ଭାରତ ଆସୁଥିବା ଜାହାଜକୁ ହାଇଜ୍ୟାକ୍ କଲେ ଆତଙ୍କବାଦୀ

ଭାରତ ଆସୁଥିବା ଜାହାଜକୁ ହାଇଜ୍ୟାକ୍ କରିଛନ୍ତି ୟେମେନର ହୌଥି ଆତଙ୍କବାଦୀ ଗୋଷ୍ଠୀ। ଦକ୍ଷିଣ ଲୋହିତ ସାଗରରେ ଏହି ଜାହାଜକୁ ହାଇଜ୍ୟାକ୍ କରାଯାଇଛି।

ଭାରତ ଆସୁଥିବା ଜାହାଜକୁ ହାଇଜ୍ୟାକ୍ କରିଛନ୍ତି ୟେମେନର ହୌଥି ଆତଙ୍କବାଦୀ ଗୋଷ୍ଠୀ। ଦକ୍ଷିଣ ଲୋହିତ ସାଗରରେ ଏହି ଜାହାଜକୁ ହାଇଜ୍ୟାକ୍ କରାଯାଇଛି। ଜାହାଜରେ ୨୫ ଜଣ କ୍ରିଉ ମେମ୍ବର ଥିଲେ। ଏହି ଜାହାଜ ହାଇଜ୍ୟାକ୍ ର ଭିଡିଓ ସାମ୍ନାକୁ ଆସିବା ପରେ ଚହଳ ପଡିଯାଇଛି। ଦେଖନ୍ତୁ ଆତଙ୍କବାଦୀମାନେ କିପରି ଜାହାଜକୁ ହାଇଜ୍ୟାକ୍ କରୁଛନ୍ତି।

ବ୍ରିଟେନର ଏକ କମ୍ପାନୀ ମାଲିକାନାରେ ଥିବା ଏହି ଜାହାଜ ଜାପାନୀ କମ୍ପାନୀ ଦ୍ୱାରା ପରିଚାଳିତ ହେଉଥିଲା। ଜାହାଜରେ କେହି ଇସ୍ରାଏଲୀ ନାଗରିକ ନଥିବା ବେଳେ ଏହି ହାଇଜ୍ୟାକ୍ ଘଟଣାକୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ଇରାନର ଆତଙ୍କବାଦୀ କାର୍ଯ୍ୟକଳାପ ବୋଲି କହିଛନ୍ତି। ଆତଙ୍କବାଦୀ ଗୋଷ୍ଠୀ ଏହି ଜାହାଜକୁ ୟେମେନର ଏକ ବନ୍ଦରରେ ରଖିଥିବା କହିଛନ୍ତି।