ନିର୍ବାଚନ କମିଶନଙ୍କ ସହ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, କୋଭିଡ୍‌ ଓ ଓମିକ୍ରନ ସ୍ଥିତି ନେଇ ଆଲୋଚନା

ନୂଆଦିଲ୍ଲୀ: ଆସନ୍ତାବର୍ଷ ୫ଟି ରାଜ୍ୟରେ ହେବ ବିଧାନସଭା ନିର୍ବାଚନ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ନିର୍ବାଚନ କମିଶନର । ଏହାରି ଭିତରେ ଦେଶରେ ବଢିଛି ଓମିକ୍ରନ ଭୟ । କୋଭିଡ ସଂକ୍ରମଣ ସଂଖ୍ୟା ବି ବଢିବାରେ ଲାଗିଛି । ଏଭଳି ସ୍ଥିତିରେ ୫ ରାଜ୍ୟରେ ନିର୍ବାଚନ ନେଇ ଆଜି ଭାରତୀୟ ନିର୍ବାଚନ କମିଶନଙ୍କ ସହ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ । କୋଭିଡ୍‌ ଓ ଓମିକ୍ରନ ସ୍ଥିତି ନେଇ ବୈଠକରେ ଆଲୋଚନା କରାଯିବ ।

କୋଭିଡ୍‌ ସ୍ଥିତି ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ପାଖରୁ ଅପଡେଟ ନେବେ ମୁଖ୍ୟ ନିର୍ବାଚନ କମିଶନର । ୨୦୨୨ ମାର୍ଚ୍ଚରେ ଗୋଆ, ପଞ୍ଜାବ, ଉତ୍ତରାଖଣ୍ଡ ଓ ମଣିପୁର ବିଧାନସଭାର କାର୍ଯ୍ୟକାଳ ଶେଷ ହେଉଛି । ସେହିପରି ମେ’ ଶେଷରେ ଉତ୍ତରପ୍ରଦେଶ ବିଧାନସଭାର କାର୍ଯ୍ୟକାଳ ସରୁଛି ।

ଆସନ୍ତା ଜାନୁଆରୀରେ ନିର୍ବାଚନ ତାରିଖ ଘୋଷଣା ହୋଇପାରେ । ତାପୂର୍ବରୁ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଓ ନିର୍ବାଚନ କମିଶନଙ୍କ ବୈଠକ ବେଶ ଗୁରୁତ୍ୱ ରଖୁଛି । ପୂର୍ବରୁ ଆହ୍ଲାବାଦ ହାଇକୋର୍ଟ କରୋନା ସଂକ୍ରମଣ ବଢୁଥିବାରୁ ନିର୍ବାଚନକୁ ସ୍ଥଗିତ ରଖିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ନିର୍ବାଚନ କମିଶନଙ୍କୁ ପରାମର୍ଶ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.