ଭାରତ-ଆମେରିକା ମିଳିତ ହୋଇ ଚୀନକୁ ଦେଖାଇଲେ ଶକ୍ତି, ଆରମ୍ଭ ହେଲା ନୌସମରାଭ୍ଯାସ

କେନ୍ଯୁଜ୍: ଭାରତ-ଆମେରିକା ପକ୍ଷରୁ ଦୁଇ ଦିନିଆ ମିଳିତ ନୌସମରାଭ୍ୟାସ ଆରମ୍ଭ ହୋଇଛି। ଭାରତ-ଚୀନ ମଧ୍ୟରେ ସୃଷ୍ଟି ହୋଇଥିବା ତିକ୍ତତା ଦୃଷ୍ଟିକୋଣରୁ ଏହାକୁ ଅତି ଗୁରୁତ୍ବପୂର୍ଣ୍ଣ ବୋଲି ମନେ କରାଯାଉଛି। ଲଦାଖରେ ଏଲଏସି ନିକଟରେ ଭାରତ ଓ ଚୀନ୍ ମଧ୍ୟରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟିକୁ ଦୃଷ୍ଟିରେ ରଖି ଆଜିର ମିଳିତ ନୌସମରାଭ୍ୟାସ ଖୁବ୍ ଗୁରୁତ୍ବ ବହନ କରୁଛି।

ଆଣ୍ଡାମାନ ନିକୋବର ଉପକୂଳରେ ଆମେରିକା ନୌସେନାର ସବୁଠୁ ବଡ଼ ପରମାଣୁ ଅସ୍ତ୍ର ବହନକାରୀ ଯୁଦ୍ଧ ପୋତ ‘ନିମିଜ୍’ ସହିତ ଉଭୟ ସେନା ପକ୍ଷରୁ ସମରାଭ୍ୟାସ କରାଯାଇଛି। ଆମେରିକାର ଏହି ଯୁଦ୍ଧ ପୋତ ନିମିଜ୍ ଏକାଥରକେ ୬,୦୦୦ ନୌସୈନିକ, ୯୦ ଲଢୁଆ ଜାହାଜ, ୬୦ ହେଲିକପ୍ଟରକୁ ବହନ କରିବାର କ୍ଷମତା ରଖିଥାଏ।

ରିପୋର୍ଟ ଅନୁଯାୟୀ ଭାରତୀୟ ବାୟୁସେନାର ଅମ୍ବାଲା ଘାଟିରେ ଫ୍ରାନ୍ସ ନିର୍ମିତ ଅତ୍ୟାଧୁନିକ ଯୁଦ୍ଧ ବିମାନ ରାଫେଲ ମୁତୟନ ହେବାକୁ ଯାଉଛି। ଆସନ୍ତା ୨୯ ତାରିଖରେ ହରିୟାଣାର ଅମ୍ବାଲା ବାୟୁସେନା ଘାଟିରେ ୫ ରାଫେଲ ମୁତୟନ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.