ନଗଦ ୪୦ କୋଟି ଜବତ, ତଥାପି ସରିନି ଟଙ୍କା ଗଣା…ଆଗ୍ରା ଜୋତା ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ାଉ 

ଉତ୍ତର ପ୍ରଦେଶର ଆଗ୍ରାରେ ଆୟକର ବିଭାଗ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏଠାରେ ତିନି ଜୋତା ବ୍ୟବସାୟୀଙ୍କ ଘରେ ଚଢ଼ାଉ ବେଳେ ଅମାପ ସମ୍ପତ୍ତି ମିଳିଛି ।

ଉତ୍ତର ପ୍ରଦେଶର ଆଗ୍ରାରେ ଆୟକର ବିଭାଗ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏଠାରେ ତିନି ଜୋତା ବ୍ୟବସାୟୀଙ୍କ ଘରେ ଚଢ଼ାଉ ବେଳେ ଅମାପ ସମ୍ପତ୍ତି ମିଳିଛି । ସରକାରୀ ସୂତ୍ରରୁ ଜଣାପଡ଼ିିଛି ଯେ ବର୍ତ୍ତମାନ ସୁଦ୍ଧା ୪୦ କୋଟି ନଗଦ ଟଙ୍କା ଜବତ କରାଯାଇଥିବା ବେଳେ ଏବେ ବି ଗଣନା କାର୍ଯ୍ୟ ଚାଲିଛି ।

ସୂଚନା ମୁତାବକ, ଚଢ଼ାଉ ସମୟରେ ଜୋତା ବ୍ୟବସାୟୀଙ୍କ ଘରେ ଟଙ୍କାର ପାହାଡ଼ ଦେଖିବାକୁ ମିଳିଥିଲା, ସେଥିରେ ୫୦୦ ଟଙ୍କିଆ ନୋଟ୍ ଥିଲା । ସମୁଦାୟ କେତେ ପରିମାଣର ନଗଦ ଟଙ୍କା ଏଠାରେ ରହିଛି, ତାହା ଗଣାଯାଉଛି । ଆୟକର ବିଭାଗ ନୋଟ୍‌ଗୁଡ଼ିକୁ ଗଣିବା ପାଇଁ ବ୍ୟାଙ୍କ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ଦାୟିତ୍ୱ ଦେଇଛି ।

ଏ ପର୍ଯ୍ୟନ୍ତ ୪୦ କୋଟି ଟଙ୍କା ଗଣନା କରାଯାଇଛି, ଯାହାର କୌଣସି ହିସାବ କିତାବ ନାହିଁ । ଅବଶିଷ୍ଟ ରାଶି ଗଣା ଚାଲିଛି । ଏତେ ପରିମାଣର ନଗଦ ନୋଟ୍ ମିଳିଥିଲା କି, ଅଧିକାରୀ ଏବଂ କର୍ମଚାରୀମାନେ ଏଗୁଡ଼ିକୁ ଗଣି ଗଣି ଥକି ଯାଇଥିଲେ । କହି ରଖୁଛୁ, ଟିକସ ଫାଙ୍କିବା ଏବଂ ଆୟଠାରୁ ଅଧିକ ବେଆଇନ ସମ୍ପତ୍ତି ଠୁଳ ନେଇ ଆୟକର ବିଭାଗର ସନ୍ଦେହ ହୋଇଥିଲା । ଯେତେବେଳେ ଏ ସମ୍ପର୍କରେ ବିଭାଗ ସୂଚନା ପାଇଥିଲା, ସେତେବେଳେ ଅଧିକାରୀମାନେ ତିନି ବ୍ୟବସାୟୀଙ୍କ ଘରେ ଚଢ଼ାଉ କରିଥିଲେ ।

ଏହା ପୂର୍ବରୁ ୟୁପିର କାନପୁରରେ ଆୟକର ବିଭାଗ ବ୍ୟାପକ ଚଢ଼ାଉ କରିଥିଲା । ବିଭାଗ ଏଠାରେ ଏକ ତମାଖୁ କମ୍ପାନୀରେ ଚଢ଼ାଉ କରିଥିଲା । ସୂତ୍ର ମୁତାବକ, କମ୍ପାନୀ କାଗଜରେ ଏହାର କାରବାର ପ୍ରାୟ ୨୦ରୁ ୨୫ କୋଟି ଟଙ୍କା ଦର୍ଶାଇଥିଲା, ହେଲେ ଯାଞ୍ଚ ପରେ ଜଣାପଡିଥିଲା ଯେ କମ୍ପାନୀର କାରବାର ହେଉଛି ପାଖାପାଖି ୧୦୦ରୁ ୧୫୦ କୋଟି ଟଙ୍କା । ୨୦୨୪ ଫେବୃୟାରୀ ୨୯ରେ ବିଭାଗ ଏହି ଚଢ଼ାଉ କରିଥିଲା । କମ୍ପାନୀର ମାଲିକ ଦିଲ୍ଲୀରେ ମଧ୍ୟ ଏକ ଘର ତିଆରି କରିଥିଲେ । ଦିଲ୍ଲୀରେ ଯେତେବେଳେ ବିଭାଗର ଅଧିକାରୀମାନେ ପହଞ୍ଚିଥିଲେ, ସେଠାରେ ୬୦ କୋଟିରୁ ଅଧିକ ମୂଲ୍ୟର କାର୍‌ଗୁଡ଼ିକ ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.