ଦେଶ ବିଦେଶ

ଲଗାଣ ବର୍ଷାରେ ବେହାଲ୍‌ ହୋଇପଡିଛି ଉତ୍ତର ଭାରତ; ୟେଲୋ, ଅରେଞ୍ଜ, ରେଡ ଆଲର୍ଟ ଜାରି କଲା ପାଣିପାଗ ବିଭାଗ

ଦେଶର ବିଭିନ୍ନ ରାଜ୍ୟରେ ବର୍ଷା ବିତ୍ପାତ ଲାଗି ରହିଛି । ଉତ୍ତର ଭାରତରେ ଜଳପ୍ରଳୟ ଆସିଛି। ଲଗାଣ ବର୍ଷା ଆଣିଛି ବିତ୍ପାତ । ପ୍ରବଳ ବର୍ଷା ଯୋଗୁଁ ଲୋକେ ହନ୍ତସନ୍ତ ହେଉଛନ୍ତି । ଗତ ଦୁଇ ଦିନର ମୂଷଳାଧାରାରେ ବର୍ଷା ଉତ୍ତର ଭାରତର ବିଭିନ୍ନ ରାଜ୍ୟରେ ଜଳପ୍ରଳୟ ଆଣିଛି । ଦିଲ୍ଲୀଠାରୁ ଆରମ୍ଭ କରି ହିମାଚଳପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ହରିଆଣା, ଜମ୍ମୁ କଶ୍ମୀରର ବିଭିନ୍ନ ଅଞ୍ଚଳ ଜଳାର୍ଣ୍ଣବ ହୋଇଛି । ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ ଓ ଜମ୍ମୁ କଶ୍ମୀରର ପାହାଡିଆ ଅଞ୍ଚଳରେ ପ୍ରବଳ ବର୍ଷା ଓ ପରେ ବନ୍ୟା ଆସିବା ଯୋଗୁଁ ସବୁକିଛି ବୁଡିଛି । ହିମାଚଳପ୍ରଦେଶ, ଉତ୍ତରାଖଣ୍ଡର ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହୋଇଥିବା ଦେଖିବାକୁ ମିଳିଛି । ଫଳରେ ବିଭିନ୍ନ ସ୍ଥାନକୁ ବିଚ୍ଛିନ୍ନ ହୋଇଛି ଯୋଗାଯୋଗ । ବର୍ଷାଜନିତ ଅଘଟଣରେ ବର୍ତ୍ତମାନ ସୁଦ୍ଧା ୨୯ ଜଣଙ୍କ ଜୀବନ ଗଲାଣି । ଆଜି ବି ହିମାଚଳ ପ୍ରଦେଶ, ପଞ୍ଜାମ ଓ ଦିଲ୍ଲୀ କୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ ।

ଦିଲ୍ଲୀ, ଗୁରୁଗ୍ରାମ ଓ ନୋଏଡାର ସମସ୍ତ ସ୍କୁଲକୁ ଆଜି ଛୁଟି ଘୋଷଣା କରାଯାଇଛି। ବର୍ଷା ପାଇଁ ପ୍ରବଳ ଟ୍ରାଫିକ ଜାମକୁ ଦୃଷ୍ଟିରେ ରଖି ଅନେକ ଅଫିସକୁ ମଧ୍ୟ ବନ୍ଦ କରାଯାଇଛି। ଦିଲ୍ଲୀରେ ୪୦ ବର୍ଷରେ ସର୍ବାଧିକ ବର୍ଷା ହୋଇଛି । ଦିଲ୍ଲୀରେ ଟ୍ରେନ ଲାଇନରେ ପାଣି ଚାଲୁଥିବାରୁ ବିଭିନ୍ନ ଟ୍ରେନ୍‌କୁ ବାତିଲ କରାଯାଇଥିବା ବେଳେ ଅନେକ ଟ୍ରେନ୍‌ର ଗତିପଥ ପରିବର୍ତ୍ତନ କରାଯାଇଛି । ଦିଲ୍ଲୀରେ ସମ୍ଭାବ୍ୟ ବନ୍ୟାସ୍ଥିତିକୁ ଦୃଷ୍ଟିରେ ରଖି ୧୬ଟି କଣ୍ଟ୍ରୋଲ ରୁମରେ ଦିଲ୍ଲୀ ସରକାର ମନିଟର କରୁଛନ୍ତି। ବର୍ଷା ଜନିତ ଜଳବନ୍ଦୀ ଓ ସମ୍ଭାବ୍ୟ ବନ୍ୟା ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି ।

ଡେରାଡୁନର ସିମଲା ବାଇପାସ୍‌ ନିକଟ ରାମଗଢ ଗାଁରୁ ଏକ ଭିଡିଓ ସାମ୍ନାକୁ ଆସିଛି । ଭିଡିଓ ଯାତ୍ରୀବାହୀ ବସ୍‌ଟି କିଭଳି ପ୍ରବଳ ବର୍ଷା ପାଣିରେ ଫସିଛି ଦେଖିବାକୁ ମିଳିଛି । ଏଥିରେ ଥିବା ଲୋକମାନେ ଜୀବନ ବିକଳରୁ ଚୀବନ ବଞ୍ଚାଇବା ପାଇଁ ଝରକା ଡେଇଁ ବାହାରୁଛନ୍ତି ଦେଖିବାକୁ ମିଳିଛି । ସୂଚନା ମିଳିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯାତ୍ରୀଙ୍କୁ ସୁରକ୍ଷିତ କାଢିଛି ।

Swagatika

Recent Posts

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

5 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

13 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

29 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 hour ago