ଚୀନର ଏହି ବିଲେଇ ୫ଟି ବିଲେଇଙ୍କ ସହ ସାରା ରାତି କଲା ରୋମାନ୍ସ, ହୋଇଗଲା ଏଭଳି ଅବସ୍ଥା, ଏବେ ହସ୍ପିଟାଲରେ

ଦୁନିଆରେ ଅନେକ ଘଟଣା ଏପରି ଘଟିଥାଏ, ଯାହାକୁ ଆପଣ ସହଜରେ ବିଶ୍ୱାସ କରିପାରନ୍ତି ନାହିଁ। କିନ୍ତୁ ଘଟଣାଟି ପୂରାପୂରି ସତ ହୋଇଥାଏ। ଆଜି ଆମେ ଏମିତି ଏକ ଅଜବ ଘଟଣା ବିଷୟରେ କହିବାକୁ ଯାଉଛୁ, ଯାହାକୁ ଶୁଣିଲେ ଆପଣ ହତ୍‌ବାକ ହୋଇଯିବେ।
ଚୀନରେ ଏକ ବିଲେଇ ସେହି ରାତିରେ ଗୋଟିଏ ପରେ ଗୋଟିଏ ୫ଟି ବିଲେଇଙ୍କ ସହିତ ରୋମାନ୍ସ କରିଛି। ପରବର୍ତ୍ତୀ ସମୟରେ ଏହାର ଭୟଙ୍କର ପରିଣାମ ତାକୁ ଭୋଗିବାକୁ ପଡ଼ିଛି।

ଘଟଣାରୁ ଜଣାପଡ଼ୁଛି, ଏହି ରଷିୟାନ୍ ବିଲେଇକୁ ଲମ୍ବା ସମୟ ଧରି କାହା ସହିତ ସମ୍ବନ୍ଧ ବନେଇବା ଲାଗି ମଉକା ମିଳି ନ ଥିଲା। ତେଣୁ ଯେତେବେଳେ ତାକୁ ୫ଟି ବିଲେଇ ଏକ ସାଥୀରେ ମିଳିଗଲେ, ସେ ସୀମା ପାର୍ କରିଦେଇଥିଲା। ଶେଷରେ ସମ୍ପୂର୍ଣ୍ଣ ରୂପେ ହାଲିଆ ହୋଇଗଲା। ବିଲେଇର ଅବସ୍ଥା ଖରାପ ଦେଖି ମାଲିକ ତାକୁ କ୍ୟାଟ୍ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ତା’ର ଚିକିତ୍ସା କରାଯାଇଥିଲା। ତାକୁ ଗ୍ଲୁକୋଜ୍ ପାଣି ଦେବାକୁ ପଡ଼ିଥିଲା। ବିଲେଇର ନାଁ ହେଉଛି ‘ଝିୟୋପି’।

ଦକ୍ଷିଣ ଚୀନର ଏହି ଘଟଣା

ଘଟଣାଟି ଦକ୍ଷିଣ ଚୀନର ଗୁଆଁଗଡାଙ୍ଗ ଅଞ୍ଚଳର। ସେଠାରେ ରୁଷୀୟ ବ୍ଲୁ ବିଲେଇକୁ ତା’ର ମାଲିକ ଝାଓ ଓ ତାଙ୍କ ପତ୍ନୀ ଏକ ପେଟ୍ ହୋଟେଲରେ ଜଏନ୍ କରିବା ପାଇଁ ଛାଡ଼ିଦେଇଥିଲେ। ଝାଓ କହିଛନ୍ତି, ସେ ହୋଟେଲ ମ୍ୟାନେଜ୍‌ମେଣ୍ଟକୁ ନିଜ ବିଲେଇର ବନ୍ଧ୍ୟାକରଣ ହୋଇ ନ ଥିବା କଥା ଜଣାଇଥିଲେ। ତେଣୁ ତାକୁ ଖୋଲା ନ ଛାଡ଼ିବାକୁ କହିଥିଲେ। କିନ୍ତୁ ହୋଟେଲ ଷ୍ଟାଫ୍ ବିଲେଇକୁ ଖୋଲା ଛାଡ଼ି ଦେଇଥିଲେ।

cat1

କ’ଣ କୁହନ୍ତି ବିଲେଇର ମାଲିକ

ଏହି ଘଟଣା ପାଇଁ ବିଲେଇର ମାଲିକ ଜମା ବି ନିଜ ବିଲେଇକୁ ଦୋଷ ଦେଇନାହାନ୍ତି। ଏଥିପାଇଁ ହୋଟେଲ ଷ୍ଟାଫ୍ ଦାୟୀ ବୋଲି ସେ କହିଛନ୍ତି, ଯିଏକି ନିଜ ଡ୍ୟୁଟିରେ ହେଳା କରିଛନ୍ତି। ସେ କହିଛନ୍ତି ଯେ ରାତି ୧୦ଟା ୪୦ରୁ ସକାଳ ୫ଟା ଯାଏ ତାଙ୍କ ବିଲେଇ ୫ଟି ଫିମେଲ୍ କ୍ୟାଟ୍‌ଙ୍କ ସହ ସମ୍ବନ୍ଧ ରଖିଥିଲା।

ଏହାସହ ପଢ଼ନ୍ତୁ: ମା’ ପେଟରୁ ଜନ୍ମ ନେଇଥିଲେ ୬୯ଟି ଛୁଆ! ପ୍ରସବ ସମୟରେ ଆଖି ବୁଜିଦେଲେ ୪୦ ବର୍ଷୀୟା ଏହି ମହିଳା, ପଢ଼ନ୍ତୁ ରୋଚକ କାହାଣୀ

ସିସିଟିଭି ଫୁଟେଜ୍‌ରେ ପୂରା ଘଟଣା

ମାଲିକଙ୍କ କହିବା ଅନୁଯାୟୀ, ସବୁ ଭୁଲ୍ ସେହି ପେଟ୍ ହୋଟେଲର, ଯେଉଁଠିକୁ ତାଙ୍କ ବିଲେଇ ଯାଇଥିଲା। ହୋଟେଲ କର୍ମଚାରୀମାନେ ଟିକେ ବି ବିଲେଇ ଉପରେ ଦୃଷ୍ଟି ଦେଇ ନ ଥିଲେ। ସିସିଟିଭି ଫୁଟେଜ୍‌ରେ ତାଙ୍କ ବିଲେଇ ୫ଟି ବିଲେଇଙ୍କ ସହ ରୋମାନ୍ସ କରୁଥିବା ସ୍ପଷ୍ଟ ଜଣାପଡ଼ୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.