ଏହି ରେସ୍ତୋରାଁରେ ଗ୍ରାହକ ମାନଙ୍କୁ ପିଇବାକୁ ଦିଆଯାଇଥାଏ ଟଇଲେଟର ପାଣି

ଯଦି ଆପଣଙ୍କୁ କେହି କୁହେ ଟଇଲେଟର ପାଣି ପିଇବାକୁ କହେ ତାହେଲେ ପ୍ରଥମତଃ ଆପଣ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ହୋଇଯିବେ। କିନ୍ତୁ ବିଶ୍ଵରେ ଏକ ଏପରି ରେସ୍ତୋରାଁ ରହିଛି ଯେଉଁଠି ଗ୍ରାହକମାନଙ୍କୁ ଟଇଲେଟର ପାଣି ପିଇବାକୁ ଦିଆଯାଇଥାଏ । ଗଷ୍ଟ ୟୁକ୍ସ ନାମକ ଏହି ରେସ୍ତୋରାଁ ବେଲଜିୟମରେ ଅବସ୍ଥିତ । ଏଠାକୁ ଆସୁଥିବା ଗ୍ରାହକ ମାନଙ୍କୁ ପିଇବା ପାଇଁ ସିଙ୍କ ଓ ଟଇଲେଟର ପାଣିକୁ ରିସାଇକେଲ କରି ଦିଆଯାଇଥାଏ ।

ଏହାସହ ପଢନ୍ତୁ କେବଳ ଖୁଚୁରା ପଇସା ଦେଇ କିଣିଲେ Honda Activa, ଗଣିବା ପାଇଁ ଲାଗିଲା ୩ ଘଣ୍ଟାରୁ ଅଧିକ ସମୟ

ଏଠାରେ ଅତ୍ୟାଧୁନିକ ଟେକନିକର ପ୍ୟୁରିଫାୟାର ଲଗାଯାଇଛି । ଏହି ୱାଟର ପ୍ୟୁରିଫାୟାର ନାଳର ପାଣିକୁ ସମ୍ପୂର୍ଣ୍ଣଭାବେ ସଫାକରି ଏହାକୁ ପିଇବା ଯୋଗ୍ୟ ବନାଇଥାଏ । ଖାସକଥା ଏହା ଯେ ଏହି ପାଣିରେ ସମସ୍ତ ମିନେରାଲସ ମଧ୍ୟ ରହିଥାଏ ।

 

ରେସ୍ତୋରାଁରେ କାମ କରୁଥିବା କର୍ମଚାରୀଙ୍କ କହିବା ଅନୁଯାୟୀ ନାଳ,ସିଂଙ୍କ କିମ୍ବା ଟଇଲେଟର ପାଣିକୁ ପ୍ରଥମେ ପ୍ଲାଣ୍ଟ ଫର୍ଟିଲାଇଜରରେ ସଫା କରାଯାଇଥାଏ । ଯାହାପରେ ଏଥିରେ ବର୍ଷାପାଣି ମିଶାଯାଇ ତାହାକୁ ପିଇବା ଯୋଗ୍ୟ କରିବା ପାଇଁ ପ୍ୟୁରିଫାୟାରରେ ରଖାଯାଇଥାଏ ।

ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ରିସାଇକେଲ କରାଯାଉଥିବା ପାଣିକୁ ଆଇସ କ୍ୟୁବ ବନାଇବା, ବିୟର ବନାଇବା ଏବଂ କଫି ବନାଇବା ପାଇଁ ମଧ୍ୟ ବ୍ୟବହାର କରାଯାଇଥାଏ ।