ମାସେ ପରେ ମେଘାଳୟ କୋଇଲା ଖଣିରୁ ଜଣେ ଶ୍ରମିକଙ୍କ ମୃତଦେହ ଉଦ୍ଧାର କଲେ ନୌସେନା ବୁଡାଳି

ମେଘାଳୟ(କେନ୍ୟୁଜ୍) : ମାସେ ପରେ ଉଦ୍ଧାର ହେଲା ମୃତଦେହ। ମେଘାଳୟ ଇଷ୍ଟ ଜୟନ୍ତିଆ ହିଲ୍ସ କୋଇଲା ଖଣିରେ ଫସି ରହିଥିବା ଶ୍ରମିକ ମାନଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପ୍ରାୟ ୨୦୦ ଫୁଟ ତଳୁ ନାଭି ଟିମ୍ ମୃତଦେହକୁ ବାହାର କରିଛି। ଅନ୍ୟମାନଙ୍କୁ ଉଦ୍ଧାର ପାଇଁ ଏବେବି ଅପରେସନ୍ ଜାରି ରହିଛି। ଉଦ୍ଧାର କାର୍ୟ୍ୟରେ ଓଡ଼ିଶାର ଅଗ୍ନିଶମ ବିଭାଗର ୨୦ ଜଣିଆ ଟିମ ନିୟୋଜିତ ହୋଇଛି ।
ଗତ ୧୩ ତାରିଖରେ ଶ୍ରମିକମାନେ ଖଣିରେ କାମ କରୁଥିବା ବେଳେ ହଠାତ ପାଣି ପସିଯାଇଥିଲା । ଶ୍ରମିକଙ୍କ ମଧ୍ୟରୁ କିଛି ଜଣ ଉଦ୍ଧାର ହୋଇଥିବା ବେଳେ ୧୫ ଜଣ ଖଣି ଭିତରେ ଫସି ରହିଯାଇଥିଲେ । ଏନେଇ ଖବର ମିଳିବା ପରେ ଗତ ୨୮ ତାରିଖରୁ ଶ୍ରମିକ ମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା।