‘ଏହି ଜନ୍ମରେ ଚାକିରି, ଆଗାମୀ ଜନ୍ମରେ ପ୍ରେମ’! Valentine’s Dayକୁ ନେଇ ଆଇଏଏସ୍ ଅଧିକାରୀଙ୍କ ଟ୍ଵିଟ୍‌ ହେଉଛି ଭାଇରାଲ; ଲୋକେ କହିଲେ, ବେଶ୍‌ ମଜାଦାର…

ଭାଲେଣ୍ଟାଇନ୍ସ ଡେ’କୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ମେସେଜ ଭାଇରାଲ ହେଉଛି। ଏହାରି ଭିତରେ ଜଣେ ଆଇଏଏସ୍ ଅଧିକାରୀଙ୍କ ଟ୍ଵିଟ୍‌ ମଧ୍ୟ ବେଶ୍‌ ଚର୍ଚ୍ଚାରେ ରହିଛି। ଅଧିକାରୀ ଜଣକ ବେଶ୍‌ ମଜାଳିଆ ଢଙ୍ଗରେ ନିଜ ଟ୍ଵିଟ୍‌ରେ UPSC ପ୍ରାର୍ଥୀଙ୍କ ଭାବନା ବିଷୟରେ ଉଲ୍ଲେଖ କରିଛନ୍ତି। ଏହି ଆଇଏଏସ୍ ଅଧିକାରୀ ଜଣକ ହେଉଛନ୍ତି ଅୱନିଶ ଶରଣ। ଭାଲେଣ୍ଟାଇନ୍ସ ଡେ’ ରେ UPSC ପାଇଁ ପ୍ରସ୍ତୁତି କରୁଥିବା ପ୍ରାର୍ଥୀମାନେ କ’ଣ ଭାବନ୍ତି, ତାହାକୁ ନେଇ ସେ ଏକ ମଜାଦାର ଟ୍ଵିଟ୍‌ କରିଛନ୍ତି।

ଆଇଏଏସ୍ ଅଧିକାରୀ ଅୱନିଶ ଶରଣ ନିଜ ଟ୍ୱିଟରେ ‘ବିଶ୍ୱନାଥ ପ୍ରସାଦ ତିୱାରୀ’ଙ୍କର ଏକ କୋଟ୍‌ ସେୟାର କରିଛନ୍ତି। ଏଥିରେ ଲେଖା ହୋଇଛି, ‘କାହିଁକି ନା, ଚାକିରି ଏହି ଜନ୍ମ ପାଇଁ ଜରୁରୀ, ତେଣୁ ପ୍ରେମକୁ ପରବର୍ତ୍ତୀ ଜନ୍ମ ପର୍ଯ୍ୟନ୍ତ ସ୍ଥଗିତ କରୁଛି’। ଆଇଏଏସ୍ ଅଧିକାରୀ ଏହା ସହିତ ଏକ କ୍ୟାପସନ୍ ମଧ୍ୟ ଦେଇଛନ୍ତି। ସେ ଲେଖିଛନ୍ତି, ‘ଭାଲେଣ୍ଟାଇନ୍ସ ଡେ’ରେ UPSC ଆଶାୟୀଙ୍କ ଭାବନା’।

ଭାଲେଣ୍ଟାଇନ୍ସ ସପ୍ତାହର ପ୍ରମିଜ୍‌ ଡେ’ରେ ବି ଅୱନିଶ ଶରଣ ଏକ ମଜାଳିଆ ଟ୍ୱିଟ୍ କରିଥିଲେ। ସେ ନିଜ ଟ୍ୱିଟରେ ଲେଖିଥିଲେ, ‘ସବୁଠୁ ଅଧିକ ଭଙ୍ଗା ଯାଉଥିବା ପ୍ରତିଶ୍ରୁତି’। ଏଥିରେ ଆଇଏଏସ୍ ଅଧିକାରୀ ଏକ ମା’ ଓ ଛୁଆର ଫଟୋ ସେୟାର କରିଥିଲେ। ଏଥିରେ ମା’ ହାତରେ ଚପଲ ଧରି ଥିବା ବେଳେ ଛୁଆଟି ଖଟ ତଳେ ଲୁଚି ରହିଥିଲା। ଏହି ସମୟରେ ମା’ ପ୍ରମିଜ୍‌ କରି ଛୁଆକୁ କହୁଥିଲା, ‘ଆ…ବାହାରକୁ ଆସିଯା’; ମୁଁ ମାରିବିନି’।

ଅନେକ ୟୁଜର ଆଇଏଏସ୍ ଅଧିକାରୀ ଅୱନିଶ ଶରଣଙ୍କ ଟ୍ଵିଟ୍‌ ଉପରେ ପ୍ରତିକ୍ରିୟା ଦେଇଛନ୍ତି। ଜଣେ ୟୁଜର ଲେଖିଛନ୍ତି, ‘ପ୍ରେମ ତ ଚାକିରି ପାଇବା ପରେ ବି ହୋଇ ପାରିବ’। ଏହି ସମୟରେ ଅନ୍ୟ ଜଣେ ୟୁଜର କହିଥିଲେ, ‘ସିଧା ଆଗାମୀ ଜନ୍ମ! ଆଗାମୀ ଜନ୍ମରେ କ’ଣ UPSC ଦେବାର ନାହିଁ କି’। ଏଥି ସହିତ ଅନେକ ୟୁଜର ଆଇଏଏସ୍ ଅଧିକାରୀଙ୍କ ଟ୍ୱିଟକୁ ମଜାଳିଆ ବୋଲି କହିଛନ୍ତି।

Leave A Reply

Your email address will not be published.