Mpox ଟେଷ୍ଟ ପାଇଁ ଭାରତ ତିଆରି କଲା ପ୍ରଥମ ସ୍ୱଦେଶୀ ଆର୍‌ଟି-ପିସିଆର୍‌ କିଟ୍‌, ୪୦ ମିନିଟ୍‌ରେ ଆସିବ ରେଜଲ୍ଟ

ସାରା ବିଶ୍ୱରେ ବଢ଼ି ଚାଲିଛି ଏମ୍‌ପକ୍ସ ମାମଲା । ସଂକ୍ରମଣ ବୃଦ୍ଧି ଭିତରେ ଭାରତ ଏମ୍‌ପକ୍ସ ଚିହ୍ନଟ କରିବାର ପ୍ରଥମ ସ୍ୱଦେଶୀ ଆର୍‌ଟି-ପିସିଆର୍‌ କିଟ୍‌ ପ୍ରସ୍ତୁତ କରିଛି । ଏହି କିଟ୍‌ ଦ୍ୱାରା ମାତ୍ର ୪୦ ମିନିଟ୍‌ ଭିତରେ ଏମ୍‌ପକ୍ସ ପରୀକ୍ଷଣର ସଠିକ୍‌ ଫଳାଫଳ ମିଳିପାରିବ । ସାଧାରଣତଃ ଏମ୍‌ପକ୍ସ ଯାଞ୍ଚରେ ଘଣ୍ଟାଏରୁ ଦୁଇ ଘଣ୍ଟା ସମୟ ଲାଗିଥାଏ ।

ସିମେନ୍ସ ହେଲ୍‌ଦିନିୟର୍ସ କମ୍ପାନୀ ଏହି କିଟ୍‌ ପ୍ରସ୍ତୁତ କରିଛି, ଯାହାର ନାମ ‘IMDX Monkeypox Detection RT-PCR Assay’ । ଏହି କିଟ୍‌କୁ ଭଡୋଦରାର ମୋଲିକୁଲାର୍‌ ଡାଇଗ୍ନୋଷ୍ଟିକ୍ସ ୟୁନିଟ୍‌ରେ ତିଆରି କରାଯିବ । ପ୍ରତି ବର୍ଷ ପାଖାପାଖି ୧୦ ଲକ୍ଷ କିଟ୍‌ ତିଆରି ହେବ । ଖୁବ୍‌ ଶୀଘ୍ର ଲୋକଙ୍କୁ ଏହା ପ୍ରଦାନ କରାଯିବ ।

ସିମେନ୍ସ ହେଲ୍‌ଥକେୟାର ପ୍ରାଇଭେଟ୍‌ ଲିମିଟେଡ୍‌ କହିଛି ଯେ ଆମର ମେକ୍‌ ଇନ୍‌ ଇଣ୍ଡିଆ ପଦପେକ୍ଷ ପାଇଁ ଏହା ଏକ ବଡ଼ ଉପଲବ୍ଧି । ଜଲ୍‌ଦି ଲୋକମାନେ ଏହି କିଟ୍‌ ପାଇପାରିବେ । କେନ୍ଦ୍ରୀୟ ଡ୍ରଗ୍‌ ମାନକ ନିୟନ୍ତ୍ରଣ ସଙ୍ଗଠନ (CDSCO) ଏହାକୁ ମଞ୍ଜୁରୀ ଦେଇଛି । ଡବ୍ଲ୍ୟୁଏଚ୍‌ଓ ଏମ୍‌ପକ୍ସର ବିପଜ୍ଜନକ ସ୍ଥିତିକୁ ନଜରରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ଏମରଜେନ୍ସି ଘୋଷଣା କରିଛି । ପୂର୍ବରୁ ୨୦୨୨ ଜୁଲାଇରେ ମଧ୍ୟ ଏହି ରୋଗକୁ ବିଶ୍ୱ ସ୍ୱାସ୍ଥ୍ୟ ଏମରଜେନ୍ସି ଘୋଷଣା କରାଯାଇଥିଲା ।

You might also like