ପରମାଣୁ ଆକ୍ରମଣ ପାଇଁ ଯୋଜନା କରୁଛନ୍ତି ଇମ୍ରାନ ଖାନ !

ଭାରତୀୟ ବାୟୁସେନାର କାର୍ଯ୍ୟାନୁଷ୍ଠାନ ପରେ ବିଚଳିତ ହୋଇପଡ଼ିଛି ପାକିସ୍ତାନ। ଗତକାଲି ପାକ୍ ସଂସଦର ଜରୁରୀ ବୈଠକରେ ବିରୋଧୀଙ୍କ ସମାଲୋଚନା ହେବା ପରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଜରୁରୀକାଳିନ ବୈଠକ ଡାକିଛନ୍ତି। ଭାରତ ବିରୋଧରେ ପ୍ରତିଆକ୍ରମଣାତ୍ମକ ମନୋଭାବ ନେଇ ପରମାଣୁ ଅସ୍ତ୍ର କମିଟି ସହ ବୈଠକ ଡାକିଛନ୍ତି। ଏଥିରେ ରାଷ୍ଟ୍ରୀୟ ସୁରକ୍ଷା କମିଟିର ବରିଷ୍ଠ ଅଧିକାରୀମାନେ ମଧ୍ୟ ଯୋଗ ଦେଇଛନ୍ତି। ବୈଠକରେ ପାକିସ୍ତାନ ସେନାର ଭାରତ ପ୍ରତି ପାଲଟା ରଣନୀତି ନେଇ ଆଲୋଚନା ହେବ। ଏହି କମିଟି ପରମାଣୁ ଅସ୍ତ୍ର ବ୍ୟବହାର ନେଇ ଆଲୋଚନା କରିପାରେ ବୋଲି ଆଶଙ୍କା ରହିଛି।