ଏଠାରେ ଟ୍ରେନ ଚଳାଇବାଠୁ ନେଇ ଟିକେଟ କାଟିବା ପର୍ଯ୍ୟନ୍ତ ସବୁ କାମ କରନ୍ତି ସ୍କୁଲ ପିଲା

ସାଧାରଣତଃ ରେଳରେ ଯାତ୍ରା କରିବା ଏକ ସାଧାରଣ ମଣିଷ ପାଇଁ ବହୁତ ସହଜ ଏବଂ ସୁଲଭ ହୋଇଥାଏ । ଲକ୍ଷ ଲକ୍ଷ ଲୋକ ପ୍ରତିଦିନ ରେଳରେ ଯାତ୍ରା କରିଥାନ୍ତି । କିନ୍ତୁ ଦୁନିଆରେ ଏକ ଏପରି ଦେଶ ରହିଛି ଯେଉଁଠି ରେଲୱେର ସମସ୍ତ ଦାୟିତ୍ୱ ଛୋଟ ଛୋଟ ପିଲାମାନଙ୍କ ଉପରେ ରହିଛି । ଏହି ଦେଶରେ ଛୋଟ ପିଲାମାନେ ଟ୍ରେନ ଚଳାଇଥାନ୍ତି ଏବଂ ଟିକେଟ ମଧ୍ୟ କାଟିଥାନ୍ତି । ୟୁରୋପର ବୁଡାପେଷ୍ଟ ନାମକ ଏକ ସ୍ଥାନରେ ସବୁଜ ପାହାଡର ଜଙ୍ଗଲ ମଧ୍ୟରେ ରହିଛି ଏକ ରେଳ ଷ୍ଟେସନ ଏବଂ ଏହି ରେଳଷ୍ଟେସନଟିକୁ ଚାରିପଟୁ ବୁଡ଼ଲ୍ୟାଣ୍ଡର ଘନ ଜଙ୍ଗଲ ଘେରି ରହିଛି । ଏଠାରେ ସବୁଠାରୁ ଆଶ୍ଚର୍ଯ୍ୟକର କଥା ଏହା ଯେ ଏହି ଷ୍ଟେସନର ସମ୍ପୂର୍ଣ ଦାୟିତ୍ୱ ଛୋଟ ଛୋଟ ପିଲାମାନଙ୍କ ଉପରେ ରହିଛି।

ଏହି ଷ୍ଟେସନରେ ରେଳ ଟିକେଟ କାର୍ଯ୍ୟାଳୟ, ଡିଜେଲ ଇଂଜିନ, ସିଗନାଲ ଗାର୍ଡ ଏବଂ ଏକ ସମୟ ସାରଣୀ ରହିଛି । ଏଠାରେ ସମସ୍ତ ଦାୟିତ୍ୱ ପିଲାମାନେ ବୁଝାବୁଝୀ କରନ୍ତି । ଗତବର୍ଷ ଏହି ରେଲୱେ ନିଜର ୭୦ତମ ବାର୍ଷିକ ଉତ୍ସବ ପାଳନ କରିଥିଲା । ଏହି କାର୍ଯ୍ୟକ୍ରମ ସମୟରେ ୟଙ୍ଗଷ୍ଟାର ଅଫ ଗିଏର୍ମେକ୍ଵାସ ରେଲୱେ ଷ୍ଟେସନରେ ପିଲାମାନେ ନିଜର ଲାଲ, ନୀଳ ଓ ଧଳା ରଙ୍ଗର ପୋଷାକରେ ଟିକେ ଭିନ୍ନ ରୂପରେ ନଜରକୁ ଆସିଥିଲେ ।

ଏଠାରେ ପିଲାମାନଙ୍କୁ ରେଳ ଷ୍ଟେସନରେ କୁଶଳତା ପୂର୍ବକ ଟିକେଟ ବିକ୍ରି କରିବାର ଦେଖାଯାଇଥିଲା । ଏହି ପିଲାମାନେ ଟ୍ରେନର ଯାଞ୍ଚ କରିଥାନ୍ତି ଏବଂ ଷ୍ଟେସନରୁ ଟ୍ରେନ ବାହାରିବା ସମୟରେ ସଲାମି ଦେଇଥାନ୍ତି । ପିଲାମାନେ ବହୁତ ଆଗ୍ରହର ସହ ଏହି ସବୁ କାମ କରିଥାନ୍ତି । ଏହି ଟ୍ରାମ ଲାଇନ ଦୁନିଆର ସବୁଠାରୁ ପୁରୁଣା ଟ୍ରାମ ଲାଇନ ଅଟେ ଏବଂ ଏହି ଲାଇନ ସମ୍ପୂର୍ଣ୍ଣ ଭାବେ ପିଲାମାନଙ୍କ ଅଧୀନରେ ରହିଛି ଯାହାକୁ ସ୍କୁଲର ପିଲାମାନେ ଚଳାଇଥାନ୍ତି ।

ଏହାସହ ପଢନ୍ତୁ ନଅ ହଜାର ଟଙ୍କାର ଚାଲାଣ ବିରୋଧରେ ଲଢ଼ିଲେ ତିନିବର୍ଷ ଏବଂ ଖର୍ଚ୍ଚ କଲେ ୨୭ ଲକ୍ଷ୍ୟ

ସୂଚନା ଅନୁଯାୟୀ ଯେତେବେଳେ ହଙ୍ଗରି, ସେବାୟତ ସଂଘର ଉପଗ୍ରହ ରାଜ୍ୟ ହୋଇଥିଲା ସେହି ସମୟରୁ ପିଲାମାନେ ଏକ ସହିତ କାମ କରିବା ଏବଂ ଦାୟିତ୍ୱ ଉଠାଇବା ପାଇଁ ପିୟୋନୀର ରେଲୱେ ଆରମ୍ଭ କରାଯାଇଥିଲା । ସେହି ସମୟରୁ ଛୋଟପିଲା ମାନେ ବୟସ୍କ ଅନ୍ତର୍ଗତ ରେଲୱେରେ କାମ କରିବା ଆରମ୍ଭ କରିଦେଇଥିଲେ । ଏହି କାରଣରୁ ତାହା ଆଜି ମଧ୍ୟ ଠିକ ସେହିଭଳି ସଂଚାଳନ କରାଯାଉଛି । ଯଦିଓ ଏଥିରେ ଟିକେ ପରିବର୍ତ୍ତନ ହୋଇଛି କାରଣ କମ୍ୟୁନିଷ୍ଟ ସିଦ୍ଧାନ୍ତ ବିନା ଏହି ରେଲୱେ ନିଜକୁ ଚିଲଡ୍ରେନ୍ସ ରେଲୱେ ରୂପରେ ଆଗକୁ ବଢ଼ାଉଛି । ଏଠାକାର ସ୍ଥାନୀୟ ପିଲାମାନଙ୍କୁ ୧୫ ଦିନରେ ଏକ ଦିନ ରେଲୱେ କାମ କରିବାକୁ ପଡିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.