ଯୁଦ୍ଧ ବିରତି ପାଇଁ ରାଜି ହେଲେ ଭାରତ ଓ ପାକିସ୍ତାନ : ଡୋନାଲ୍ଡ ଟ୍ରମ୍ପ

ସିଜ୍ ଫାୟାର ପାଇଁ ଭାରତ-ପାକିସ୍ତାନ ରାଜି ।  ଘୋଷଣା କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।  ଆମେରିକାର ମଧ୍ୟସ୍ଥତାରେ ଭାରତ ଓ ପାକିସ୍ତାନ ସଂପୂର୍ଣ ସିଜ ଫାୟାର ପାଇଁ ରାଜି ହୋଇଥିବା ଟ୍ରମ୍ପ କହିଛନ୍ତି ।  ସାରା ରାତି ଆଲୋଚନା ପରେ ଯୁଦ୍ଧ ବିରତି ପାଇଁ ଦୁଇ ଦେଶ ରାଜି ହୋଇଥିବା କହିଛନ୍ତି ଟ୍ରମ୍ପ ।

ଏକ୍ସରେ ସେ ଲେଖଛନ୍ତି “ସାରା ରାତିର କଥାବାର୍ତ୍ତା ପରେ ଆମେରିକାର ମଧ୍ୟସ୍ଥତା ପରେ ଭାରତ ଓ ପାକିସ୍ତାନ ସଂପୂର୍ଣ୍ଣ ଓ ତୁରନ୍ତ ଯୁଦ୍ଧବିରତି ପାଇଁ ରାଜି ହୋଇଛନ୍ତି । ସାଧାରଣ ଜ୍ଞାନକୁ ପ୍ରୟୋଗ କରିଥିବାରୁ ଉଭୟ ଦେଶକୁ ଅଭିନନ୍ଦନ । ଧନ୍ୟବାଦ ।

ଟ୍ରମ୍ପଙ୍କ ବ୍ୟତୀତ ପାକିସ୍ତାନର ଉପ ପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ଇଶାକ ଡାର ମଧ୍ୟ ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ଉପରେ ସହମତି ପ୍ରକାଶ ପାଇଥିବା ଦାବି କରିଛନ୍ତି ।  ସେ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, ପାକିସ୍ତାନ ଓ ଭାରତ ତତ୍କାଳ ପ୍ରଭାବରୁ ଅସ୍ତ୍ର ବିରତି ପାଇଁ ରାଜି ହୋଇଛନ୍ତି ।  ପାକିସ୍ତାନ ସର୍ବଦା ସାର୍ବଭୌମତ୍ଵ ଓ କ୍ଷେତ୍ରୀୟ ଅଖଣ୍ଡତା ସହ ସାଲିସ ବିନା କ୍ଷେତ୍ରରେ ଶାନ୍ତି ଓ ସୁରକ୍ଷା ପାଇଁ ଉଦ୍ୟମ କରିଛି ।

Also read: ଭାରତ-ପାକ ଉତ୍ତେଜନା ସ୍ଥିତିକୁ ନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଛୁଟି ବାତିଲ, ମେଡିକାଲ୍ ଗ୍ରାଉଣ୍ଡ ବ୍ୟତୀତ ସମସ୍ତ ଛୁଟି…