ଦେଶ ବିଦେଶ

ଜେଲ୍‌ରେ ବଦଳିଲା ପରିଚୟ, ଇମ୍ରାନ ଖାନ ହେଲେ ‘କଏଦୀ ନମ୍ବର ୮୦୪’; ନିଜେ ଜାରି କଲେ ଭିଡିଓ

ପାକିସ୍ତାନର ଅଟକ୍‌ ଜେଲ୍‌ରେ ବନ୍ଦୀ ଅଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ଏବେ ଜେଲ୍‌ରେ ଇମ୍ରାନଙ୍କ ନାମ ଓ ଠିକଣା ବଦଳି ଯାଇଛି। ଇମ୍ରାନ ନିଜେ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି।

ଭିଡିଓ ଆରମ୍ଭରେ ଏକ ଭଏସ୍‌ ଓଭର୍‌ ଆସୁଛି, ଯେଉଁଥିରେ କୁହାଯାଉଛି ଅଟକ୍‌ ଜେଲ୍‌, ବାରାକ୍‌ ନମ୍ବର ୩, କଏଦୀ ନମ୍ବର ୮୦୪। ଅର୍ଥାତ୍‌ ଜଣାପଡ଼ୁଛି ଯେ ଇମ୍ରାନ୍‌ ଖାନ ଅଟକ୍‌ ଜେଲ୍‌ର ବାରାକ୍‌ ନମ୍ବର ୩ରେ ବନ୍ଦୀ ଅଛନ୍ତି ଏବଂ ତାଙ୍କୁ କଏଦୀ ନମ୍ବର ୮୦୪ ମିଳିଛି।

ଆଗକୁ ଭିଡିଓରେ ତାଙ୍କର ଉପଲବ୍ଧିଗୁଡ଼ିକ ବର୍ଣ୍ଣନା କରାଯାଉଛି। ଏଥିରେ କୁହାଯାଉଛି, ଆପଣ ଯେଉଁ କାମ କରିଛନ୍ତି, ତାହା ପାକିସ୍ତାନର ବର୍ତ୍ତମାନ ସରକାରଙ୍କ ନଜରରେ ଅପରାଧ। ଏଥିପାଇଁ ଆପଣଙ୍କ ଜାଗା ହେଉଛି ଜେଲ୍‌।

ପାକିସ୍ତାନୀ ମିଡିଆ ରିପୋର୍ଟ ମୁତାବକ, ପ୍ରଥମେ ଇମ୍ରାନଙ୍କୁ ଜେଲ୍‌ର ଏକ ଛୋଟିଆ କୋଠରୀରେ ରଖାଯାଇଥିଲା। ଏବେ ତାଙ୍କୁ ବାରାକ୍‌ ନମ୍ବର ୩କୁ ସିଫ୍ଟ କରାଯାଇଛି। ଇମ୍ରାନ ଖାନଙ୍କୁ ଅଟକ ଜେଲ୍‌ରେ ‘ସି କ୍ଲାସ୍‌’ର ସୁବିଧା ଦିଆଯାଉଛି।

କହି ରଖୁଛୁ, ଇମ୍ରାନ ଖାନଙ୍କ ଭିଡିଓ ସାମ୍ନାକୁ ଆସିବା ପରେ ଟ୍ଵିଟରରେ ହ୍ୟାଶ୍‌ଟ୍ୟାଗ୍‌ କଏଦୀ ନମ୍ବର ୮୦୪ ଟ୍ରେଣ୍ଡ୍‌ କରୁଛି। ପାକିସ୍ତାନ ତେହରିକ୍‌-ଏ-ଇନ୍‌ସାଫର ମୁଖ୍ୟ ଇମ୍ରାନ ତୋଷାଖାନା ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଜେଲ୍‌ରେ ଅଛନ୍ତି।

Roshni

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago