ଧସିଗଲା ମାଟି ବଢିଚାଲିଛି ଗର୍ତ୍ତ, ଲୋକେ ଭୟଭୀତ

ରହସ୍ୟମୟୀ ଗାତ । ସେ ପୁଣି କୁଆଡେ ବଢୁଚି । ଏକଥା ଆମେ କହନୁ ଲୋକେ କହୁଛନ୍ତି । ଏହି ଗର୍ତ୍ତକୁ ନେଇ ସମସ୍ତେ ଏବେ ଭୟଭୀତ । କାରଣ ହଠାତ ଏମିତି ଏକ ଗର୍ତ୍ତ ସୃଷ୍ଟି ହେଲା ଯାହାକୁ ନେଇ ସମସ୍ତେ ଏବେ ଭୟଭୀତ । ତେବେ ହଠାତ ଏହି ଗର୍ତ୍ତ କେମିତି ହେଲା ଓ କାହିଁକି ହେଲା । ତାକୁ ନେଇ ଅନେକ କିଛି ପ୍ରଶ୍ନବାଚୀ ସୃଷ୍ଟି ହୋଇଚି । କିନ୍ତୁ ଏହା ଏଠି କୋଉଠି ନୁହେଁ ବରଂ ଏହି ଗର୍ତ୍ତ ହୋଇଛି ଆମେରିକାରେ । ଆମେରିକାରୁ ଏକ ଆଶ୍ଚର୍ଯ୍ୟ କଲାଭଳି ଘଟଣା ସାମନାକୁ ଆସିଛି । ତାହା ହେଉଛି ଏକ ଗାତ ସୃଷ୍ଟିହେବା ଘଟଣା । ଆଉ ସେ ଗର୍ତ୍ତର ଗଭୀର ପାଖାପାଖି ୬୫୦ଫୁଟ ଓ ଚଉଡା ପ୍ରାୟ ୮୨ଫୁଟ ହେବ ।

ହଠାତ ଘଟିଥିବା ଏହି ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଏହି ଗର୍ତ୍ତ ଯେଉଁଠି ହୋଇଛି ସେହି ସ୍ଥାନର ନାମ ଚିଲିର ରାଜଧାନୀ ସେଣ୍ଟିୟାଗୋ ଠାରୁ ପାଖାପାଖି ୬୫୦କିଲୋମିଟର ଦୂର । ଯେଉଁ ସ୍ଥାନରେ ଏଗି ଗର୍ତ୍ତ ହୋଇଛି ସେହି ସ୍ଥାନରେ ଖଣି ରହିଛି । କାନାଡାର କମ୍ପାନୀ ଲନ୍ଦିନ ମାଇନିଙ୍ଗ ପାଖରେ ଏହି ସ୍ଥାନ ରହିଛି ଓ ଗର୍ତ୍ତ ପାଖରେ ଥିବା ଖଣି ଯାହା ବହୁତ ବଡ ଅଟେ । ଏହି ରହସ୍ୟମୟ ଗର୍ତ୍ତ ହଠାତ କେମିତି ହେଲା ସେଠାକାର ଅଧିକାରୀ ଏବେ ଯାଞ୍ଚ କରୁଛନ୍ତି ।

ନ୍ୟାସନାଲ ସର୍ଭିସ ଅଫ ଜିୟୋଲୋଜି ଆଣ୍ଡ ମାଇନିଙ୍ଗର ଡାଇରେକ୍ଟର ଡେବିଡ ମୋଟେନିଗ୍ରୋ ଯାଞ୍ଚକୁ ନେଇ କହିଛନ୍ତି କି ଏହି ଅଞ୍ଚଳରେ ଏକ୍ସପର୍ଟଙ୍କୁ ଯାଞ୍ଚ ପାଇଁ ପଠାଯାଇଛି । ତାଙ୍କର କହିବା କଥା କି ତଳେ କୌଣସି ସାମଗ୍ରୀ ମିଳିନାହିଁ । କିନ୍ତୁ ବହୁତ ବଡ ମାତ୍ରାରେ ପାଣି ରହିଛି ।

ଲନ୍ଦିନ ମାଇନିଙ୍ଗ ତରଫରୁ ଏହାକୁ ନେଇ ବୟାନ ମଧ୍ୟ ଜାରି କରାଯାଇଚି । ଯେଉଁଥିରେ ଗର୍ତ୍ତ ହେବାର କାରଣରୁ କ୍ଷତି ସମ୍ପର୍କିତ ସୂଚନା ବି ଦିଆଯାଇଛି । ଏହି ଘଟଣା ପରେ ପୂରା ଅଞ୍ଚଳକୁ ଖାଲି କରାଯାଇଛି ଓ ସମ୍ବନ୍ଧିତ ସଂସ୍ଥା ଗୁଡିକୁ ସୂଚିତ କରି ଦିଆଯାଇଚି ।

ଘଟଣା ଘଟିବା ପରେ ସ୍ଥାନୀୟ ମେୟର କ୍ରିଷ୍ଟୋବଲ ଜୁନିଙ୍ଗା ପୁଷ୍ଟି କରିଛନ୍ତି କି ସ୍ଥାନୀୟ ଲୋକେ ଏହାକୁ ନେଇ ଅଭିଯୋଗ କରିଛନ୍ତି । କିନ୍ତୁ ବର୍ତ୍ତମାନ କୌଣସି ସୂଚନା ନାହିଁ କି କିଭଳି ଏହି ଗର୍ତ୍ତ ହୋଇଛି । କିନ୍ତୁ ବଡକଥା ଏବେ ଏଇଆ କି ସ୍ଥାନୀୟ ଅଧିକାରୀଙ୍କର କହିବା ଅନୁଯାୟୀ ଗର୍ତ୍ତ ବଢିଚାଲିଛି । ଏହି ଗର୍ତ୍ତରୁ ୬୦୦ମିଟର ଦୂରରେ ସବୁଠୁ ପାଖରେ ଘର ରହିଛି ।

ଯେଉଁଠାରେ ଏହି ଗର୍ତ୍ତ ସୃଷ୍ଟି ହୋଇଛି ସେଠାକାର ଖନନ ସାଇଟ ଉଭୟ କାନାଡା ଓ ଜାପାନର ଫର୍ମୋ ପାଖରେ ଅବସ୍ଥିତ । କାନାଡାର ଫର୍ମ ପାଖରେ ୮୦ପ୍ରତିଶତ ସେୟାର ଅଛି ଯେତେବେଳେ କି ଜାପାନର ଫର୍ମ ପାଖରେ କେବଳ ୨୦ ପ୍ରତିଶତ । ଏହା ପୂର୍ବରୁ ଚିଲିରେ ଏଭଳି କୌଣସି ଘଟଣା ଘଟିନଥିଲା । ତେଣୁ ଏବେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । ଗର୍ତ୍ତ ହେବା ପରେଖଣି କାର୍ଯ୍ୟକୁ ରୋକି ଦିଆୟାଇଛି । ସାଇଟକୁ କବଜା କରିବା ପରେ ଅଧିକାରୀ କହିଛନ୍ତି କି ଏବେ ଯାଞ୍ଚ ପରେ ହିଁ କିଛି କୁହାଯାଇପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.