ପାକିସ୍ତାନର ୧୦୦କିଲୋମିଟର ମଧ୍ୟରେ ଭାରତର ଆକ୍ରମଣ, ୯ଟି ସ୍ଥାନକୁ କଲା ମୂଳପୋଛ

ପହଲଗାମ ଆକ୍ରମଣ ପରେ ଭାରତ ପାକିସ୍ତାନ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ପାକିସ୍ତାନର ଲଗାତାର ଆକ୍ରମଣ ପରେ ଭାରତ ଅପରେସନ ସିନ୍ଦୂର ଆରମ୍ଭ କରିଛି  । ଭାରତ ଆତଙ୍କବାଦୀଙ୍କ ବିରୋଧରେ ବଡ ପଦକ୍ଷେପ ନେଇଛି । ମଙ୍ଗଳବାର ପ୍ରାୟ ୧.୦୦ ରୁ ୧.୩୦ ଭିତରେ ପାକିସ୍ତାନର ୯ଟି ସ୍ଥାନ ଉପରେ ଏୟାରଷ୍ଟ୍ରାଇକ୍ କରିଛି ।  ଯାହାର ନାଁ ‘ଅପରେସନ ସିନ୍ଦୂର’ ରଖାଯାଇଛି । ଭାରତୀୟ ସେନା ପାକିସ୍ତାନର ୪ଟି  ଏବଂ Pokର ୫ଟି ସ୍ଥାନକୁ ଟାର୍ଗେଟ କରିଥିଲା । ଗୁଇନ୍ଦାର ସୂଚନାନୁକ୍ରମେ ଭାରତ ଲସ୍କର ଓ ଜୈଶ ଉପରେ ଆକ୍ରମଣ କରିଛି । ତେବେ କେତେ ଦୂରରେ ଏବଂ କେଉଁ ସ୍ଥାନରେ ଏହି ଅପରେସନକୁ କାର୍ଯ୍ୟକାରୀ କରାଯାଇଥିଲା ଆସନ୍ତୁ ଜାଣିବା ।

ଭାରତ ଏହି ଅପରେସନ କାର୍ଯ୍ୟ ୧୫ କିଲୋମିଟରଠାରୁ ୧୦୦କିଲୋମିଟର ମଧ୍ୟରେ କରିଥିଲା । ଏହି ଆକ୍ରମଣରେ ୯ ଟି ଆଡ୍ଡାରେ  ୯୦ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି  ।

୧. ବାହାବଲପୁର -ଅନ୍ତର୍ଜାତୀୟ ସୀମାଠାରୁ ୧୦ କିଲୋମିଟର ଦୂରରେ ରହିଛି ।  ଜୈସ-ଏ-ମୋହମ୍ମଦର ମୁଖ୍ୟାଳୟ ଥିଲା ।  ଆତଙ୍କୀଙ୍କୁ ଏଠାରେ ଭର୍ତ୍ତି କରି ଟ୍ରେନିଂ ଦିଆଯାଉଥିଲା ।

୨. ମୁରିଦକେର – ଅନ୍ତର୍ଜାତୀୟ ସୀମାଠାରୁ ୧୮ରୁ ୨୫ କିଲୋମିଟର ଦୂରରେ ରହିଛି । ୨୬/୧୧ ମୁମ୍ବାଇ ହମଲାରେ ସମ୍ପୃକ୍ତ ଆତଙ୍କୀ ଏଠାରେ ଟ୍ରେନିଂ ନେଇଥିଲେ ।

୩. ଗୁଲପୁର – Locଠାରୁ ୩୫କି.ମି ଦୂରରେ ଥିଲା । ଲସ୍କର ଏ ତୈଏବାର ବେସ୍ କ୍ୟାମ୍ପ ଥିଲା। ରାଜୌରୀ ଓ ପୁଞ୍ଛରେ ସକ୍ରିୟ ଆତଙ୍କୀ ଏଠାରୁ ଟ୍ରେନିଂ ନେଉଥିଲେ ।

୪. ସବାଇନାଲା କ୍ୟାମ୍ପ – ଏଲଓସିଠାରୁ ୩୦ କିଲୋମିଟର ଦୂର ଲସ୍କର ଏ ତୈଏବାର ଟ୍ରେନିଂ କ୍ୟାମ୍ପ।

୫.ବିଲାଲ କ୍ୟାମ୍ପ – ଆତଙ୍କବାଦୀଙ୍କୁ ସୀମା ଆରପାରିକୁ ପଠାଯିବା ପାଇଁ ବ୍ୟବହାର କରାଯାଉଥିଲା । ଅସ୍ତ୍ରଶସ୍ତ୍ର ଯୋଗାଣ ଓ ଚାଳନା ଏବଂ ଜଙ୍ଗଲ ଟ୍ରେନିଂ ଦିଆଯାଉଥିଲା ।

୬. କୋଟଲି – ଏଲଓସିଠାରୁ ୧୩ କିଲୋମିଟର ଦୂରରେ ଥିଲା। ଲସ୍କରର ଆତ୍ମଘାତୀ ଆତଙ୍କୀ ଟ୍ରେନିଂ ନେଉଥିଲେ ଏହି କ୍ୟାମ୍ପରେ।

୭. ବର୍ଣ୍ଣାଲା କ୍ୟାମ୍ପ – ବର୍ଣ୍ଣାଲା କ୍ୟାମ୍ପ ଏଲଓସିଠାରୁ ୯ କିଲୋମିଟର ଦୂରରେ ଥିଲା ।  ଆତଙ୍କୀଙ୍କ ପାଇଁ ଲଞ୍ଚ ପ୍ୟାଡ୍ ଥିଲା ଏହି କ୍ୟାମ୍ପ। ଆତଙ୍କୀଙ୍କୁ ଟ୍ରେନିଂ ଦେଇ ଏଠାରୁ ଭାରତକୁ ପଠାଯାଉଥିଲା।

୮. ସରଜଲ କ୍ୟାମ୍ପ – ଅନ୍ତର୍ଜାତୀୟ ସୀମାଠାରୁ ୬ କିଲୋମିଟର ଦୂରରେ ଅବସ୍ଥିତ । ଆତଙ୍କୀ ଏଠାରୁ ଟ୍ରେନିଂ ନେଇ ମାର୍ଚ୍ଚ ୨୦୨୫ରେ ଜମ୍ମୁ ଓ କଶ୍ମୀରର ୪ ପୋଲିସଙ୍କୁ ହତ୍ୟା କରିଥିଲେ।

୯. ମହମୁନା ଜୋୟା କ୍ୟାମ୍ପ  – ଅନ୍ତର୍ଜାତୀୟ ସୀମାଠାରୁ ୧୨ରୁ  ୧୮ କିଲୋମିଟର ଦୂରରେ ରହିଛି। ହିଜବୁଲ୍ଲା ମୁଜାହିଦ୍ଦିନର ବହୁତ ବଡ଼ କ୍ୟାମ୍ପ ଥିଲା ମହମୁନା ଜୋୟା କ୍ୟାମ୍ପ।

Also Read : ‘ପିକଚର୍ ଅଭି ବାକି ହୈ…’, ଅପରେସନ ସିନ୍ଦୂର ପରେ ପୂର୍ବ ସେନା ମୁଖ୍ୟ ମନୋଜ ନରଭଣେ ପାକିସ୍ତାନକୁ ଦେଲେ ବଡ଼ ଟେନସନ