ଆଇଆଇଟି ଆର୍‌ ଆଣ୍ଡ୍‌ ଡି ପ୍ରଦର୍ଶନୀ ଇନଭେନଟିଭ୍‌ ୨୦୨୨ ଉଦ୍‌ଘାଟିତ:ସମାଜ ଏବଂ ବଜାର ସହ ନବସୃଜନକୁ ଯୋଡ଼ିବାକୁ ପରାମର୍ଶ ଦେଲେ ଧର୍ମେନ୍ଦ୍ର

କେନ୍ୟୁଜ୍(ବ୍ୟୁରୋ):ଦେଶର ସର୍ବପ୍ରଥମ ସମସ୍ତ ଆଇଆଇଟି ଆର୍‌ ଆଣ୍ଡ୍‌ ଡି ପ୍ରଦର୍ଶନୀ ଇନଭେନଟିଭ୍‌ ୨୦୨୨ ଉଦ୍‌ଘାଟିତ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଦେଶର ପ୍ରତ୍ୟେକ ଆଇଆଇଟି ହେଉଛି ରତ୍ନଭଣ୍ଡାର । ଜ୍ଞାନ ଏବଂ ଅଭିଜ୍ଞତାର ଗନ୍ତାଘର ଆଇଆଇଟି ଦେଶର ଭବିଷ୍ୟତ ପାଇଁ ରାସ୍ତା ସୁଗମ କରିବ । ଦେଶରେ ସ୍ୱଦେଶୀ ଜ୍ଞାନକୌଶଳରେ ଅନେକ ଟେକ୍ନୋଲୋଜି ଉଦ୍ଭାବନ କରାଯାଉଛି । ବିଶେଷ କରି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅନେକ ନୂତନ ଟେକ୍ନୋଲୋଜି ଉଦ୍ଭାବନ ହେଉଛି ।

ସଫ୍ଟୱେୟାର୍‌ ଡେଭଲପମେଣ୍ଟ, ଫାଇନାନ୍ସ ମ୍ୟାନେଜମେଣ୍ଟ, ମେଡିସନ ଏବଂ ଲିଗାଲ୍‌ ଆନାଲିଟିକ୍ସ ଭଳି କ୍ଷେତ୍ରରେ ଭାରତ ଅଗ୍ରଣୀ ନେତୃତ୍ୱ ନେଉଛି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଆଇଆଇଟି ଦିଲ୍ଲୀ ପରିସରରେ ଥିବା ଭାରତୀ ସ୍କୁଲ୍‌ ଅଫ୍‌ ଟେଲିକମ୍ୟୁନିକେସନ ଆଣ୍ଡ୍‌ ମ୍ୟାନଜମେଣ୍ଟ ଅନୁଷ୍ଠାନ ପରିଦର୍ଶନ କରିଥିଲେ । କାର୍ଯ୍ୟକ୍ରମରେ ଭାରତୀ ଏୟାରଟେଲର ଅଧ୍ୟକ୍ଷ ସୁନିଲ ଭାରତୀ ମିତ୍ତଲ, ଇନସ୍ପେଶର ଚେୟାରମ୍ୟାନ ପୱନ ଗୋଏଙ୍କା, ସାଏଣ୍ଟ ପ୍ରତିଷ୍ଠାତା ବିଭିଆର ମୋହନ ରେଡ୍ଡୀ, ସମସ୍ତ ୨୩ଟି ଆଇଆଇଟିର ନିର୍ଦ୍ଦେଶକ, ପ୍ରଫେସର, ଶିଳ୍ପ ନେତୃତ୍ୱ, ଇନୋଭେଟର ଓ ଆଇଆଇଟି ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.