ରାସ୍ତା ମଝିରେ ପୋଷାକ ଖୋଲି ତନ୍ତ୍ରମନ୍ତ୍ର କରିବାକୁ ଲାଗିଲେ ବ୍ୟକ୍ତି! ନିଆଁ ଜଳାଇ କରୁଥିଲେ ଏମିତି ହରକତ; ଏବେ ପୋଲିସ କରୁଛି ପଚରାଉଚରା

ମହାରାଷ୍ଟ୍ରର ଠାଣେରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଏଠାରେ ଜଣେ ବ୍ୟକ୍ତି ବିଚ୍‌ ରାସ୍ତାରେ ତନ୍ତ୍ରମନ୍ତ୍ର କରୁଥିବାର ଦେଖି ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି। ବ୍ୟକ୍ତି ଜଣକ ସମ୍ପୂର୍ଣ୍ଣ ଉଲଗ୍ନ ଅବସ୍ଥାରେ ରାସ୍ତା ମଝିରେ ବସିଥିଲେ। ରାସ୍ତାରେ ନିଆଁ ଜଳାଇ ସେଥିରେ କିଛି ସାମଗ୍ରୀ ପକାଇ ତନ୍ତ୍ରମନ୍ତ୍ର କରୁଥିଲେ। ତାଙ୍କର ଏଭଳି ହରକତକୁ ଦେଖିବା ପାଇଁ ସେଠାରେ ଲୋକଙ୍କ ଭିଡ଼ ଜମିଥିଲା, ଯାହାଫଳରେ ପାଖାପାଖି ଅଧ ଘଣ୍ଟା ପର୍ଯ୍ୟନ୍ତ ଟ୍ରାଫିକ୍‌ ଜାମ୍‌ ଲାଗି ରହିଥିଲା।

ମିଳିଥିବା ସୂଚନା ମୁତାବକ, ଏହି ଘଟଣା କଲ୍ୟାଣ ପଶ୍ଚିମର ଆଗରା ରୋଡ୍‌ ଅଞ୍ଚଳର। ଏଠାରେ ରାତି ପାଖାପାଖି ୧୧ଟା ୩୦ରେ ଜଣେ ବ୍ୟକ୍ତି ରାସ୍ତା ମଝିରେ ଲଙ୍ଗଳା ହୋଇ ବସିଥିଲେ। ସେ କାଠ ଖଣ୍ଡରେ ନିଆଁ ଲଗାଇ ସେଥିରେ କିଛି ଜିନିଷ ପକାଉଥିଲେ। ତାଙ୍କ ସାମ୍ନାରେ ଷ୍ଟିଲ୍‌ର କିଛି ଛୋଟ ଛୋଟ ପାତ୍ର ରଖା ହୋଇଥିଲା, ଯେଉଁଥିରେ କିଛି ସାମଗ୍ରୀ ଥିଲା।

ମଝି ରାସ୍ତାରେ ଏହି ପ୍ରକାର ଘଟଣା ଦେଖିବା ପାଇଁ ସେଠାରେ ଲୋକେ ରୁଣ୍ଡ ହୋଇଥିଲେ। ଦେଖୁ ଦେଖୁ ଭିଡ଼ ଅଧିକ ଜମି ଯାଇଥିଲା। ଏହି କାରଣରୁ ଅଧ ଘଣ୍ଟା ପର୍ଯ୍ୟନ୍ତ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଏହି ସମୟରେ ଲୋକେ ପରସ୍ପରକୁ ପ୍ରଶ୍ନ କରୁଥିଲେ କି, ବ୍ୟକ୍ତି ଜଣକ ମଝି ରାସ୍ତାରେ ଲଙ୍ଗଳା ହୋଇ କ’ଣ କରୁଛନ୍ତି? ପରେ ଜଣାପଡ଼ିଥିଲା ଯେ ବ୍ୟକ୍ତି ତନ୍ତ୍ରମନ୍ତ୍ର କରୁଛନ୍ତି। ପାଖାପାଖି ଅଧ ଘଣ୍ଟା ପର୍ଯ୍ୟନ୍ତ ସେ ଏହି କାମ କରି ଚାଲିଥିଲେ।

ଭିଡ଼ ଭିତରୁ ଜଣେ ସ୍ଥାନୀୟ ଯୁବକ ଏ ନେଇ ପୋଲିସକୁ ସୂଚନା ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବ୍ୟକ୍ତିଙ୍କୁ ଧରି ଅଟକ ରଖିଥିଲା। ଏହାପରେ ଟ୍ରାଫିକ୍‌ ସମସ୍ୟା ଦୂର ହୋଇଥିଲା। ବର୍ତ୍ତମାନ ପୋଲିସ ଏହି ଘଟଣାକୁ ନେଇ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପଚରାଉଚରା କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.