ଭାରତ ବିଭାଜିତ ହେବ, ପୁଣି ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ଇମ୍ରାନ

ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପୁଣି ଥରେ ଭାରତ ବିରୋଧୀ ମନ୍ତବ୍ୟ ଦେଇ ଚର୍ଚ୍ଚାରେ। ଇମ୍ରାନ ଭାରତ ବିରୋଧରେ ଆପତ୍ତିଜନକ ବୟାନ ଦେଇଛନ୍ତି। ଇମ୍ରାନ କହିଛନ୍ତି, ‘ ଭାରତ ଫାସୀବାଦୀ ଏବଂ ଚରମପନ୍ଥୀ ରାସ୍ତାରେ ଅଗ୍ରଗତି କରୁଛି। ଯଦି ଭାରତ ଏହି ରାସ୍ତା ନ ଛାଡେ, ତେବେ ଭାରତ ଅନେକ ଖଣ୍ଡରେ ବିଭାଜିତ ହେବ।

ରିପୋର୍ଟ ମୁତାବକ, ମାଲେସିଆ ଗସ୍ତରେ ଥିବା ଇମ୍ରାନ ଆଡଭାନ୍ସ ଇସଲାମିକ ଷ୍ଟଡିଜ ଇନଷ୍ଟିଚ୍ୟୁଟ୍‌ରେ ନିଜର ସମ୍ବୋଧନ ଦେଉଥିବା ସମୟରେ ଏପରି କହିଛନ୍ତି। ଇମ୍ରାନ କହିଛନ୍ତି, ମୁଁ ଯେବେ ପ୍ରଧାନମନ୍ତ୍ରୀ ହେଲି, ସର୍ବପ୍ରଥମେ ଭାରତ ସହିତ ସଂପର୍କ ସ୍ଥାପନା କରିଥିଲି। ଭାରତ ସହିତ ସୁସଂପର୍କ ସ୍ଥାପନା କରିବା ପାଇଁ ସବୁକିଛି କରିଛି। ଏହି ଅବସରରେ ଇମ୍ରାନ ପାକିସ୍ତାନ ମାଲେସିଆ ସମ୍ବନ୍ଧ, ଇସଲାମୋଫୋବିୟାକୁ ଛୁଟକାରା ପାଇବା ପାଇଁ ନିଜର ରାୟ ରଖିଥିଲେ।

You might also like