତ ଡକ୍ୟୁମେଣ୍ଟ ଓ ସୂଚନା ପାଇଁ ପ୍ରାର୍ଥୀ ନିଜେ ହିଁ ଦାୟୀ ରହିବେ।
  • ଅସମ୍ପୂର୍ଣ୍ଣ କିମ୍ବା ଅଧା ପୂରଣ ହୋଇଥିବା ଫର୍ମକୁ ଗ୍ରହଣ କରାଯିବ ନାହିଁ।
  • ଯଦି କୌଣସି ଫର୍ମରେ ଅଧା ସୂଚନା ଥିବ, ତେବେ ଉକ୍ତ ପ୍ରାର୍ଥୀଙ୍କୁ ଇଣ୍ଟରଭ୍ୟୁ ପାଇଁ ଡକାଯିବ ନାହିଁ।
  • ଛାତ୍ରଛାତ୍ରୀଙ୍କୁ ଚୟନ କରିବା ସମ୍ପୂର୍ଣ୍ଣ ଦାୟିତ୍ୱ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି, ଜମ୍ମୁ ହାତରେ ହିଁ ରହିବ।
  • ଇନ୍‌ଷ୍ଟିଚ୍ୟୁଟ୍‌ ଯେତେବେଳେ ଚାହିଁବ, ସେତେବେଳେ ପ୍ରାର୍ଥୀଙ୍କୁ ଏହି ଇଣ୍ଟର୍ଣ୍ଣସିପ୍‌ରୁ ବାହାର କରିପାରିବ।
  • ଚୟନ ହୋଇଥିବା ପ୍ରାର୍ଥୀଙ୍କ ବିଷୟରେ ଯଦି କୌଣସି ଅଭିଯୋଗ ଆସେ, ତେବେ ତାଙ୍କୁ ତୁରନ୍ତ ବାହାର କରିବା ଅଧିକାର ଇନ୍‌ଷ୍ଟିଚ୍ୟୁଟ୍‌ ହାତରେ ରହିବ।

ଅଧିକ ସୂଚନା ପାଇଁ କ୍ଲିକ କରନ୍ତୁ: https://iitjammu.ac.in/Advertisements/Contract/IITJMURCRP00092A-04_dated_08042022.pdf

Also Read: ମେଧାବୀ ଛାତ୍ରଛାତ୍ରୀଙ୍କୁ ମାସିକ ୫୦,୦୦୦ ଟଙ୍କାର ସ୍କଲାରସିପ୍‌ ଦେଉଛି ICAI, ତୁରନ୍ତ କରନ୍ତୁ ଆବେଦନ