ଧନତେରସ : ଦୁଇ ଦିନରେ ଦେଶରେ ୨୫ ହଜାର କୋଟି ଟଙ୍କାର ଗହଣା କିଣିଛନ୍ତି ଲୋକେ,ବିକ୍ରି ହୋଇଛି ୨0 ହଜାର କୋଟି ଟଙ୍କାର ଗାଡି ଓ ଅନ୍ୟ ଜିନିଷ

ନୂଆଦିଲ୍ଲୀ : ଚଳିତ ବର୍ଷ ୨ ଦିନ ଧରି ଧନତେରସ ଅବସରରେ ଦେଶରେ ଲୋକେ ମନଭରି କିଣିଛନ୍ତି | ଧନତେରସ ରେ ୨ ଦିନ ମଧ୍ୟରେ ଦେଶରେ 45 ହଜାର କୋଟି ଟଙ୍କାର ଜିନିଷ କିଣା ହୋଇଛି | ତା ମଧ୍ୟରେ 25 ହଜାର କୋଟି ଟଙ୍କାର ସୁନା ରୁପା ଗହଣା କିଣା ହୋଇଥିବା ବେଳେ 20 ହଜାର କୋଟି ଟଙ୍କାର ଗାଡି ଓ ଅନ୍ୟାନ୍ୟ ଜିନିଷ କିଣା ହୋଇଛି |

20 ହଜାର କୋଟି ଟଙ୍କାର ବିଭିନ୍ନ ଜିନିଷ ମଧ୍ୟରେ ରହିଛି ଗାଡି,କମ୍ପୁଟର,ବାସନ କୁସନ, ଘର ସଜା ଜିନିଷ ଓ ମୋବାଇଲ | ଦୁଇ ବର୍ଷ ଧରି କରୋନା  କାରଣ ଯୋଗୁଁ ଲୋକେ କିଣା ବିକା କରି ପାରି ନଥିଲେ | ସେହି କାରଣରୁ ଏ ବର୍ଷ ଲୋକେ ମନଭରି କିଣିଛନ୍ତି | 2020-21 ବର୍ଷ ତୁଳନା ରେ ଏ ବର୍ଷ ଲୋକେ ହୃଦୟ ଖୋଲି ଉତ୍ସବ ପାଳନ କରିଛନ୍ତି |

ଏହାଛଡା 26 ରେ ଗୋବର୍ଧନ ପୂଜା ଓ 27 ରେ ଭାଇ ଜିଉଁତିଆ ହେଉଥିବାରୁ କିଣିବା ଆହୁରି ବଢିବ ବୋଲି ଆକଳନ କରାଯାଇଛି | ବିକ୍ରି ର ପ୍ରାରମ୍ଭିକ ଆୟ ଦେଖିବା ପରେ ଏ ବର୍ଷ ବିକ୍ରି 1.50 ଲକ୍ଷ କୋଟି ଟଙ୍କାର ବ୍ୟବସାୟ ହେବ ବୋଲି କନଫେଡେରେସନ ଅଫ ଅଲ ଇଣ୍ଡିଆ ଟ୍ରେଡ଼ସ ପକ୍ଷରୁ କୁହାଯାଇଛି | ଏଥିରେ ଆହୁରି କୁହାଯାଇଛି ଯେ ଦେଶରେ ଏଥର ଭାରତୀୟ ଜିନିଷକୁ ଅଧିକ କିଣା ଯାଉଥିବାରୁ ଚୀନ ଜିନିଷ ର କମ ବିକ୍ରି ହେତୁ ଚୀନ ଜିନିଷରେ 75 ହଜାର କୋଟି ଟଙ୍କାର କ୍ଷତି ହେବ ବୋଲି କନଫେଡେରେସନ ଅଫ ଅଲ ଇଣ୍ଡିଆ ଟ୍ରେଡ଼ସ ପକ୍ଷରୁ କୁହାଯାଇଛି |

ଦୁଇ ଦିନରେ କେବଳ 6000 କୋଟି ଟଙ୍କାର ଗାଡି ବିକ୍ରି

ଏଥର କେବଳ 6000 କୋଟି ଟଙ୍କାର ଗାଡି ବିକ୍ରି ହୋଇଥିବା ଆକଳନ କରାଯାଇଛି | ସେହିପରି ପ୍ରାୟ 1500 କୋଟି ଟଙ୍କାର ଫର୍ନିଚର, ପ୍ରାୟ 2500 କୋଟି ଟଙ୍କାର କମ୍ପୁଟର ଜିନିଷ, 3000 କୋଟି ଟଙ୍କାର ଏଫଏମସିଜି, 1 ହଜାର କୋଟି ଟଙ୍କାର ଇଲେକ୍ଟ୍ରୋନିକସ ଜିନିଷ, 500 କୋଟି ଟଙ୍କାର ବାସନ କୁସନ, 700 କୋଟି ଟଙ୍କାର ରୋଷେଇ ଓ ଅନ୍ୟ ଜିନିଷ ଓ 1500 କୋଟି ଟଙ୍କାର କପଡା ଓ ଡ୍ରେସ କିଣା ଯାଇଥିବା ଜଣାଯାଇଛି | ସେହିପରି ଛୋଟ ସହରଗୁଡିକରେ ଅନଲାଇନ ବିକ୍ରି ଅଧିକ ହୋଇଥିବା ଜଣାଯାଇଛି |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.