ପାକିସ୍ତାନକୁ IMF ପାଣ୍ଠିର ସହାୟତା, ଭୋଟିଂରେ ସାମିଲ ହେଲାନି ଭାରତ

IMFକୁ ପାକିସ୍ତାନ ମାଗିଲା ଭିକ । ପାକିସ୍ତାନକୁ ୧ ବିଲିୟନ ଡଲାର ବେଲଆଉଟ ପ୍ୟାକେଜର ଘୋଷଣା କରିଛି ଅନ୍ତରାଷ୍ଟ୍ରୀୟ ମୁଦ୍ରା ପାଣ୍ଠି(IMF) । ପାକିସ୍ତାନ ସମସ୍ୟାର ସମାଧାନ ପାଇଁ ଶୁକ୍ରବାର ଦିନ ତୁରନ୍ତ ସହାୟତା ପ୍ରଦାନ କରିଛି IMF ପାଣ୍ଠି । ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଜ ସରିଫଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ପୂର୍ବରୁ ଅନ୍ତରାଷ୍ଟ୍ରୀୟ ମୁଦ୍ରା ପାଣ୍ଠି ଦ୍ବାରା ପାକିସ୍ତାନକୁ ପ୍ରସ୍ତାବିତ ୧.୩ ବିଲିୟନ ଡଲାରର ବେଲଆଉଟ୍ ପ୍ୟାକେଜ ଦିଆଯିବା ଉପରେ ଭାରତ ମତ ଦେବାରୁ ବିରତ ରହିଥିଲା । IMFର ଏପରି କାର୍ଯ୍ୟକଳାପରେ ନିନ୍ଦା ପ୍ରକାଶ କରିଥିଲା ଭାରତ । ଏହା ମଧ୍ୟ କହିଥିଲା ଯେ, ଅନ୍ତରାଷ୍ଟ୍ରୀୟ ମୁଦ୍ରା ପାଣ୍ଠି ଖରାପ ବିନିମୟ କରୁଛି । ଏହାରି ମଧ୍ୟରେ ମେ ୯ ୱାଶିଂଟନରେ IMF ବୈଠକରେ ଭାରତ ନିଜର ଯୁକ୍ତି ଉପସ୍ଥାପନା କରିଥିଲା । ଯେଉଁଥିରେ କୁହାଯାଇଛି ଯେ, ବାରମ୍ବାର ପାକିସ୍ତାନକୁ ସହାୟତା ରାଶି ଦିଆଯିବା ଦ୍ବାରା ପାକିସ୍ତାନ IMF ଠାରେ ଋଣୀ ହେଉଛି । ଆହୁରି ମଧ୍ୟ ରିପୋର୍ଟରେ ଉପସ୍ଥାପନା କରାଯାଇଛି ଯେ IMF ରାଜନୈତିକ କାରଣରୁ ପାକିସ୍ତାନକୁ ସାହାଯ୍ୟ କରୁଛି ବୋଲି କୁହାଯାଇଛି ।
ଅନ୍ୟପଟେ IMF ଦେଉଥିବା ସହାୟତା ଦ୍ବାରା ଏହାର ଅପବ୍ୟବହାର କରାଯାଉଛି ବୋଲି ଦାବି କରିଛି ଭାରତ । ଏହି ଆର୍ଥିକ ସହାୟତା ଦ୍ବାରା ଲସ୍କର-ଏ-ତୋଏବା ଏବଂ ଜୈଶ-ଏ- ମହମ୍ମଦ ଭଳି ଆତଙ୍କବାଦୀ ସଂଗଠନକୁ ସାହାଯ୍ୟ କରାଯାଉଛି । ଯାହା ପରେ ଭାରତ ଉପରେ ଆକ୍ରମଣ କରୁଛନ୍ତି ଆତଙ୍କୀ ।
ଏହା ବ୍ୟତୀତ ଦାରିଦ୍ରତା ଏବଂ ଅର୍ଥବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ IMFର ସହାୟତା ଉପରେ ପାକିସ୍ତାନ ନିର୍ଭରଶୀଳ । ଏହି ମାମଲାରେ ଭାରତ କହିଛି ଯେ, ସହାୟତା ପୂର୍ବରୁ ପ୍ରଥମେ IMF ତଦାରଖ କରିବା ଉଚିତ୍ । ନଚେତ୍ ଉଚିତ୍ ପଦକ୍ଷେପ ନ ନେବା ଦ୍ବାରା ଭାରତର ସୁରକ୍ଷା ବ୍ୟବସ୍ଥା ଉପରେ ବିପଦ ସୃଷ୍ଟି ହେବ ।
Also Read : ପାକିସ୍ତାନ ଉପରେ ଭାରତର ଆକ୍ରମଣ, ଶ୍ରୀନଗରରେ ୨ ପାକିସ୍ତାନୀ ପାଇଲଟ୍ ଖସିପଡିଥିବା ସୂଚନା