ଦେଶରେ ପ୍ରଥମ ଘଟଣା: ଭୋଟରଙ୍କୁ ଲାଞ୍ଚ ଦେବା ଅଭିଯୋଗରେ ସାଂସଦ ଦୋଷୀ

ନୂଆଦିଲ୍ଲୀ: ଦେଶରେ ପ୍ରଥମ ଥର ପାଇଁ ଜଣେ ସାଂସଦ ଭୋଟରଙ୍କୁ ଲାଞ୍ଚ ଦେବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ତେଲେଙ୍ଗାନାର ଏକ ସ୍ୱତନ୍ତ୍ର ସେସନ କୋର୍ଟ ସାଂସଦଙ୍କୁ ୬ ମାସର ଜେଲ ଦଣ୍ଡାଦେଶ ଶୁଣାଇବା ସହ ହାଇକୋର୍ଟରେ ଆବେଦନ କରିବାକୁ ଅନୁମତି ପ୍ରଦାନ କରିଛନ୍ତି । ଦୋଷୀ ସାଂସଦ ହେଉଛନ୍ତି ତେଲଙ୍ଗାନାର କବିତା ମାଲୋଥ। ୨୦୧୯ ଲୋକସଭା ନିର୍ବାଚନରେ ସେ ତେଲଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ୍‌) ଟିକଟରେ ମହବୁବାବାଦରୁ ପ୍ରତିଦ୍ବନ୍ଦ୍ବିତା କରି ବିଜୟୀ ହୋଇଥିଲେ। ତେବେ ନିର୍ବାଚନରେ ବିଜୟୀ ହେବା ଲାଗି ସେ ମତଦାତାଙ୍କୁ ଟଙ୍କା ବାଣ୍ଟିଥିଲେ।

ତେବେ ଏହି ମାମଲାରେ ସାଂସଦ କବିତାଙ୍କୁ ଜାମିନ ମିଳିସାରିଥିବା ବେଳେ ସେ ହାଇକୋର୍ଟରେ ଆବେଦନ କରିବେ ବୋଲି କହିଥିବା ଜଣାପଡ଼ିଛି । ନିର୍ବାଚନ ସମୟରେ କବିତାଙ୍କ ପକ୍ଷରୁ ଶୌକତ ଅଲ୍ଲୀ ଭୋଟରଙ୍କୁ ମୁଣ୍ଡପିଛା ୫୦୦ ଟଙ୍କା ପ୍ରଦାନ କରୁଥିବା ବେଳେ ନିର୍ବାଚନ ଫ୍ଲାଇଂ ସ୍କ୍ୱାଡ ହାବୁଡ଼ରେ ଧରାପଡ଼ିଥିଲେ । ପରବର୍ତ୍ତୀ ସମୟରେ ଅଲ୍ଲୀ ପ୍ଲାଇଂ ସ୍କ୍ୱାଡଙ୍କ ଆଗରେ ଲାଞ୍ଚ ଦେଉଥିବା ନେଇ ଦୋଷ ସ୍ୱୀକାର କରିଥିଲେ । ଏହି ମାମଲାରେ ଅଲ୍ଲୀ ପ୍ରଥମ ଓ କବିତା ଦ୍ୱିତୀୟ ଅଭିଯୁକ୍ତ ହୋଇଥିବା ବେଳେ ଉଭୟଙ୍କୁ ୬ ମାସ ଜେଲ ଦଣ୍ଡାଦେଶ ଓ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା ଶୁଣାଣି କରାଯାଇଥିଲା ।

Leave A Reply

Your email address will not be published.