ଭାରତୀୟ ରେଳବାଇରେ ଏଣିକି ‘ଗାର୍ଡ’ଙ୍କୁ ‘ଟ୍ରେନ ମ୍ୟାନେଜର’ କୁହାଯିବ

ନୂଆଦିଲ୍ଲୀ : ଭାରତୀୟ ରେଳବାଇରେ ଏଣିକି ‘ଗାର୍ଡ’ଙ୍କୁ ‘ଟ୍ରେନ ମ୍ୟାନେଜର’ କୁହାଯିବ । ତେବେ ପେ ସ୍କେଲରେ କୌଣସି ପରିବର୍ତ୍ତନ ହେବନି । ନିଯୁକ୍ତି ପ୍ରକ୍ରିୟାରେ ମଧ୍ୟ କୌଣସି ପରିବର୍ତ୍ତନ ହେବନି । ସେମାନଙ୍କ କର୍ତ୍ତବ୍ୟରେ ମଧ୍ୟ ପରିବର୍ତ୍ତନ ହେବନି । କେବଳ ଗାର୍ଡ ବଦଳରେ ଟ୍ରେନ୍‌ ମ୍ୟାନେଜର କୁହାଯିବ । ତୁରନ୍ତ ଏହାକୁ ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଆସିଷ୍ଟାଣ୍ଟ ଗାର୍ଡଙ୍କୁ ଆସିଷ୍ଟାଣ୍ଟ ପାସେଞ୍ଜର ଟ୍ରେନ ମ୍ୟାନେଜର, ଗୁଡସ୍‌ ଗାର୍ଡଙ୍କୁ ଗୁଡସ୍‌ ଟ୍ରେନ୍‌ ମ୍ୟାନେଜର କୁହାଯିବ । ସିନିଅର ଗୁଡସ୍‌ ଗାର୍ଡଙ୍କୁ ସିନିଅର ଗୁଡସ୍‌ ଟ୍ରେନ ମ୍ୟାନେଜର ବୋଲି ସମ୍ବୋଧନ କରାଯିବ ବୋଲି ଭାରତୀୟ ରେଳବାଇ ନିଷ୍ପତ୍ତି ନେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.