ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି। ପେଟରେ ଯନ୍ତ୍ରଣା ହେଉଥିବା ଅଭିଯୋଗ ପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା, ସେଠାରେ ତାଙ୍କୁ ଯାଞ୍ଚ କରାଯାଇଥିଲା। ଇମ୍ରାନ ଖାନଙ୍କ ପାର୍ଟି ପାକିସ୍ତାନ ତେହେରିକ-ଏ-ଇନ୍ସାଫ ଏକ ଭିଡିଓ ଟ୍ୱିଟ କରି ଇମ୍ରାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିବା ନେଇ ସୂଚନା ଦେଇଛି।
ଭିଡିଓରେ ଦେଖିବାକୁ ମିଳୁଛି ଯେ ଇମ୍ରାନ ଖାନ ଜମାନ ପାର୍କସ୍ଥିତ ତାଙ୍କ ଘରୁ ହସ୍ପିଟାଲ ଯାଉଛନ୍ତି। ଇମ୍ରାନଙ୍କୁ ଲାହୋରର ଶୌକତ୍ ଖାନୁମ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତରମାନେ ତାଙ୍କର ଚିକିତ୍ସା କରିଥିଲେ।
ରିପୋର୍ଟ ମୁତାବକ, ଡାକ୍ତରୀ ଯାଞ୍ଚ ପରେ ଇମ୍ରାନ ହସ୍ପିଟାଲରୁ ବାହାରି ନିଜ ଘରକୁ ଫେରିଛନ୍ତି। ତାଙ୍କ ପେଟରେ ଅସହ୍ୟ ଯନ୍ତ୍ରଣା ହେଉଥିଲା। କୁହାଯାଇଛି ଯେ ଯନ୍ତ୍ରଣା ହେତୁ ଇମ୍ରାନ କାନ୍ଦି ପକାଇଥିଲେ, ଯାହା ପରେ ତାଙ୍କୁ ଶୀଘ୍ର ହସ୍ପିଟାଲ ନିଆଯାଇଥିଲା। ସେଠାରେ ଏକ ଡାକ୍ତରୀ ଟିମ୍ ତାଙ୍କୁ ଚିକିତ୍ସା କରିଥିଲେ।
ପେଟରେ ଯନ୍ତ୍ରଣା ଯାଞ୍ଚ କରିବା ପାଇଁ ଇମ୍ରାନଙ୍କର ଅନେକ ପରୀକ୍ଷା ମଧ୍ୟ କରାଯାଇଥିଲା। ଏହି ସମୟରେ ରାସ୍ତା ଏବଂ ଡାକ୍ତରଖାନାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ରଖାଯାଇଥିଲା। ତେବେ ପୂର୍ବରୁ ମଧ୍ୟ ଏହିପରି ଅସୁସ୍ଥତା କାରଣରୁ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡିଥିଲା।
ମେଷ: ଅନ୍ୟମାନଙ୍କ ସଫଳତା ଦ୍ୱାରା ଆର୍ଥିକ ଲାଭବାନ ହେବେ । ପ୍ରେମ କରୁଥିବା ଲୋକଙ୍କୁ ସାଥୀଙ୍କ କଥାକୁ ବୁଝିବାକୁ ପଡ଼ିବ,…
ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ୭୨ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି। ଏମାନଙ୍କ ମଧ୍ଯରେ ୩୦ ଜଣ କ୍ୟାବିନେଟ ମନ୍ତ୍ରୀ ରହିଥିବା…
ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ସେଲିବ୍ରିଟିଙ୍କ ଗହଳି। ଶାହାରୁଖ ଖାନ, ରଜନୀକାନ୍ତ, ଅକ୍ଷୟ କୁମାର ସାମିଲ ହୋଇଥିଲେ। ଅନୀଲ କପୁର,…
ଭୁବନେଶ୍ୱର : ଭୁବନେଶ୍ୱର ଜୟଦେବ ଭବନଠାରେ ଆୟୋଜିତ ‘ଭୁବନେଶ୍ୱର ଚଳଚ୍ଚିତ୍ର ଉତ୍ସବ’ ରବିବାର ସନ୍ଧ୍ୟାରେ ଉଦଯାପିତ ହୋଇଛି । ଶେଷ…
ମୋଦିଙ୍କ ନୂଆ ଟିମରେ ଓଡ଼ିଶାର ୩ ସାଂସଦ । ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଓ ଅଶ୍ବିନୀ ବୈଷ୍ଣବ ।…
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୩ୟ ଇନିଂସ ଆରମ୍ଭ …