ବଡ଼ ଦୁର୍ଘଟଣାରୁ ବର୍ତ୍ତିଗଲା ଦୁବାଇରୁ ଭାରତ ଆସିଥିବା ଦୁଇଟି ବିମାନ,ରନୱେରେ ଦୁଇଟି ବିମାନ ହେଲେ ସାମ୍ନାସାମ୍ନି

କେନ୍ୟୁଜ୍(ବ୍ୟୁରୋ): ଦୁବାଇ ବିମାନବନ୍ଦରରେ ଟଳିଲା ବଡ଼ ଧରଣର ଦୁର୍ଘଟଣା। ବଡ ଦୁର୍ଘଟଣାରୁ ବର୍ତ୍ତିଲେ ଦୁଇଟି ବିମାନ । ଭାରତ ଆସୁଥିବା ଦୁଇଟି ବିମାନ ମଧ୍ୟରେ ଧକ୍କା ହୋଇଥାନ୍ତା । ଗତ ୯ ତାରିଖରେ ଦୁବାଇ ବିମାନ ବନ୍ଦରରେ ଏଭଳି ଘଟଣା ଘଟିଛି । ଦୁବାଇରୁ ୨ଟି ବିମାନ ହାଇଦ୍ରାବାଦ ଓ ବେଙ୍ଗାଳୁରୁ ଆସୁଥିଲା । ୨ଟି ଏମିରେଟ୍‌ସ ବିମାନ ଏକାସଙ୍ଗେ ରନୱେକୁ ଆସିଥିଲେ । ହାଇଦ୍ରାବାଦ ଆସୁଥିବା ବିମାନକୁ ATC କ୍ଲିୟରାନ୍ସ ମିଳି ନ ଥିଲା ।

ଦୁବାଇରୁ ହାଇଦ୍ରାବାଦ ଆସୁଥିବା ବିମାନ ରନୱେରେ ଉଡ଼ାଣ ଭରୁଥିବା ବେଳେ ସାମନାରୁ ଏକ ବିମାନ ଆସୁଥିବା ଦେଖିବାକୁ ପାଇଥିଲେ ପାଇଲଟ। ତେବେ ତୁରନ୍ତ ଟେକ୍‌ ଅଫ୍‌କୁ ବଦଳାଇବା ଦ୍ୱାରା ଦୁଇଟି ବିମାନ ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ଏଥିରେ ଶତାଧିକ ଯାତ୍ରୀଙ୍କ ଜୀବନ ରକ୍ଷା ପାଇଛି। ଏନେଇ ଦୁବାଇ ଏୟାରପୋର୍ଟ ଠାରୁ ରିପୋର୍ଟ ତଲବ କରିଛି ଡିଜିସିଏ।.