ସମ୍ଭାବ୍ୟ ଥାର୍ଡ ୱେଭକୁ ନଜରରେ ରଖି ପର୍ଯ୍ୟଟନ ଓ ତୀର୍ଥଯାତ୍ରାକୁ ଅଟକାଯାଉ,କେନ୍ଦ୍ର ସରକାରଙ୍କୁ ଚିଠିଲେଖି ନିବେଦନ କଲା IMA

କେନ୍ୟୁଜ୍(ବ୍ୟୁରୋ):  ଆଗକୁ ଆସୁଛି ଥାର୍ଡ ୱେଭ। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ପର୍ଯ୍ୟଟନ ଓ ତୀର୍ଥଯାତ୍ରାକୁ ଅଟକାଯାଉ । କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ନିବେଦନ କରିଛି ଇଣ୍ଡିଆନ୍‌ ମେଡିକାଲ ଆସୋସିଏସନ୍‌ IMA । ସଂଗଠନ କହିଛି, ଅନେକ ରାଜ୍ୟରେ ସରକାର ଆଉ ଜନତା ବଡ଼ ସମାବେଶରେ ମାତିଗଲେଣି । ତୀର୍ଥ ଯାତ୍ରା ଓ ପର୍ଯ୍ୟଟନ, ଏସବୁ ଆବଶ୍ୟକ । ହେଲେ କିଛି ମାସ ଅପେକ୍ଷା କରାଯାଉ । ନହେଲେ ଥାର୍ଡ େଓ୍ଵଭ୍‌ ପାଇଁ ଏହା ସୁପରସ୍ପ୍ରେଡର ହେବ। ଏଭଳି ବଡ଼ ସମାବେଶରୁ ଯେଉଁ ଅର୍ଥିକ ଲାଭ ହେବ, ତା ଠାରୁ ଢ଼େର କ୍ଷତି ହେବ କରୋନା ଚିକିତ୍ସାରେ । ଆଉ ୨-୩ ମାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

କୌଣସି ସୁଯୋଗ ଦିଆନଯାଉ ବୋଲି IMA କହିଛି। ବିଶେଷ କରି ହିଲ ଷ୍ଟେଟ୍‌ ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶକୁ ପର୍ଯ୍ୟଟକଙ୍କ ସୁଅ ଛୁଟିଛି । ପ୍ରତିଦିନ ହଜାର ହଜାର ଲୋକଙ୍କ ସମାଗମ ହେଉଛି । ହେଲେ କେହି କୋଭିଡ୍‌ ପ୍ରୋଟୋକଲ ମାନିବାକୁ ପ୍ରସ୍ତୁତ ନୁହନ୍ତି । ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମଧ୍ୟ ଚେତାବନୀ ଦେଇ ସାରିଛନ୍ତି । ସେପଟେ ଦେଶରେ ପ୍ରତି ଦେଢ ମିନିଟ୍‌ରେ ଜଣଙ୍କ ଜୀବନ ନେଉଛି କରୋନା। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ତଥ୍ୟରୁ ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.