ସୋମବାର ସୁଦ୍ଧା ବର୍ଡରରୁ ସେନା ପ୍ରତ୍ୟାହାର କରିବେ ଭାରତ ଓ ଚୀନ୍‌, ରାଜି ହୋଇଛନ୍ତି ଦୁଇ ଦେଶ

ଲଦାଖ: ଲଦାଖର ଗୋଗ୍ରା ହଟ୍ ସ୍ପ୍ରିଙ୍ଗ ଅଞ୍ଚଳରୁ ଚୀନ୍ ସେନା ପ୍ରତ୍ଯାହାର କରିବାକୁ ରାଜି ହୋଇଛି। ୧୨ ତାରିଖ ସୋମବାର ସୁଦ୍ଧା ଉଭୟ ଭାରତ ଓ ଚୀନ୍ ନିଜ ନିଜର ସେନା ପ୍ରତ୍ଯାହାର କରିବେ ବୋଲି ଶୁକ୍ରବାର ବୈଦେଶିକ ବ୍ଯାପାର ମନ୍ତ୍ରାଳୟ ପକ୍ଷରୁ ପ୍ରବକ୍ତା ଅରିନ୍ଦମ ବାଗଚୀ ସୂଚନା ଦେଇଛନ୍ତି।

ସୀମାରେ ଚୀନର ସେନା ମୁତୟନକୁ ଭାରତ ବିରୋଧ କରି ଆସୁଛି। ବିଭିନ୍ନ ସମୟରେ ଉଭୟ ଦେଶର ସେନାଙ୍କ ମଧ୍ୟରେ ଲଢ଼େଇ ଯୋଗୁଁ ଭାରତର ଅନେକ ଯବାନ ସହିଦ ହୋଇଥିବା ବେଳେ ଚୀନର କିଛି ସୈନିକଙ୍କର ମଧ୍ୟ ମୃତ୍ୟୁ ଘଟିଛି। ପ୍ରାୟ ଦୁଇ ବର୍ଷରୁ ଅଧିକ ସମୟ ଧରି ଉଭୟ ଦେଶ ସୀମା ମାଡ଼ି ବସିଥିଲେ। ସୀମାରୁ ସୈନ୍ଯ ହଟାଇବା ନେଇ ବହୁଥର ଆଲୋଚନା ହୋଇଛି। ଶେଷରେ ଚୀନ ସେନା ହଟାଇବାକୁ ରାଜି ହୋଇଛି।

ଚୀନ୍ ପକ୍ଷରୁ ସେନା ହଟାଇବା ନେଇ ସୁନିଶ୍ଚିତ କରାଯାଇଛି। ଆସନ୍ତା ସପ୍ତାହରେ ଉଜ୍ବେକିସ୍ତାନରେ ଏକ ବୈଠକ ରହିଛି। ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଯୋଗ ଦେଇପାରନ୍ତି।

ବୈଦେଶିକ ମନ୍ତ୍ରାଳୟ ପ୍ରବକ୍ତା ଅରିନ୍ଦମ ବାଗଚୀ କହିଛନ୍ତି, ପର୍ଯ୍ଯାୟକ୍ରମେ ସୀମାରେ ମୁତୟନ ସୈନ୍ଯକୁ ପ୍ରତ୍ଯାହାର କରିବାକୁ ଦୁଇ ପକ୍ଷ ସହମତି ପ୍ରକାଶ କରିଛନ୍ତି। ପରସ୍ପର ସହଯୋଗରେ ଉଭୟ ସେନା ନିଜ ନିଜସ୍ଥାନରୁ ଫେରିବେ। ତାସହ ସେଠାରେ ତିଆରି କରାଯାଇଥିବା ସମସ୍ତ ଅସ୍ଥାୟୀ ନିର୍ମାଣକୁ ନଷ୍ଟ କରିଦେବାକୁ ମଧ୍ୟ ଚୁକ୍ତି ହୋଇଛି।

Also Read: ଜୁବିନ୍‌ ନୌଟିୟାଲଙ୍କୁ ଗିରଫ କରିବାକୁ ଜୋରଦାର ଦାବି, ସୋସିଆଲ ମିଡିଆରେ ଟ୍ରେଣ୍ଡ୍‌ କରୁଛି #ArrestJubinNautiyal

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.