ଶକ୍ତି ଦେଖାଇଲା ଭାରତୀୟ ସେନା, ପାକିସ୍ତାନର ୫୦ରୁ ଅଧିକ ସ୍ବାର୍ମ ଡ୍ରୋନ ଖସାଇଲା

ପାକିସ୍ତାନର ୫୦ରୁ ଅଧିକ ସ୍ବାର୍ମ ଡ୍ରୋନ ଖସାଇ ଦେଇଛି ଭାରତ । ଏଲଓସି ଓ ଅନ୍ତର୍ଜାତୀୟ ସୀମାରେ ୫୦ ରୁ ଅଧିକ ଡ୍ରୋନ ହମଲା ଉଦ୍ୟମ କରିଥିଲା ପାକିସ୍ତାନ । କାଉଣ୍ଟର ଡ୍ରୋନ୍ ଅପରେସନ୍ କରିଥିଲା ଭାରତୀୟ ଆର୍ମୀ । ଉଦ୍ଧମପୁର, ସାମ୍ବା, ଜମ୍ମୁ, ଅଖନୁର, ନଗରୋଟା ଏବଂ ପଠାନକୋଟ ଅଞ୍ଚଳରେ ଡ୍ରୋନ ହମଲା ଉଦ୍ୟମ କରିଥଲା ପାକିସ୍ତାନ। ସବୁ ଡ୍ରୋନକୁ ପ୍ରତିହତ କରିଥିଲା ଭାରତୀୟ ସେନା । L-70 ଗନ୍, Zu-23mm, ସିଲକା ସିଷ୍ଟମ ଏବଂ ଅନ୍ୟାନ୍ୟ US ନିର୍ମିତ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଦ୍ବାରା ଅନ୍ୟ କାଉଣ୍ଟର କରିଥିଲା ଭାରତ ।
ଆହୁରି ପଢ଼ନ୍ତୁ : ଭାରତ ଓ ପାକିସ୍ତାନ ମଧ୍ୟରେ ଭୀଷଣ ଗୁଳିମାଡ଼, ଉରିରେ ଜଣେ ମହିଳାଙ୍କ ମୃତ୍ୟୁ