ପାକିସ୍ତାନ ଉପରେ ଭାରତର ଆକ୍ସନ, ଆମଦାନୀ ଓ ରପ୍ତାନୀ ସଂପୂର୍ଣ୍ଣ ଭାବେ ବନ୍ଦ କଲେ ଭାରତ ସରକାର

ପହଲଗାମ ଆକ୍ରମଣ ପରେ ଭାରତ ପାକିସ୍ତାନ ବିପକ୍ଷରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଉଛି । ପାକିସ୍ତାନକୁ ଗୋଟେ ପରେ ଗୋଟେ ଝଟକା ଦେଉଛି ଭାରତ । ଏହାରି ମଧ୍ୟରେ ଭାରତ ଏକ ବଡ଼ ନିଷ୍ପତ୍ତି ନେଇଛି । ଏବେ ପାକିସ୍ତାନରୁ ଆମଦାନୀ, ରପ୍ତାନୀକୁ ବନ୍ଦ କରିଛି ଭାରତ । ପାକିସ୍ତାନରୁ ସମସ୍ତ ପ୍ରକାର ଆମଦାନୀ, ରପ୍ତାନୀ ବ୍ୟାନ କଲା ଭାରତ। ଆମଦାନୀ, ରପ୍ତାନୀ ବ୍ୟାନ୍ କଲେ ଭାରତ ସରକାର ।

ଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷ ଆମଦାନୀ, ରପ୍ତାନୀ ବ୍ୟାନ୍ କଲେ ଭାରତ ସରକାର । ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ହେଲା ନିର୍ଦ୍ଦେଶନାମା । ଭାରତ ଲାଗୁକଲା କଟକଣା । ନିଷ୍ପତ୍ତିକୁ ତୁରନ୍ତ ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଭାରତର ଏଭଳି ନିଷ୍ପତ୍ତି ପରେ ପାକିସ୍ତାନର ଅର୍ଥବ୍ୟବସ୍ଥା ଉପରେ ବଡ଼ ପ୍ରଭାବ ପଡିବ । ପାକିସ୍ତାନର କିଛି ଉଦ୍ୟୋଗ ଉପରେ ସିଧାସଳଖ ପ୍ରଭାବ ପଡିବ । ପାକିସ୍ତାନ ଭାରତ ଉପରେ ଯେଉଁସବୁ ଜିନିଷ ଉପରେ ନିର୍ଭର କରୁଛି, ସେସବୁରେ ଅଭାବ ଦେଖାଯିବ । ଭାରତ ଆମଦାନୀ ନିଷିଦ୍ଧ କରିବାର ନିଷ୍ପତ୍ତି ମାଧ୍ୟମରେ ସ୍ପଷ୍ଟ କରିଦେଇଛି ଯେ, ଯେପର୍ଯ୍ୟନ୍ତ ପାକିସ୍ତାନ ଆତଙ୍କବାଦକୁ ସମର୍ଥନ କରିଚାଲିବ, ସେପର୍ଯ୍ୟନ୍ତ ପାକିସ୍ତାନକୁ କୌଣସି ସହଯୋଗ ଦିଆଯିବ ନାହିଁ ।

ଏପ୍ରିଲ ୨୨ରେ ହୋଇଥିବା ଆତଙ୍କୀ ଆକ୍ରମଣ ପରେ ଭାରତ ପ୍ରମୁଖ କାର୍ଯ୍ୟାନୁଷ୍ଠାନ ନେଉଛି । ୨୬ ଜଣ ନିର୍ଦ୍ଦୋଷ ପର୍ଯ୍ୟଟକଙ୍କୁ ହତ୍ୟା କରିବା ପରେ ଏବେ ପାକିସ୍ତାନ ହଇରାଣ ହେଉଛି । ପହଲଗାମ୍ ଆତଙ୍କୀ ହମଲାର ପ୍ରତିଶୋଧ ନେବାକୁ ଜଳ ଷ୍ଟ୍ରାଇକ ସହ ସିନ୍ଧୁ ନଦୀ ଚୁକ୍ତି ବାତିଲ ଏବଂ ପାକିସ୍ତାନୀଙ୍କ ଭିସା ବାତିଲ ଭଳି ବଡ ପଦକ୍ଷେପ ନେଇଛି ଭାରତ । ପାକିସ୍ତାନ ପାଇଁ ନିଜର ଏୟାରସ୍ପେସ୍ ବନ୍ଦ କରିବା ସହ ପାକିସ୍ତାନର କଳାକାର, ଖେଳାଳୀ, ନେତା ଏବଂ ପ୍ରଧାନମନ୍ତ୍ରୀଙ୍କୁ ୟୁଟ୍ୟୁବ ଏବଂ ସୋସିଆଲ ମିଡିଆ ବନ୍ଦ କରିବା ପରେ ଏବେ ଆମଦାନୀ-ରପ୍ତାନୀ ବନ୍ଦ କରିଛି ।

Also Read : ପିଓକେରେ ହଲଚଲ୍ : ୧୦୦୦ରୁ ଅଧିକ ମଦ୍ରାସା ବନ୍ଦ, ପିଲାମାନଙ୍କୁ ଦିଆଯାଉଛି ଏମରଜେନ୍ସି ସ୍ଥିତିର ଟ୍ରେନିଂ