ମାଙ୍କଡମାନଙ୍କ ପାଇଁ ଘର ଛାଡ଼ିଲେ ସ୍ଥାନୀୟ ଲୋକ, ଏମିତି ହଇରାଣ ଆଗରୁ କେବେ ହୋଇନଥିଲେ

ସାରା ଦୁନିଆରେ ବର୍ତ୍ତମାନ କରୋନା ସଂକ୍ରମଣ ବଢ଼ିବାକୁ ଲାଗିଛି। ଜାହାପାଇଁ ଅନେକ ଲୋକ ଅସୁବିଧାର ସାମ୍ନା କରୁଛନ୍ତି । ପୁଣି ଘରେ ରହିବାକୁ ବାଧ୍ୟ ହେଉଛନ୍ତି । କିନ୍ତୁ ବର୍ତ୍ତମାନ ଏମିତି ଏକ ସ୍ଥାନ ବିଷୟରେ ଶୁଣିବାକୁ ମିଳୁଛି ଯେଉଁଠି ଲୋକ କରୋନା ପାଇଁ ଯେତେ ଚିନ୍ତିତ ନାହାନ୍ତି ବେଶି ଚିନ୍ତିତ ଅଛନ୍ତି ମାଙ୍କଡ଼ମାନଙ୍କ ପାଇଁ । ଏମିତି ଏକ ସ୍ଥାନ ରହିଛି ଯେଉଁଠି ମାଙ୍କଡ ମାନେ ଲୋକଙ୍କୁ ହଇରାଣ କରୁଛନ୍ତି। ଏହା ବର୍ତ୍ତମାନ ସେଇ ସ୍ଥାନର ଲୋକଙ୍କ ପାଇଁ ଏକ ଚିନ୍ତା ଜନକ ବିଷୟ ପାଲଟିଛି।

ଥାଇଲାଣ୍ଡର ଏକ ସହରରେ ମାଙ୍କଡମାନେ ଲୋକଙ୍କୁ ଏମିତି ହଇରାଣ କରୁଛନ୍ତି ଯେ ତାଙ୍କର ଏବେ ଘର ଛାଡ଼ିବା ଅବସ୍ଥା ହୋଇଯାଇଛି। ତେବେ ରିପୋର୍ଟ ଅନୁଯାୟୀ ଥାଇଲାଣ୍ଡର ଲ୍ୟାପବୁରି ସହର ଦିନେ ମକାକ୍ସ ପ୍ରଜାତିର ମାଙ୍କଡଙ୍କ ଗଡ଼ ଥିଲା । ଯେଉଁଠି ପୂର୍ବରୁ ଏହି ପ୍ରଜାତିର ମାଙ୍କଡମାନେ ରହୁଥିଲେ ହେଲେ ସହରର ଲୋକୋଙ୍କୁ କୌଣସି ଅସୁବିଧା ହେଉନଥିଲା କିନ୍ତୁ କରୋନା ସମୟରେ ହଠାତ୍ ବଢ଼ିଗଲା ଏହି ମାଙ୍କଡଙ୍କ ସଂଖ୍ୟା । ପୁଣି ସେମାନେ ଏହି ସହରେ ଉତ୍ପାତ ହେବାକୁ ଲାଗିଲେ। ଏମିତିକି ସବୁ ଦୋକାନରେ ପଶିଗଲେ ଓ ସବୁ ଜିନିଷ ନଷ୍ଟ କରିବାକୁ ଲାଗିଲେ।
ସମସ୍ତଙ୍କ ଘରେ ପଶି ମଧ୍ୟ ସବୁ ଜିନିଷ ନଷ୍ଟ କଲେ ।
ରିପୋର୍ଟ ଅନୁଯାୟୀ ସାରା ଦୁନିଆର ପର୍ଯ୍ୟଟକ ଥାଇଲାଣ୍ଡର ଏହି ସ୍ଥାନକୁ ଭ୍ରମଣ କରିବାକୁ ଆସନ୍ତି। ସେହିମାନେ ମାଙ୍କଡଙ୍କୁ ଖାଇବା ପାଇଁ ଦିଅନ୍ତି କିନ୍ତୁ କରୋନା ସମୟରେ ଲକଡାଉନ ପାଇଁ ପର୍ଯ୍ୟଟନସ୍ଥଳୀ ବନ୍ଦ ରହିଛି ତେଣୁ ଖାଦ୍ୟ ନ ପାଇ ସ୍ଥାନୀୟ ଲୋକଙ୍କୁ ହଇରାଣ କରୁଛନ୍ତି ସବୁ ମାଙ୍କଡ। କାର ଭିତରେ, ଘରେ, ଦୋକାନରେ ପଶି ସବୁ ଜିନିଷ ବର୍ବାଦ୍ କରୁଛନ୍ତି ତେଣୁ ଲୋକମାନେ ସେହି ସ୍ଥାନ ଛାଡି ଯିବାକୁ ବାଧ୍ୟ ହେଉଛନ୍ତି । ସ୍ଥାନୀୟ ପ୍ରଶାସନ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ମଧ୍ୟ ନେଇ ନାହିଁ ।