ଯୁବକଙ୍କ ସହ ଚାରି ଚାରିଜଣ ଯୁବତୀଙ୍କ ଗଣଦୁଷ୍କର୍ମ! ଠିକଣା ପଚାରିବା ବାହାନାରେ କରିନେଲେ ଅପହରଣ; ପୁଣି ଆଖିରେ ପଟି ବାନ୍ଧି କାର୍ ଭିତରେ କଲେ ଦୁଷ୍କର୍ମ

ପଞ୍ଜାବର ଜଳନ୍ଧରରୁ ଏକ ଅତି ଆଶ୍ଚର୍ଯ୍ୟ କରିଦେଲା ଭଳି ଘଟଣା ସାମ୍ନାକୁ ଆସିଛି। ଏଠାରେ ୪ ଜଣ ଯୁବତୀ ଜଣେ ଯୁବକଙ୍କୁ ଅପହରଣ କରିନେଇ ତାଙ୍କ ସହିତ ଗଣଦୁଷ୍କର୍ମ କରିଛନ୍ତି ଏବଂ ଏହାପରେ ତାଙ୍କୁ ଛାଡ଼ି ଦେଇଛନ୍ତି। ଏହି ଘଟଣା ଲେଦର କମ୍ପ୍ଲେକ୍ସ ରୋଡ୍ରେ ଘଟିଛି। ତେବେ ଏହି ପୂରା ମାମଲାରେ ବର୍ତ୍ତମାନ ପୋଲିସ ନିକଟରେ କୌଣସି ଅଭିଯୋଗ କରାଯାଇ ନାହିଁ।
ସୂଚନା ଅନୁସାରେ, ଫ୍ୟାକ୍ଟ୍ରିରେ କାମ କରୁଥିବା ଜଣେ ଯୁବକ କହିଛନ୍ତି ଯେ ସେ ଦ୍ୱିପ୍ରହରରେ ନିଜ କାମ ସାରି ଘରକୁ ଫେରୁଥିଲେ। ଏହି ସମୟରେ ରାସ୍ତାରେ ଏକ ଗାଡ଼ି ଆସି ତାଙ୍କ ପାଖରେ ଅଟକିଥିଲା। ଗାଡ଼ିରେ ୪ ଜଣ ଯୁବତୀ ବସିଥିଲେ। ସେମାନେ ତାଙ୍କୁ କୌଣସି ଏକ ଜାଗାର ଠିକଣା ପଚାରିଥିଲେ। ଯୁବକ ଜଣକ ଠିକଣା କହୁଥିବା ବେଳେ ଯୁବତୀମାନେ ତାଙ୍କୁ କିଛି ଗୋଟିଏ ଜିନିଷ ଶୁଙ୍ଘାଇ ବେହୋସ୍ କରି ଦେଇଥିଲେ ଏବଂ ତାଙ୍କୁ ଅପହରଣ କରି ନେଇଥିଲେ।
ଯୁବକ ଅଭିଯୋଗ କରିଛନ୍ତି କି, ଅପହରଣ କରିନେବା ପରେ ଗାଡ଼ି ଭିତରେ ଜଣଙ୍କ ପରେ ଜଣେ ୪ ଜଣ ଯୁବତୀ ତାଙ୍କ ସହିତ ଜୋର୍ ଜବରଦସ୍ତି ଶାରୀରିକ ସମ୍ବନ୍ଧ ରଖିଥିଲେ। ଯୁବକଙ୍କ କହିବା ଅନୁସାରେ, ୪ ଯୁବତୀଙ୍କ ବୟସ ୨୨ କି ୨୩ ବର୍ଷ ହେବ। ବର୍ତ୍ତମାନ ସୁଦ୍ଧା ପୋଲିସକୁ ଏ ସମ୍ବନ୍ଧରେ କୌଣସି ଅଭିଯାଗ ହୋଇନାହିଁ।
ଯୁବକଙ୍କ କହିବା ହେଲା, କାର୍ ଭିତରେ ଥିବା ଯୁବତୀମାନେ ତାଙ୍କୁ ନିଶା ଔଷଧ ଏବଂ ମଦ ପିଆଇ ତାଙ୍କ ସହିତ ଗଣଦୁଷ୍କର୍ମ କରିଥିଲେ। ସେମାନେ ଏକ ଧଳା ରଙ୍ଗର କାର୍ରେ ଆସିଥିଲେ। ଅପହରଣ ବେଳେ ସେମାନେ ତାଙ୍କ ଆଖିରେ ପଟି ବାନ୍ଧି ଦେଇଥିଲେ ଏବଂ ତାଙ୍କ ହାତ ମଧ୍ୟ ବାନ୍ଧି ପକାଇଥିଲେ।
ଯୁବକ ଅଭିଯୋଗ କରିଛନ୍ତି ଯେ ଯୁବତୀମାନେ ତାଙ୍କୁ କୌଣସି ଏକ ଅଜଣା ସ୍ଥାନକୁ ନେଇ ଯାଇଥିଲେ। ସେଠାରେ ସେମାନେ ତାଙ୍କୁ ନିଶା ଔଷଧ ଖୁଆଇଥିଲେ। ଯୁବତୀମାନେ ମଦ୍ୟପାନ କରିଥିଲେ ଏବଂ ସେମାନେ ତାଙ୍କୁ ମଧ୍ୟ ମଦ ପିଆଇ ଦେଇଥିଲେ। ଏହାପରେ ଚାରି ଚାରି ଜଣ ତାଙ୍କ ସହିତ ଦୁଷ୍କର୍ମ କରିଥିଲେ। ପରେ ସେମାନେ ଯୁବକଙ୍କୁ ଭୋର୍ ୩ଟା ସମୟରେ ଲେଦର କମ୍ପ୍ଲେକ୍ସରେ ଛାଡ଼ି ଦେଇ ପଳାଇଥିଲେ।
ଯୁବକ କହିଥିଲେ, ଯୁବତୀମାନେ ଭଲ ଘରର ଲାଗୁଥିଲେ। ସେମାନେ ପରସ୍ପର ସହିତ ଇଂଲିଶରେ କଥା ହେଉଥିଲେ। ତାଙ୍କ ଅନୁସାରେ, ସେ ନିଜ ପରିବାର ଲୋକଙ୍କୁ ମଧ୍ୟ ଏ ବିଷୟରେ ଜଣାଇଛନ୍ତି। ପରିବାର ଲୋକେ କହିଥିଲେ କି, ତାଙ୍କ ଜୀବନ ରକ୍ଷା ପାଇଥିବାରୁ ଧନ୍ୟବାଦ। ତେଣୁ ସେମାନେ ଏ ନେଇ ପୋଲିସରେ ଅଭିଯୋଗ କରିବାକୁ ମନା କରିଥିଲେ। ସେପଟେ ସହରରେ ହୋଇଥିବା ଏଭଳି ଅଜବ ଘଟଣାକୁ ନେଇ ଲୋକେ ଆଶ୍ଚର୍ଯ୍ୟ ଅଛନ୍ତି।