ଏ କେମିତିକା ଗାଁ, ଯେଉଁଠି ୧୨ ବର୍ଷ ଛୁଇଁଲେ କିଶୋରୀ ପାଲଟି ଯାଆନ୍ତି ମର୍ଦ୍ଦ, ଘରେ ପୂରାନ୍ତିନି ପରିବାର ଲୋକେ

ଆପଣମାନେ ଅନେକ ଗମ୍ଭୀର ରୋଗ ବିଷୟରେ ଶୁଣିଥିବେ, ଯେଉଁଠି ପୀଡ଼ିତ ବ୍ୟକ୍ତିଙ୍କୁ ବଞ୍ଚାଇବା ବହୁତ ମୁସ୍କିଲ ହୋଇଥାଏ। କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ରୋଗ ବିଷୟରେ କହିବାକୁ ଯାଉଛୁ, ଯାହା କିଶୋରୀମାନଙ୍କ ପାଇଁ ଚିନ୍ତାଜନକ ବିଷୟ ହୋଇଯାଇଛି। ଏହି ରୋଗରେ ୧୨ ବର୍ଷ ବୟସ ଛୁଇଁଗଲେ, କିଶୋରୀମାନେ ନିଜ ସୌନ୍ଦର୍ଯ୍ୟ ହରାଇ କିଶୋର ବନିଯାଉଛନ୍ତି। ଅର୍ଥାତ୍ ସେମାନେ ୧୨ ବର୍ଷ ବୟସରେ ଯୁବକଙ୍କ ଭଳି ଦେଖାଯାଉଛନ୍ତି। ହୁଏତ ଏହା ଶୁଣିବା ପରେ କାହାକୁ ବିଶ୍ୱାସ ହୋଇ ନ ପାରେ, କିନ୍ତୁ କଥାଟି ସତ।

ଏହି ଗମ୍ଭୀର ରୋଗ କାରାବିୟାନ୍ ଦେଶର ଡୋମିନକନ୍ ରିପବ୍ଲିକ୍‌ର ଲା ସେଲିନାସ୍ ଗାଁରେ ମହାମାରୀ ଭାବେ ବ୍ୟାପିବାରେ ଲାଗିଛି। ଏବେ ଗାଁର ପ୍ରାୟତଃ ସବୁ କିଶୋରୀ ଏହି ରୋଗ ସଂସ୍ପର୍ଶରେ ଆସିଯାଇଛନ୍ତି। ରୋଗର କୌଣସି ଚିକିତ୍ସା ନାହିଁ। ତେଣୁ ବର୍ତ୍ତମାନ ଏହି ରୋଗ ଏଠାକାର ବାସିନ୍ଦା, ବିଶେଷକରି ଯୁବତୀମାନଙ୍କ ନିଦ ହଜାଇ ଦେଇଛି।

girls4

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଯେତେବେଳେ ଏଠାରେ ଝିଅ ଜନ୍ମ ହୁଅନ୍ତି, ସେମାନେ ସାଧାରଣ ଝିଅଙ୍କ ଭଳି ହୋଇଥାଆନ୍ତି। ସେମାନଙ୍କଠାରେ କୌଣସି ବି ସମସ୍ୟା ଦେଖାଦେଇ ନ ଥାଏ। କିନ୍ତୁ ଯେବେ ସେମାନେ ୧୨ ବର୍ଷର ହୋଇଯାଆନ୍ତି, ଶରୀରରେ ବିଚିତ୍ର ପରିବର୍ତ୍ତନ ସବୁ ଆସିଥାଏ। ଏପରି କି, ଯୁବତୀମାନଙ୍କ ଚାଲି ମଧ୍ୟ ଯୁବକମାନଙ୍କ ଭଳି ହୋଇଯାଏ। ସେମାନଙ୍କ କଣ୍ଠସ୍ୱରଠାରୁ ଆରମ୍ଭ କରି କେଶ ପଯ୍ୟର୍ନ୍ତ, ସବୁକିଛି ଧୀରେ ଧୀରେ ବଦଳିଯାଏ। ଆଉ ଶେଷରେ ଯୁବତୀମାନେ ସମ୍ପୂର୍ଣ୍ଣ ଯୁବକରେ ପରିଣତ ହୋଇଯାଆନ୍ତି।

ଏହାସହ ପଢ଼ନ୍ତୁ: ୨୨୦ରୁ ଅଧିକ ବାଘଙ୍କ ସହ ଆରାମଦାୟକ ଜୀବନ ବିତାଉଛନ୍ତି ଏହି ବ୍ୟକ୍ତି, ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

ଏହି ରୋଗ ‘ସୁଡୋହର୍ମାଫ୍ରଡାଇଟ୍‌’ ନାମରେ ଜଣାଶୁଣା। ଏଥିରେ ଆକ୍ରାନ୍ତ ଯୁବତୀମାନଙ୍କୁ ସମସ୍ତେ ଘୃଣା ନଜରରେ ଦେଖିଥାଆନ୍ତି। ଆଉ ଲୋକେ ସେମାନଙ୍କୁ ନିଜ ସାଥୀରେ ରଖିବା ପାଇଁ ପସନ୍ଦ କରି ନ ଥାଆନ୍ତି, ଯେଉଁ କାରଣରୁ ପୀଡ଼ିତାମାନେ ମାନସିକ ଅବସାଦ ଦେଇ ଗତି କରନ୍ତି।