କୁହୁଳୁଛି ଭାରତ-ପାକିସ୍ତାନ ଟେନସନ୍, ମେ ୨୩ ଯାଏଁ ଏୟାରସ୍ପେସ୍ ବନ୍ଦ କଲା ଭାରତ 

ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ବିରୁଦ୍ଧରେ ଗୋଟିଏ ପରେ ଗୋଟିଏ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଲାଗିଛି । ଏହାରି ଭିତରେ ପାକିସ୍ତାନକୁ ଏକ ବଡ଼ ଝଟକା ଦେଇଛି ଭାରତ ।  କୁହୁଳୁଛି ଭାରତ-ପାକିସ୍ତାନ ଟେନସନ୍ । ପାକିସ୍ତାନ ପାଇଁ ଭାରତର ଏୟାର ସ୍ପେସ୍ ବନ୍ଦ। ମେ ୨୩ ପର୍ଯ୍ୟନ୍ତ ପାକିସ୍ତାନ ଦ୍ବାରା ଅପରେଟ୍ ହେଉଥିବା ସମସ୍ତ ଏୟାରଲାଇନ୍ସ ପାଇଁ ଏୟାର ସ୍ପେସ୍ ବନ୍ଦ କଲା ଭାରତ । ପାକିସ୍ତାନରେ ପଞ୍ଜିକୃତ, ପରିଚାଳିତ ଏବଂ ଲିଜରେ ନେଇଥିବା ବିମାନ, ପାକିସ୍ତାନ ଏୟାର ଲାଇନ୍ସ ଏବଂ ସେନା ଉଡ଼ାଣ ପାଇଁ ଏୟାର ସ୍ପେସ୍ ବନ୍ଦ କଲା ଭାରତ ।

ଏୟାରସ୍ପେସ୍ ବନ୍ଦ ନେଇ NOTAM ନୋଟିସ ଜାରି କରିଛି ନୂଆ ଦିଲ୍ଲୀ । ପାକିସ୍ତାନ ପାଇଁ ଭାରତର ଏୟାର ସ୍ପେସ୍ ବନ୍ଦ ଏବେ ମହଙ୍ଗା ହେବ ।  ପାକିସ୍ତାନର କୌଣସି ବିମାନ ଭାରତୀୟ ବାୟୁସୀମା ଦେଇ ଉଡ଼ାଣ କରି ପାରିବ ନାହିଁ । ୬ ଦିନ ପୂର୍ବରୁ ଭାରତୀୟ ଏୟାରଲାଇନ୍ସ ବିମାନ ପାଇଁ ଏୟାର ସ୍ପେସ୍ ବନ୍ଦ କରିଥିଲା ପାକିସ୍ତିନ । ପହଲଗାମ ଆକ୍ରମଣ ପରେ ଭାରତ-ପାକିସ୍ତାନ ଉତ୍ତେଜନା ଶୀର୍ଷରେ ପହଞ୍ଚିଛି।  ପାକିସ୍ତାନ ବିରୋଧରେ ଗୋଟିଏ ପରେ ଗୋଟିଏ ଆକ୍ସନ ନେଉଛି ଭାରତ ।

 

 

ଆହୁରି ପଢ଼ନ୍ତୁ :   ପାକିସ୍ତାନ ଜିନ୍ଦାବାଦ କହିବାରୁ ଲୋକେ ଘେରି ଯାଇ ପିଟି ପିଟି ମାରି ଦେଲେ