ଦୁଷ୍କର୍ମ ନେଇ ବୟାନ୍‌ ଦେଇ ଫସିଗଲେ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌, କହିଲେ ଏଥିପାଇଁ ଝିଅଙ୍କ ପୋଷାକ ଦାୟୀ

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନିଜର ବିବାଦୀୟ ବୟାନକୁ ନେଇ ପୁଣିଥରେ ମୁସ୍କିଲରେ ପଡ଼ି ଯାଇଛନ୍ତି। ଇମ୍ରାନ କହିଛନ୍ତି କି, ପାକିସ୍ତାନରେ ଦିନକୁ ଦିନ ଯୌନ ଉତ୍ପୀଡ଼ନ ମାମଲା ବୃଦ୍ଧି ପାଇବା ପଛରେ ମହିଳାମାନଙ୍କ କପଡ଼ା ହିଁ ଦାୟୀ। ଏକ ଇଣ୍ଟରଭ୍ୟୁରେ ସେ କହିଛନ୍ତି, ‘ଯଦି ମହିଳା ବହୁତ କମ କପଡ଼ା ପିନ୍ଧିବେ, ତ ଏହାର ପ୍ରଭାବ ପୁରୁଷଙ୍କ ଉପରେ ପଡ଼ିବ। ହଁ ଯଦି ସେମାନେ ରୋବୋଟ, ତା’ହେଲେ ଏମିତି ହେବ ନାହିଁ। ଏହା କମନସେନ୍ସର କଥା’।

ଇମ୍ରାନ ଖାନଙ୍କର ଏଭଳି ବିବାଦୀୟ ବୟାନ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ହୋଇଛି। ଏହାକୁ ନେଇ ସୋସିଆଲ ମିଡିଆରେ ଆକ୍ରୋଶ ଦେଖା ଦେଇଛି। ସାଉଥ ଏସିଆ International Commission of Juristsର ଆଇନ ପରାମର୍ଶଦାତା ରିମା ଓମର ଟ୍ୱିଟ କରିଛନ୍ତି ଯେ ‘ପାକିସ୍ତାନରେ ଯୌନ ହିଂସାର କାରଣ ଉପରେ ଆସିଥିବା ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କର ବୟାନ ବହୁତ ନୈରାଶ୍ୟଜନକ, ଯେଉଁଥିରେ ସେ ପୁଣିଥରେ ପୀଡ଼ିତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହା ସ୍ପଷ୍ଟ ରୂପେ ନିନ୍ଦନୀୟ’।

ସେପଟେ ଡିଜିଟାଲ ମିଡିଆରେ ପିଏମଙ୍କ ଫୋକଲ ପର୍ସନ ଡା. ଅର୍ସଲାନ ଖାଲିଦ କହିଛନ୍ତି କି, ତାଙ୍କ ବୟାନକୁ ପ୍ରସଙ୍ଗ ବାହାରକୁ ନିଆଯାଇ ଏହି ଟ୍ୱିଟ କରାଯାଇଛି। ଖାଲିଦ ଟ୍ୱିଟ କରି କହିଛନ୍ତି, ‘ଇମ୍ରାନଙ୍କ ଅଧା କଥାକୁ କାଟି ଟ୍ୱିଟ କରାଯାଇଛି। ଇମ୍ରାନ କହିଥିଲେ କି, ଆମେ କେଉଁ ପ୍ରକାରର ସମାଜରେ ରହୁଛେ ଏବଂ ସେ ସମାଜରେ ଯୌନ ନିରାଶା ବିଷୟରେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.