ବିଶ୍ୱରେ କରୋନା ଗ୍ରାଫ ଉପରମୁଁହା , ୪ ଦିନରେ ୩୦ ଲକ୍ଷ ଉପରେ ସଂକ୍ରମଣ ଚିହ୍ନଟ

ନୂଆଦିଲ୍ଲୀ : ବିଶ୍ୱରେ ଲଗାତର ୪ ଦିନ ଧରି ୩୦ ଲକ୍ଷ ଉପରେ କରୋନା ସଂକ୍ରମଣ । ଗୋଟିଏ ଦିନରେ ୩୦ ଲକ୍ଷ ୫୬ ହଜାରରୁ ଅଧିକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆମେରିକାରେ ୭ ଲକ୍ଷ ୮ ହଜାର ୬୪୪ ଆକ୍ରାନ୍ତ । ଗୋଟିଏ ଦିନରେ ପ୍ରାଣ ହରାଇଛନ୍ତି ୧ହଜାର ୯୪୩ । ଫ୍ରାନ୍ସରେ ୩ ଲକ୍ଷ ୨୯ ହଜାର ୩୭୧ ଆକ୍ରାନ୍ତ ଚହ୍ନଟ ହୋଇଛନ୍ତି ।

ଇଟାଲିରେ ୧ ଲକ୍ଷ ୮୬ ହଜାର ସଂକ୍ରମିତ ଚିହ୍ନଟ । ସ୍ପେନରେ ୧ ଲକ୍ଷ ୬୨ ହଜାର କରୋନା ରୋଗୀ । ଆର୍ଜେଣ୍ଟିନାରେ ୧ ଲକ୍ଷ ୩୯ ହଜାର ୮୫୩ ଆକ୍ରାନ୍ତ । ବ୍ରାଜିଲରେ ମଧ୍ୟ ଦ୍ରୁତ ଗତିରେ ବ୍ୟାପୁଛି ସଂକ୍ରମଣ । ବ୍ରାଜିଲରେ ୧ ଲକ୍ଷ ୧୧ ହଜାର ୩୭୬ ପଜିଟିଭ ଚିହ୍ନଟ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.