ଅଶାନ୍ତ ସିରିୟାରୁ ୭୫ ଭାରତୀୟଙ୍କୁ ଏୟାରଲିଫ୍ଟ କଲା ଭାରତ, ଭାରତୀୟ ଦୂତାବାସ ସହ ସମ୍ପର୍କରେ ରହିବାକୁ ପରାମର୍ଶ
ସିରିଆ ଉପରେ ଘନଘନ ଆକ୍ରମଣ ଜାରି ରହିଛି । ଏହାରି ଭିତରେ ସିରିୟାରୁ ୭୫ ଭାରତୀୟଙ୍କୁ ଏୟାରଲିଫ୍ଟ କଲା ଭାରତ । ଲେବାନନ ଦେଇ ଏମାନେ ଭାରତ ଆସୁଛନ୍ତି। ସିରିଆରୁ ସୁରକ୍ଷିତ ଭାବେ ଲେବାନନକୁ ଆସିଛନ୍ତି । ସେଠାରୁ ବାଣିଜ୍ୟିକ ବିମାନ ଯୋଗେ ଭାରତ ଫେରିବେ। ଦାମସକସ୍ ଓ ବେରୁଟରେ ଥିବା ଭାରତୀୟ ଦୂତାବାସର ସହଯୋଗରେ ଏମାନଙ୍କୁ ଉଦ୍ଧାର କରାଯାଇଛି । ସିରିଆରେ ସୁରକ୍ଷା ସ୍ଥିତି ସଂପୂର୍ଣ୍ଣ ବିଗିଡ଼ିବା ପରେ ସେଠାରେ ରହୁଥିବା ଭାରତୀୟମାନେ ସ୍ବଦେଶ ପ୍ରତ୍ୟାବର୍ତ୍ତନ ପାଇଁ ଦୂତାବାସ ସହ ଯୋଗାଯୋଗ କରିଥିଲେ । ସିରିଆରେ ଥିବା ଭାରତୀୟମାଙ୍କୁ ତୁରନ୍ତ ପଳାଇ ଆସିବାକୁ ଦୂତାବାସ ପକ୍ଷରୁ ମଧ୍ୟ ପରାମର୍ଶ ଦିଆଯାଇଥିଲା । ବିଦ୍ରୋହୀମାନେ ଦାମସ୍କସକୁ କବଜା କରିବା ପରେ ରାଜନୈତିକ ଅସ୍ଥିରତା ଲାଗି ରହିଛି।
ସେହିପରି ଦୁଇ ଦିନରେ ଇସ୍ରାଏଲ୍ ୩୦୦ରୁ ଅଧିକ ମିଶାଇଲ ମାଡ଼ କରିଛି । ଅସଦ ଶାସନର ବିପଜ୍ଜନକ ଅସ୍ତ୍ର ସିରିଆରେ ବିଦ୍ରୋହୀଙ୍କ ହାତରେ ପଡିପାରେ ଇସ୍ରାଏଲ ଆଶା କରୁଥିବା ବେଳେ ଏଥିରୁ ବର୍ତ୍ତାଇବା ପାଇଁ ସେ ଅସ୍ତ୍ରଶସ୍ତ୍ର ଭଣ୍ଡାର ଉପରେ ଆକ୍ରମଣ ଜାରି ରଖିଛି । ତେବେ ଯଦି ଏହି ଆକ୍ରମଣ ଆଉ କିଛିଦିନ ଲାଗି ରୁହେ ତାହେଲେ ଖୁବ୍ କମ୍ ଦିନ ଭିତରେ ସିରିଆ ବାୟୁସେନା ଧ୍ବସଂ ପାଇଯିବ ବୋଲି କୁହାଯାଇଛି । ଏହାରି ଭିତରେ ଭାରତୀୟକୁ ସିରିଆ ଯିବା ପାଇଁ ବାରଣ କରାଯାଇଛି । ଏହାସହିତ ଯେଉଁମାନେ ସିରିଆରେ ରହିଛନ୍ତି, ସେମାନଙ୍କୁ ସତର୍କତା ସହ ରହିବା ପାଇଁ କୁହାଯାଇଛି ।
ଅନ୍ୟପଟେ ରାଜନୈତିକ ଅଚଳାବସ୍ଥାର ସୁଯୋଗ ନେଇ ଇସ୍ରାଏଲ ଓ ତୁର୍କୀ ସିରିଆ ଉପରେ ଆକ୍ରମଣ ଜାରି ରଖିଛନ୍ତି। ଇସ୍ରାଏଲ ସିରିଆ ଉପରେ ବଡ ଧରଣର ଆକ୍ରମଣ ଆରମ୍ଭ କରିଛି ।